ରାଜଧାନୀରେ ଛୁରାମାଡ଼
ଅଶାନ୍ତି ହେଲା ରାଜଧାନୀ ଭୁବନେଶ୍ୱର । ସହିଦ ନଗର ସବର ସାହିରେ ଛୁରା ମାଡ଼ ହୋଇଛି । ସାଙ୍ଗର ଛୁରା ମାଡ଼ରେ ସାଙ୍ଗ ଆହତ । ଏକାଠି ତିନି ସାଙ୍ଗ ଭୋଜି କରି ଖାଉଥିବା ସମୟରେ ସାମାନ୍ୟ ବଚସାରୁ ଛୁରା ମାଡ଼ ହେଇଥିବା ସୂଚନା ମିଳିଛି । ଛୁରା ମାଡ଼ରେ ଦୁଇ ସାଙ୍ଗ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କଲା ସହିଦ ନଗର ଥାନା ପୋଲିସ । ଛୁରା ମାଡ଼ରେ ରାମ ସୋରେନଙ୍କ ମୁଣ୍ଡରେ ଲାଗିଛି ଶକ୍ତ ଆଘାତ । ତିନି ସାଙ୍ଗକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ସହିଦନଗର ଥାନା ପୋଲିସ ।
ସେହିପରି ଗତକାଲି କଟକ ବାରଙ୍ଗରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା । ଖଣ୍ଡା ଚୋଟରେ ୩ ଯୁବକ ଗୁରୁତର ହୋଇଥିଲେ । ଗୁରୁତର ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ ହୋଇଯାଇଥିଲେ । ତେବେ କେଉଁ କାରଣରୁ ଆକ୍ରମଣ କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ବାରଙ୍ଗ ପୋଲିସ ।

