Business

ବଜାର ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନିବେଶକଙ୍କ ମିଡ-କ୍ୟାପ କ୍ଷେତ୍ରକୁ ଧ୍ୟାନ

ଭୁବନଶବର: ଇକ୍ୱିଟି ବଜାରରେ ଉତ୍ସାହ ଓ ସତର୍କତା ମଧ୍ୟରେ ସନ୍ତୁଳନ ସହ ଆଗକୁ ବଢ଼ୁଥିବା ବେଳେ ଖୁଚୁରା ନିବେଶକମାନେ ଦୀର୍ଘକାଳୀନ ଅଭିବୃଦ୍ଧି ସୁଯୋଗ ହାସଲ କରିବା ଲାଗି ସେମାନଙ୍କ ପୋର୍ଟଫୋଲିଓରେ ପରିବର୍ତ୍ତନ କରୁଛନ୍ତି। ବର୍ତ୍ତମାନ ବଜାର ଚକ୍ରରେ ସେମାନେ ଯେଉଁ କ୍ଷେତ୍ର ପ୍ରତି ଆଗ୍ରହ ଦେଖାଇଛନ୍ତି ତାହା ହେଉଛି ମିଡ୍‌-କ୍ୟାପ ମ୍ୟୁଚୁଆଲ ଫଣ୍ଡ।
ବିଭିନ୍ନ ବିଶ୍ୱସ୍ତରୀୟ ଓ ଘରୋଇ ଘଟଣା ଏହି ଆକଳନକୁ ଆକାର ପ୍ରଦାନ କରିଛି। ବିଶ୍ୱସ୍ତରରେ ବିଭିନ୍ନ ପ୍ରମୁଖ ରାଷ୍ଟ୍ର ଯଥା ଆମେରିକା ଓ ୟୁରୋପ ସହ ବାଣିଜ୍ୟ ସହଯୋଗିତାରେ ଉନ୍ନତି ହୋଇଥିଲାରୁ ତାହା ସାମଗ୍ରିକ ବ୍ୟବସାୟ ମାନସିକତାକୁ ସୁଦୃଢ଼ କରିବାରେ ସହଯୋଗ କରିବା ଆଶା କରାଯାଉଛି। ଏହି ଘଟଣାଗଉଡ଼ିକ ରପ୍ତାନି ସହ ଜଡ଼ିତ ଓ ବିନିର୍ମାଣ କ୍ଷେତ୍ର ସହ ସମ୍ପୃକ୍ତ କମ୍ପାନିଗୁଡ଼ିକ ପାଇଁ ଏକ ଆକଳନ କରିହେବା ଭଳି ପରିବେଶ ସୃଷ୍ଟି କରିଛି।
ଘରୋଇ କ୍ଷେତ୍ରରେ ନିକଟରେ କେନ୍ଦ୍ର ବଜେଟରେ ଭିତ୍ତିଭୂମି, ବିନିର୍ମାଣ, ପୁଞ୍ଜି ବ୍ୟୟ ଓ ଆନୁଷଂଗିକ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରାଯାଇଛି ଯାହା ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଉପରେ ପ୍ରଭାବ ପକାଇବ। ସରକାରୀ ବ୍ୟୟ ସହ ଘରୋଇ କ୍ଷେତ୍ରର କାର୍ଯ୍ୟକଳାପ ବମୁଥିବାରୁ ତାହା ବୃହତ କର୍ପୋରେଟ ବାହାରେ ସାମଗ୍ରୀ ଓ ସେବାର ଚାହିଦା ବଢ଼ାଇବ ଯାହା ଦ୍ୱାରା ମଧ୍ୟମ ଧରଣର କମ୍ପାନିଗୁଡ଼ିକ ଉପକୃତ ହେବେ ଯେଉଁମାନେ ଘରୋଇ ଅଭିବୃଦ୍ଧି ଚକ୍ର ସହିତ ଉତପ୍ରୋତ ଭାବେ ଜଡ଼ିତ ରହିଛନ୍ତି।
