କ୍ରୀଡା

ଆଜି ରାଜସ୍ଥାନ-ଲକ୍ଷ୍ନୌ ମୁକାବିଲା

ଚଳିତ ଆଇପିଏଲ୍‌ର ୬୪ତମ ଲିଗ୍ ମୁକାବିଲାରେ ଆଜି ରାଜସ୍ଥାନ ଘରୋଇ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ଭେଟିବ । ଲକ୍ଷ୍ନୌ ପ୍ଲେ-ଅଫ ଦୌଡ଼ରୁ ବାଦ ପଡ଼ି ସାରିଛି । ରାଜସ୍ଥାନର ଆଶା ଉଜ୍ଜୀବିତ ରହିଛି । ଆଉ ୨ଟି ମ୍ୟାଚରୁ ୪ ପଏଣ୍ଟ ହାତେଇ ଦଳ ବିନା ଦ୍ୱିଧାରେ ପ୍ଲେ-ଅଫ ସ୍ଥାନ ସୁରକ୍ଷିତ କରିପାରିବ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଗତ ୧୫ ତାରିଖରେ ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇକୁ ହରାଇବା ପରେ ଲକ୍ଷ୍ନୌର ମନୋବଳ ଢ଼େର ବୃଦ୍ଧି ପାଇଛି । ଆଗକୁ ପ୍ଲେ-ଅଫ୍ ଚାପ ମଧ୍ୟ ନାହିଁ । ରାଜସ୍ଥାନ ୧୨ ପଏଣ୍ଟ ହାସଲ କରିବା ପରେ କ୍ରମାନ୍ୱୟରେ ୩ଟି ମ୍ୟାଚ ପରାଜିତ ହୋଇଛି । ବାକି ରହିଥିବା ୨ଟି ଯାକ ମ୍ୟାଚ ଜିତିଲେ ଦଳ ପ୍ଲେ-ଅଫରେ ପ୍ରବେଶ କରିପାରିବ ।

ପୂର୍ବ ରେକର୍ଡ ମଧ୍ୟ ରାଜସ୍ଥାନ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ରାଜସ୍ଥାନ ୫ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ୨୨ ତାରିଖରେ ମଧ୍ୟ ଉଭୟ ଦଳ ମଧ୍ୟରେ ଚଳିତ ସିଜନର ପ୍ରଥମ ମୁକାବିଲା ହୋଇଥିଲା ଓ ରାଜସ୍ଥାନ ୪୦ ରନ୍ରେ ବିଜୟ ହାସଲ କରିଥିଲା ।

ଲକ୍ଷ୍ନୌକୁ ହରାଇବାକୁ ହେଲେ ରାଜସ୍ଥାନକୁ ବିଶାଳ ସ୍କୋର ସଂଗ୍ରହ କରିବାକୁ ପଡ଼ିବ । ସେହିପରି ପ୍ରଥମେ ବୋଲିଂ ମିଳିଲେ ଲକ୍ଷ୍ନୌର ଟପ ଅର୍ଡର ବ୍ୟାଟରଙ୍କୁ ସହଳ ପାଭିଲିୟନ ପଠାଇବାକୁ ହେବ । ଓପନର ମିଚେଲ ମାର୍ଶଙ୍କ ସମେତ ନିକୋଲାସ ପୂରନ ଓ ରିଷଭ ପନ୍ତ ଫର୍ମକୁ ଫେରିଛନ୍ତି । ତେଣୁ ଏମାନଙ୍କୁ ଅଟକାଇବା ରାଜସ୍ଥାନ ପାଇଁ ପ୍ରଥମ କାର୍ଯ୍ୟ ହେବ।

ଲକ୍ଷ୍ନୌ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ମହମ୍ମଦ ସାମି, ପ୍ରିନ୍ସ ଯାଦବ, ମହସିନ ଖାନ ପ୍ରମୁଖ ଶୃଙ୍ଖଳିତ ବୋଲିଂ କରୁଛନ୍ତି । ନବାଗତ ଆକାଶ ସିଂହ ମଧ୍ୟ ଗତ ମ୍ୟାଚରେ ୩ଟି ୱିକେଟ୍ ନେଇ ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । ରାଜସ୍ଥାନ ଆଜି ବୋଲିଂ ବିଭାଗରେ ରହିଥିବା ତ୍ରୁଟି ସୁଧାରି ଗ୍ରାଉଣ୍ଡକୁ ଓହ୍ଲାଇବ । ବିଶେଷ କରି ସ୍ପିନ ବୋଲିଂ ବିଭାଗ ଶୃଙ୍ଖଳିତ ପ୍ରଦର୍ଶନ କରିବା ଜରୁରି ।

ସୱାଇ ମାନସିଂ ଷ୍ଟାଡ଼ିୟମ୍‌ର  ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ କାକର ପଡ଼ୁଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ 

Share

Leave a Reply

Your email address will not be published. Required fields are marked *

three × one =