ରାଜ୍ୟ

ଚାଷୀଙ୍କ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ନେଇ ଶାସକ-ବିରୋଧି ମୁହାଁମୁହିଁ

ଚାଷୀଙ୍କ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ନେଇ ମୁହାଁମୁହିଁ ଶାସକ ବିରୋଧି। ମଣ୍ଡିରେ ଚାଷୀ ହଇରାଣ ହେବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେପଟେ ବିଜେପି କହିଲା କୃଷକର କ ଅକ୍ଷର ବିଷୟରେ ବି ଜାଣି ନାହାନ୍ତି ନବୀନ ବୋଲି କହିଲେ ବିଜେପି ବିଧାୟକ ବାବୁ ସିଂ।

ରାଜ୍ୟରେ କଟନୀ-ଛଟନୀ ବନ୍ଦ କରିବା, ଦୋଷୀ ମିଲ୍‌ ମାଲିକ ଓ ସରକାରୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଇନପୁଟ୍‌ ସବ୍‌ସିଡି ପ୍ରଦାନ ପାଇଁ ରଖାଯାଇଥିବା ଚାଷୀଙ୍କ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍‌ ସର୍ତ୍ତ ତୁରନ୍ତ ପ୍ରତ୍ୟାହାର କରିବା ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏନେଇ ନବୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଲେଖିଥିବା ଚିଠିର କଡ଼ା ଜବାବ ଦେଇଛି ବିଜେପି। କୃଷକର କ ଅକ୍ଷର ବିଷୟରେ ବି ଜାଣି ନାହାନ୍ତି ନବୀନ।

24 ବର୍ଷରେ ଯିଏ 100 ଟଙ୍କା ନଦେଇ ପାରିଲେ ସେମାନେ କୃଷକଙ୍କ ବିଷୟରେ କହିବା ଲୋକହସା। ଆମ ସରକାର ଆସିବାର 24 ଘଣ୍ଟା ମଧ୍ୟରେ 800 ଟଙ୍କା ଇନପୁଟ ସବସିଡ ଦେଲେ. ଚାଷୀଙ୍କୁ ନେଇ ରାଜନୀତି ନକରନ୍ତୁ ନବୀନ। ଚାଷୀଙ୍କ ପାଇଁ କେବଳ ମୋହନ ସରକାର କାନ୍ଦୁଛନ୍ତି ଆଉ କରୁଛନ୍ତି ବୋଲି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି।

ଗତକାଲି ବି ଧାନ କିଣାକୁ ନେଇ ମୂହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧି। ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି । ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି ବୋଲି କହିଥିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ସମବାୟ ମନ୍ତ୍ରୀ ଙ୍କ ଫେକ୍ ଚାଷୀ ମନ୍ତବ୍ୟକୁ କାଉଣ୍ଟର କରିଥିଲା ବିଜେଡ଼ି। ସରକାର ଫେକ୍ ଚାଷୀଙ୍କ ତାଲିକା ଦିଅନ୍ତୁ ବୋଲି କହିଥି ବିଜେଡି ବିଧାୟକ ଅରୁଣ ସାହୁ।

ଚଳିତ ଖରିଫ ଋତୁରେ ଚାଷୀମାନଙ୍କୁ ସେମାନଙ୍କର ଧାନ ବିକ୍ରୟର ସର୍ବନିମ୍ନ ସହାୟତା ମୂଲ୍ୟ ଏବଂ ଇନ୍‌ପୁଟ ସହାୟତା ପ୍ରଦାନ ଦିଗରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ସରକାର ଡିଜିଟାଲ୍‌ ସଂସ୍କାର ବ୍ୟବସ୍ଥାକୁ ଆପଣାଇଛନ୍ତି ।

ଏହି ପ୍ରାପ୍ୟ ପ୍ରଦାନରେ ସ୍ୱଚ୍ଛତା, ତ୍ରୁଟିଶୂନ୍ୟ ଦେୟ ପ୍ରଦାନ ନୀତି ଅନୁସରଣ କରାଯାଇଛି । ଚଳିତ ଖରିଫ୍‌ ଋତୁରେ ସରକାର ପ୍ରାୟ ୧୦ ଲକ୍ଷ ୫୬ ହଜାର ଚାଷୀଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ଓ ଇନ୍‌ପୁଟ ସହାୟତା ରାଶି ବାବଦକୁ ୧୨,୭୦୩ କୋଟି ୭୪ ଲକ୍ଷ ଟଙ୍କା ପ୍ରଦାନ କରିସାରିଲେଣି । ଉକ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦେୟ ପ୍ରଦାନ ପ୍ରକ୍ରିୟା ଜାରି ରହିଥିବାବେଳେ ଏ ପର୍ଯ୍ୟନ୍ତ ମାତ୍ର ୫୫୬୨ ଆକାଉଣ୍ଟକୁ ଦେୟ ପ୍ରଦାନରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × two =