ଏଥିପାଇଁ ୨୦୨୫ ବର୍ଷ ସାରାରେ ମିଡକ୍ୟାପରେ ଅଂଶଗ୍ରହଣ ବେଶ୍ ଦୃଢ଼ ଥିଲା। ସଦ୍ୟତମ ଏଏମଏଫଆଇ ତଥ୍ୟ ଅନୁସାରେ ଶିଳ୍ପରେ ମିଡକ୍ୟାପ ପାଣ୍ଠିର ପ୍ରବେଶ ସର୍ବକାଳୀନ ରେକର୍ଡ ସ୍ତରରେ ପହଂଚିଛି। ୨୦୨୬ ଜାନୁଆରିରେ ଏଥିରେ ପାଣ୍ଠି ନିବେଶ ୩୧୮୫ କୋଟି ଟଙ୍କା ହୋଇଛି ଯାହା ଭାରତୀୟ ସଂସ୍ଥାଗୁଡ଼ିକ ଏକ ସମ୍ଭାବ୍ୟ ଅଭିବୃଦ୍ଧିରେ ସଫଳ ହେବାରେ ସନ୍ତୁଷ୍ଟ ହୋଇଥିବା ମନେ ହେଉନାହିଁ।
ଜାତୀୟ ସ୍ଥିତିକୁ ନଜରରେ ରଖି ଟାଟା ମିଡ୍ କ୍ୟାପ୍ ଫଣ୍ଡ୍ ଯାହା ହେଉଛି ମିଡ୍ କ୍ୟାପ୍ ଷ୍ଟକ୍ରେ ନିବେଶ କରୁଥିବା ଏକ ଓପନ ଏଣ୍ଡେଡ ଇକ୍ୱିଟି ସ୍କିମ ଯାହା ଭୁବନେଶ୍ୱର ଭଳି ଆଂଚଳିକ ବଜାରରୁ ସମାନ ଧରଣର ଆଗ୍ରହ ହାସଲ କରିଛି। ୨୦୨୬ ଜାନୁଆରି ୩୧ ସୁଦ୍ଧା ଫଣ୍ଡର ପରିଚାଳନା ଅଧୀନ ସଂପତି ପରିମାଣ ୩୪.୭୫ କୋଟି ଟଙ୍କା ରହିଛି ଯାହା ଗତବର୍ଷ ତୁଳନାରେ ୧୮ ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି।
ଭୁବନେଶ୍ୱରରେ ଫଣ୍ଡର ସ୍ଥାନୀୟ ଉପସ୍ଥିତି ପ୍ରଗତିଶୀଳ ରହିଛି। ୨୦୨୬ ଜାନୁଆରିରେ ଟାଟା ମିଡକ୍ୟାପ ଫଣ୍ଡ ରେକର୍ଡ ୭୩.୯୫ ଲକ୍ଷ ଟଙ୍କାର ମୋଟ ବିକ୍ରି ହାସଲ କରିଛି ଯାହା ପୂର୍ବ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ। ଏହା ଭାରତୀୟ ଅଭିବୃଦ୍ଧି କାହାଣୀରେ ଇକ୍ୱିଟି ରଣନୀତି ପ୍ରତି ସ୍ଥାନୀୟ ନିବେଶକମାନଙ୍କ ବଢ଼ୁଥିବା ଆଗ୍ରହକୁ ଦର୍ଶାଉଛି।
ଟାଟା ଆସେଟ ମ୍ୟାନେଜମେଂଟର ଫଣ୍ଡ ମ୍ୟାନେଜର ସତୀଶ ମିଶ୍ର କହିଛନ୍ତି ଯେ, “ବର୍ତମାନର ଅର୍ଥନୈତିକ ପରିବେଶ ବ୍ୟାପକତା ହାସଲ କରିବାକୁ ଚାହୁଥିବା କମ୍ପାନିଗୁଡ଼ିକୁ ସମର୍ଥନ କରୁଛି। ୨୦୨୬ରେ ଆମେ ଏକ ପରିବର୍ତନ ଦେଖୁଛୁ ଯେଉଁଠାରେ ମଧ୍ୟମ ଧରଣର କମ୍ପାନିଗୁଡ଼ିକ ଘରୋଇ ପୁଞ୍ଜି ବ୍ୟୟ ଓ ଉପଯୋଗିତାରେ ସୁଧାରରୁ ଉପକୃତ ହେଉଛନ୍ତି। ଘରେ ଘରେ ପରିଚିତ ନାମରେ ପରିଣତ ହେବା ପୂର୍ବରୁ ମିଡକ୍ୟାପ ରଣନୀତି ଏହି ଉଦୀୟମାନ ବ୍ଲୁଚିପଗୁଡ଼ିକରେ ନିବେଶ ପାଇଁ ନିବେଶକଙ୍କୁ ସୁଯୋଗ ପ୍ରଦାନ କରୁଛି। ଦୀଘକାଳୀନ ଭିତିରେ ପୁଞ୍ଜି ବଢ଼ାଇବାକୁ ଚାହୁଥିବା ନିବେଶକମାନଙ୍କ ପାଇଁ ଏହି ପାଣ୍ଠି ଉପଯୁକ୍ତ।”
