ରାଜ୍ୟ

ଆଜି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଆଜି ମିଳିବ ସୁଭଦ୍ରା ଟଙ୍କା । ପୁରୀ ତାଳବଣିଆରେ ଆୟୋଜିତ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ସୁଭଦ୍ରା ଟଙ୍କା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ମୋଟ ୫ ହଜାର କୋଟିରୁ ଅଧିକ ଟଙ୍କା ପଠାଯିବ । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସୁଭଦ୍ରା ସହାୟତା ପାଇଁ ମୋଟ ଏକ କୋଟି ୧୨ ଲକ୍ଷ ୫୭ ହଜାର ୬୬୭ ଜଣ ଆବେଦନ କରିଥିଲେ । ସେଭିତରୁ କୋଟିଏ ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ । ବର୍ଷକୁ ଦୁଇଟି କିସ୍ତିରେ ମହିଳା ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ସୁଭଦ୍ରା ସହାୟତା ଦିଆଯାଉଛି ।
Share

Leave a Reply

Your email address will not be published. Required fields are marked *

four + 13 =