ରାଜ୍ୟ

Tata Steel Kalinganagar Empowers 68 Local Youth with High-Skill Training and Engagement

କଳିଙ୍ଗନଗର, ମଇ ୧୮, ୨୦୨୬: ସାମାଜିକ-ଅର୍ଥନୈତିକ ସଶକ୍ତିକରଣ ପାଇଁ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ପକ୍ଷରୁ ସ୍ଥାନୀୟ ଅଞ୍ଚଳର ବିସ୍ଥାପିତ ପରିବାରର ଯୁବକ ଓ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛି । କମ୍ପାନୀର ଲର୍ଣ୍ଣିଂ ଆଣ୍ଡ ଡେଭଲପମେଣ୍ଟ (ଟ୍ରେନିଂ) ବିଭାଗ ପକ୍ଷରୁ ବର୍ତ୍ତମାନ ବିସ୍ଥାପିତ ପରିବାରର ୩୦ ଜଣ ଯୁବତୀଙ୍କୁ ‘ହାଉସକିପିଂ’ ଏବଂ ୧୪ ଜଣ ଯୁବକଙ୍କୁ ‘ଗ୍ୟାସ୍ କଟିଂ’ କାର୍ଯ୍ୟର ତାଲିମ ପ୍ରଦାନ କରାଯାଉଛି ।

ଏହା ପୂର୍ବରୁ ତାଲିମ ନେଇଥିବା ୭ ଜଣ ଯୁବକଙ୍କୁ ବର୍ତ୍ତମାନ ପ୍ଲାଣ୍ଟ ସାଇଟ୍‌ରେ ‘ଗ୍ୟାସ୍ କଟର’ ଭାବେ ନିୟୋଜିତ କରାଯାଇଛି। ସେହିପରି ଆଉ ୧୭ ଜଣ ପ୍ରାର୍ଥୀ ସଫଳତାର ସହ ସ୍କାଫୋଲଡିଂ ତାଲିମ ସମାପ୍ତ କରିଛନ୍ତି ଏବଂ ସେମାନଙ୍କର ଗେଟ୍ ପାସ୍ ଦସ୍ତାବିଜ ପ୍ରକ୍ରିୟା ଚାଲିଥିବାରୁ ଆସନ୍ତା ସପ୍ତାହରେ ସେମାନେ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେବେ।

ଏଥିସହିତ, ପ୍ରକଳ୍ପ ଦ୍ବାରା ପ୍ରଭାବିତ ପରିବାରର ଅନ୍ୟ ୧୭ ଜଣ ଯୁବକ ଟାଟା ଷ୍ଟିଲର ଏକ ସହଯୋଗୀ କମ୍ପାନୀ ‘ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍’ରେ ଯୋଗ ଦେଇଛନ୍ତି। ସେମାନେ ଫିଟର, ମେକାନିକାଲ୍ ଏବଂ ଇଲେକ୍ଟ୍ରିକାଲ୍ କ୍ଷେତ୍ରରେ ତାଲିମ ଗ୍ରହଣ କରିବା ପରେ ଟାଟା ଷ୍ଟିଲ୍ କଳିଙ୍ଗନଗରରେ ନିଯୁକ୍ତି ପାଇସାରିଛନ୍ତି।

ଏହି ସୁଯୋଗ ମାଧ୍ୟମରେ ସମୁଦାୟ ୬୮ ଜଣ ସ୍ଥାନୀୟ ବାସିନ୍ଦା ଦକ୍ଷତା ତାଲିମ ନେଇ ନିଜର ଜୀବିକା ନିର୍ବାହ କରିପାରୁଛନ୍ତି । ଯାହା ଜମି ହରାଇଥିବା ସ୍ଥାନୀୟ ଲୋକମାନଙ୍କୁ ସ୍ଥାୟୀ ଜୀବିକା ଏବଂ ବୈଷୟିକ ଦକ୍ଷତା ପ୍ରଦାନ କରିବା ଦିଗରେ (ଟିଏସକେ) ର ନିଷ୍ଠାକୁ ପ୍ରମାଣିତ କରୁଛି । ଲର୍ଣ୍ଣିଂ ଆଣ୍ଡ ଡେଭଲପମେଣ୍ଟ (ଏଲଆଣ୍ଡଡି), ସୁରକ୍ଷା ଏବଂ ମାନବ ସମ୍ବଳ (ଏଚ ଆର) ଟିମ୍‌ର ଦୃଢ଼ ସମନ୍ୱୟ ଓ ନିରନ୍ତର ସହଯୋଗ ଯୋଗୁଁ ଏହି କାର୍ଯ୍ୟକ୍ରମ ସଫଳତା ସହ ସମ୍ଭବ ହୋଇପାରିଛି, ଯାହା ଅଞ୍ଚଳର ଶିଳ୍ପ ବିକାଶ ପ୍ରକ୍ରିୟାରେ ସ୍ଥାନୀୟ ଲୋକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପ୍ରଦାନ କରିଛି।

Share

Leave a Reply

Your email address will not be published. Required fields are marked *

fourteen + 4 =