ମିଡକ୍ୟାପ ବର୍ଗକୁ ସମର୍ଥନ କରୁଥିବା ଅନ୍ୟ ଏକ ବିଷୟ ହେଉଛି ମୂଲ୍ୟାୟନ ଆରାମ। ନିଫ୍ଟି ମିଡକ୍ୟାପ ୧୦୦ ସୂଚୀ ଏବେ ୩୦ ଭଳି ନିମ୍ନ ସ୍ତରର ମୂଲ୍ୟରୁ ଆୟ ସ୍ତରରେ କାରବାର ହେଉଛି ଯାହା ଏକ ମୂଲ୍ୟାୟନକୁ ଜଣାଉଛି ଯାହା ଲାର୍ଜ କ୍ୟାପ ଓ ମିଡକ୍ୟାପ ମଝିରେ ରହିଛି। ଏହାର ଅର୍ଥ ନୁହେଁ ଯେ ମିଡକ୍ୟାପ ଶସ୍ତା। ଏହା ଜଣାଉଛି ଯେ ମୂଲ୍ୟାୟନ ଅତ୍ୟଧିକ ବଢ଼ିନାହିଁ।
ଅଭିବୃଦ୍ଧି ସମ୍ଭାବନା ଉତ୍ସାହଜନକ ରହିଥିବା ବେଳେ ଟାଟା ମ୍ୟୁଚୁଆଲ ଫଣ୍ଡ ଏକ ଶୃଙ୍ଖଳିତ ନିବେଶ ଦର୍ଶନ ଗ୍ରହଣ କରିବାକୁ ପରାମର୍ଶ ଦେଉଛି। ବଜାରରେ ହେଉଥିବା ଅସ୍ଥିରତା ପ୍ରତି ଲାର୍ଜ କ୍ୟାପ ତୁଳନାରେ ମିଡ କ୍ୟାପ ଷ୍ଟକ ସମ୍ବେଦନଶୀଳ ଥିବାରୁ କମ୍ପାନି ସିଷ୍ଟମେଟିକ ଇନଭେଷ୍ଟମେଂଟ ପ୍ଲାନ (ଏସଆଇପି) ପାଇଁ ପରାମର୍ଶ ଦେଉଛି।
ମିଡକ୍ୟାପର ସବୁଠୁ ବଡ଼ ଆକର୍ଷଣ ହେଉଛି ‘ଦ’ ମିଡିଲ୍ ପାଥ’କୁ ଧରି ରଖିବାର କ୍ଷମତା। ମିଡକ୍ୟାପ ଓ ସ୍ମଲ କ୍ୟାପ ତୁଳନାରେ ଲାର୍ଜ କ୍ୟାପ ଫଣ୍ଡ ଅପେକ୍ଷାକୃତ କମ ଅସ୍ଥିର ହୋଇଥିବା ବେଳେ ସ୍ମଲ କ୍ୟାପ ଫଣ୍ଡ ଲାର୍ଜ କ୍ୟାପ ଓ ମିଡ କ୍ୟାପ ଫଣ୍ଡ ତୁଳନାରେ ଅଧିକ ଅସ୍ଥିରତା ସହ ଅଭିବୃଦ୍ଧି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଯାହା ଉଭୟ ଦୁନିଆର ଲାଭ ପ୍ରଦାନ କରିବ।
ଭାରତର କାହାଣୀ ଆଗକୁ ବଢ଼ୁଥିବା ବେଳେ ଟାଟା ମିଡକ୍ୟାପ ଫଣ୍ଡ ଦୃଢ଼ ପ୍ରଶାସନ ସହ ଉଚ୍ଚ ମାନର ବ୍ୟବସାୟ ଚିହ୍ନଟ କରି ଖୁଚୁରା ନିବେଶକମାନଙ୍କୁ ସେମାନଙ୍କ ସଂପତ୍ତିକୁ ଦାର୍ଘକାଳୀନ ସଂପତି ସମ୍ଭାବନାରେ ପରିଣତ କରିବାକୁ ଚାହୁଁଛି।

Share

Leave a Reply

Your email address will not be published. Required fields are marked *

2 × four =