ରାଜ୍ୟ

ସାଲିଆସାହିରେ ପୁଣି ଉଚ୍ଛେଦ

ସାଲିଆସାହିରେ ପୁଣି ଉଚ୍ଛେଦ । ବୁଲିଲା ବୁଲଡୋଜର ଓ JCB । ଭଙ୍ଗା ଚାଲିଛି ଗୋଟେ ପରେ ଗୋଟେ ଘର । ଭୁବନେଶ୍ବର ଏକାମ୍ରକାନନରୁ ଶିଖରଚଣ୍ଡି ଯାଏଁ ବଡ଼ଧରଣର ଉଚ୍ଛେଦ । ୨୦୦ ଫୁଟିଆ ପ୍ରଶସ୍ତ ରାସ୍ତା ନିର୍ମାଣ ପାଇଁ ଆଜି ଏକ ବଡ଼ ଧରଣର ଏନଫୋର୍ସମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ପୋଲିସ ଉପସ୍ଥିତିରେ BMC ଓ BDA ପକ୍ଷରୁ ମିଳିତ ଭାବେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଏକମ୍ର କାନନ ନିକଟରେ ଥିବା ପ୍ରାୟ ୮୦ଟି ଘର ଆଜି ଭଙ୍ଗାଯିବାର ପ୍ଲାନ ରହିଛି ।

ଏହି ଅଞ୍ଚଳ ଦେଇ ଯାଇଥିବା ୨୦୦ ଫୁଟିଆ ମୁଖ୍ୟ ରାସ୍ତା ନିର୍ମାଣରେ ଏହି ଘରଗୁଡ଼ିକ ପ୍ରତିବନ୍ଧକ ସାଜିଥିଲେ । ପୂର୍ବରୁ ଏହି ପ୍ରକଳ୍ପ ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୬୦୦ରୁ ଅଧିକ ଘର ଉଚ୍ଛେଦ କରାଯାଇ ସାରିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୦ ରୁ ଅଧିକ କର୍ମଚାରୀ,୬ ପ୍ଲାଟୁନ ପୋଲିସ ଫୋର୍ସ ଉଚ୍ଛେଦ ପ୍ରକ୍ରିୟା ସାମିଲ ଅଛନ୍ତି । ୮୧ଟି ଘର ଭାଙ୍ଗିବା ପାଇଁ ୪ଟିମ୍ ଗଠନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 2 =