ମହିନ୍ଦ୍ରା ପକ୍ଷରୁ ଭାରତର ବଡ଼ ନୂଆ ଇଲେକ୍ଟ୍ରିକ୍ ୭-ସିଟ୍ ବିଶିଷ୍ଟ ଏସ୍ୟୁଭି “ଏକ୍ସଇଭି ୯ଏସ୍” ଉନ୍ମୋଚିତ
ଭୁବନେଶ୍ୱର: ମହିନ୍ଦ୍ରା ପକ୍ଷରୁ ଭାରତ ବୃହତ୍ ନୂଆ ୭ ସିଟ୍ ବିଶିଷ୍ଟ ଇଲେକ୍ଟ୍ରିକ୍ ଏସ୍ୟୁଭି “ଏକ୍ସଇଭି ୯ଏସ୍”କୁ ଉନ୍ମୋଚନ କରାଯାଇଛି। ଏହାକୁ କମ୍ପାନି ଏହାର ଇଙ୍ଗଲୋ ଢ଼ାଂଚାରେ ପ୍ରସ୍ତୁତ କରିଛି। ଗ୍ରାହକଙ୍କୁ ଅଧିକ ସ୍ଥାନ ପ୍ରଦାନ କରିବାକୁ ଦୃଷ୍ଟିରେ ରଖି ଏହି ଏସ୍ୟୁଭିର ବିକାଶ କରାଯାଇଛି। ଏହାକୁ ପରିବାର, କ୍ରିଏଟର, ଟ୍ରାଭେଲର ଓ ସାଧାରଣ ଭାରତୀୟଙ୍କ ଦୈନନ୍ଦୀନ ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ କରାଯାଇଛି।
ଏଥିରେ ରହିଛି ଭାରତର ପ୍ରଥମ ସ୍ୱୟଂକ୍ରିୟ ମସ୍ତିଷ୍କ ଏମ୍ଏଆଇଏ ଯାହା ଏକ ନୂଆ ଗାଡ଼ି ନୁହେଁ, ବରଂ ଏକ ନୂଆ ଇଲେକ୍ଟ୍ରିକ୍ ସ୍ୱାଧୀନତାକୁ ଉପସ୍ଥାପନ କରିଛି। ଏହାର ବୃହତ କ୍ୟାବିନ, ତିନି ଧାଡ଼ିର ସିଟ୍, ଶାନ୍ତ ଗାଡ଼ି ଚାଳନା ସୁବିଧା ଏକ ଖୋଲାପଣ ଅନୁଭୂତି ପ୍ରଦାନ କରିବ।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡର ଅଧ୍ୟକ୍ଷ ତଥା ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅଟୋମୋବାଇଲ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆର୍ ବେଲୁସାମୀ କହିଛନ୍ତି ଯେ, ““ଆମେ ସବୁବେଳେ ବିଶ୍ୱାସ କରିଆସିଛୁ ଯେ ପ୍ରଯୁକ୍ତିର ଅର୍ଥ ସେଥିରେ ରହିଛି ଯାହା ମାନବ ସମ୍ଭାବନାକୁ ବଢ଼ାଇଥାଏ। ଇଙ୍ଗଲୋ ଇଲେକ୍ଟ୍ରିକ୍ ଅରିଜିନ୍ ପ୍ଲାଟଫର୍ମ ଉପରେ ନିର୍ମିତ ଏକ୍ସଇଭି ୯ଏସ୍ ଅନ୍ୟ କୌଣସି ଗାଡ଼ିଠାରୁ ଅଧିକ ଜାଗା ସୃଷ୍ଟି କରି ଏବଂ ଏକ ମସୃଣ ଓ ଶବ୍ଦହୀନ ଯାତ୍ରା ପ୍ରଦାନ କରି ଠିକ୍ ସେହି କାମ କରୁଛି । ଏମଏଆଇଏ ବ୍ରେନ୍ ଏହାର ଅନେକ ହାଇ-ଟେକ୍ ସୁବିଧାକୁ ସକ୍ଷମ କରୁଛି ଯାହା ଏହାକୁ ଏହି ମୂଲ୍ୟରେ ସବୁଠାରୁ ଅଗ୍ରଣୀ ଗାଡ଼ି ଭାବେ ଉପସ୍ଥାପନ କରିଛି।’’
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡର ଅଟୋମୋଟିଭ୍ ଡିଭିଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅଟୋମୋବାଇଲ୍ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନଳିନୀକାନ୍ତ ଗୋଲାଗୁଂଟା କହିଛନନ୍ତି ଯେ, “ଭାରତୀୟ ଗମନାଗମନର ଭବିଷ୍ୟତ ସେହି ବ୍ରାଣ୍ଡଗୁଡ଼ିକର ହେବ ଯେଉଁମାନେ କେବଳ ଗାଡ଼ିକୁ ଇଲେକ୍ଟ୍ରିକ୍ କରୁନାହାନ୍ତି ବରଂ ଏହି ବର୍ଗିକୁ ପୁନର୍ବିଚାର କରୁଛନ୍ତି। ଏକ୍ସଇଭି ୯ଏସ୍ ସହିତ ଆମେ କେବଳ ଇଭି ବର୍ଗରେ କାର୍ଯ୍ୟ କରୁନାହୁଁ ବରଂ ତାହାକୁ ଆଗକୁ ବଢ଼ାଉଛୁ। ଏହି ଏସ୍ୟୁଭି ମହିନ୍ଦ୍ରା ପାଇଁ ଏକ ବଡ଼ ନୂଆ ଇଲେକ୍ଟ୍ରିକ୍ ଯୁଗର ଆରମ୍ଭର ସଙ୍କେତ ଦେଉଛି ଯାହା ବ୍ୟାପକ ହୋଇଥିବା ବେଳେ ଉଦ୍ଦେଶ୍ୟ ଏବଂ ଭାରତ କିପରି ଆଗକୁ ବଢ଼ୁଛି ତାହାର ଗଭୀର ବୁଝାମଣା ଉପରେ ଗଢ଼ାହୋଇଛି। ୧୯.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା ଆକର୍ଷଣୀୟ ମୂଲ୍ୟ ଏକ ଅତ୍ୟନ୍ତ ହାଇ-ଟେକ୍ ଉତ୍ପାଦକୁ ସୁଲଭ କରୁଛି ଯାହାର ବୁକିଂ ୧୪ ଜାନୁଆରୀରୁ ଖୋଲାଯିବ ଏବଂ ଡେଲିଭରି ୨୩ ଜାନୁଆରୀରୁ ଆରମ୍ଭ ହେବ।”
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡର ଚିଫ୍ ଡିଜାଇନ୍ ଆଣ୍ଡ୍ କ୍ରିଏଟିଭ୍ ଅଫିସର-ଅଟୋ ଆଣ୍ଡ୍ ଫାର୍ମ ସେକ୍ଟର୍ସ ପ୍ରତାପ ବୋଷ କହିଛନ୍ତି ଯେ, “ଏକ୍ସଇଭି ୯ଏସ୍ ଡିଜାଇନ୍ କରିବା ଏକ ଅନୁଭବକୁ ଆକାର ଦେବା ବିଷୟରେ ଥିଲା। ଆମେ ଚାହୁଁଥିଲୁ ଏହା ଆଧୁନିକତାର ସହ ବ୍ୟକ୍ତିଗତ ଆଶ୍ରୟସ୍ଥଳୀରେ ପ୍ରବେଶ କରୁଥିବା ଅନୁଭବ ଦେଉ। ଇଲେକ୍ଟ୍ରିକ୍ ଆମକୁ କ୍ୟାନଭାସ୍ ଦେଇଥିଲା; ଇଙ୍ଗଲୋ ଆମକୁ ଆଲୋକ, ଜାଗା ଓ ଆରାମକୁ ଗଢ଼ିବାର ସ୍ୱାଧୀନତା ଦେଇଥିଲା। ଫଳସ୍ୱରୂପେ ଏକ ଏମିତି ଏସ୍ୟୁଭି ତିଆରି ହୋଇଛି ଯାହା ନିଜର ଆକାରକୁ ସୌନ୍ଦର୍ଯ୍ୟରେ ଧରିଛି ଏବଂ ନିଜର ଟେକ୍ନୋଲୋଜିକୁ ନମ୍ରତାରେ ଧରିଛି। ଏହା ଅଭିବ୍ୟକ୍ତିପୂର୍ଣ୍ଣ, ଶାନ୍ତ ଏବଂ ଅବିଭାଜ୍ୟ ଭାବେ ମହିନ୍ଦ୍ରା ଏକ ଏମିତି ଦେଶ ପାଇଁ ନିର୍ମିତ ଯାହାର ଆକାଂକ୍ଷା କେବଳ ବଢ଼ୁଛି।”
ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୨୦୫ ଏମଏମ ରହିଛି। ଏହାର ସାର୍ବାଚ୍ଚ ଶକ୍ତି ୨୧୦ କେଡବ୍ଲ୍ୟୁ ଓ ଟର୍କ ୩୮୦ ଏନଏମ ରହିଛି। ଏହା ୭ ସେକେଣ୍ଡରେ ଘଂଟା ପ୍ରତି ୧୦୦ କିମି ବେଗରେ ଗତି କରିପାରିବ। ଏହାର ଶ୍ରେଷ୍ଠ ସ୍ପିଡ୍ ହେଉଛି ଘଂଟା ପିଛା ୨୦୨ କିମି। ଏହାର କ୍ୟାବିନ ସ୍ଥାନ ୪୦୭୬ ଲିଟର, ୫୨୭ ଲିଟର ବୁଟ ସ୍ପେସ, ୱାୟରଲେସ ଫୋନ ଚାର୍ଜିଂ, ଲାଉଞ୍ଜ ଡେସ୍କ, ୭ ଏୟାରବ୍ୟାଗ, ଡ୍ରାଇଭ ଡ୍ରାଉଜିନେସ ଡିଟେକ୍ସନ ଭଳି ସୁବିଧା ରହିଛି।

