ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ବରୋଦା କିଷାନ ପଖୱାଡ଼ାର ଅଷ୍ଟମ ସଂସ୍କରଣ ଆୟୋଜିତ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ୍-ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ପ୍ରମୁଖ ଗ୍ରାମୀଣ ଆଉଟ୍ରିଚ୍ ଅଭିଯାନ “ବରୋଦା କିଷାନ ପଖୱାଡ଼ା”ର ଅଷ୍ଟମ ସଂସ୍କରଣକୁ ୨୦୨୫ ନଭେମ୍ବର ୩ ରୁ ୧୫ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏହି ପକ୍ଷରେ ବ୍ୟାଙ୍କ୍ ୩.୬୫ ଲକ୍ଷ ଚାଷୀଙ୍କ ସହ ଯୋଡ଼ି ହୋଇଥିବା ବେଳେ ୫୬୩୬ କୋଟି ଟଙ୍କାରୁ ଅଧିକ କୃଷି ଋଣ ମଞ୍ଜୁର କରିଛି। ଚଳିତ ବର୍ଷ କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା “ଆତ୍ମନିର୍ଭରତା ଆଡ଼କୁ” ଯେଉଁଥିରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା ଏବଂ ଭାରତର ଚାଷୀ ସମାଜକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ବ୍ୟାଙ୍କ୍ ପକ୍ଷରୁ ସାରା ଦେଶରେ କିଷାନ ମେଳା, କିଷାନ ସମ୍ମିଳନୀ, ଚୌପାଳ, ଋଣ ଶିବିର ଓ ଆର୍ଥିକ ସାକ୍ଷରତା ଅଧିବେଶନ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚାଷୀମାନଙ୍କୁ ଆଧୁନିକ କୃଷି ଉପକରଣ ଓ କୃଷି ଉପକରଣ, ଡ୍ରୋନ୍ ପ୍ରଯୁକ୍ତି, ଏଫ୍ପିଓ ଓ ଏସ୍ଏଚ୍ଜି ଋଣ ଉପରେ ସୂଚନା ପ୍ରଦାନ କରାଯାଇଥିଲା ଓ କାର୍ଯ୍ୟକ୍ରମରେ ବହୁ ଚାଷୀ ଋଣ ମଞ୍ଜୁରି ପତ୍ର ହାସଲ କରିଥିଲେ।
ଏହି ଅଭିଯାନରେ ବ୍ୟାଙ୍କ୍ର ଡିଜିଟାଲ୍ ସୁବିଧା ଯଥା ଡିଜିଟାଲ୍ ବରୋଦା କିଷାନ କ୍ରେଡିଟ କାର୍ଡ ଓ ବ୍ୟାଙ୍କ୍ର ଡିଜିଟାଲ ଋଣ ପ୍ଲାଟଫର୍ମରେ ଡିଜିଟାଲ୍ ସୁନା ଋଣ ଉପରେ ଆଲୋକପାତ କରାଯାଇଥିଲା। ଏହି ସମାଧାନଗୁଡ଼ିକ ଚାଷୀଙ୍କ ପାଇଁ ଶୀଘ୍ର, ସରଳ ଓ ସୁବିଧାଜନକ କରିଛି।
କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ବ୍ୟାଙ୍କ୍ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଲାଲ ସିଂହ କହିଛନ୍ତି ଯେ, “ବରୋଦା ପଖୱାଡ଼ାର ଅଷ୍ଟମ ସଂସ୍କରଣ ସୁବିଧାରେ ପହଂଚିପାରୁଥିବା, ଭରସାଯୋଗ୍ୟ ଓ ଡିଜିଟାଲ ସମାଧାନ ସହ ଭାରତର ଚାଷୀଙ୍କୁ ସେବା ପ୍ରଦାନ କରିବା ଲାଗି ଆମ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆମର ଡିଜିଟାଲ ବିକେସିସି, ଡିଜିଟାଲ ସୁନା ଋଣ କିମ୍ବା କ୍ଷେତ୍ର ଭିତିକ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଜରିଆରେ ଆମେ ପହଂଚିଥିବା ପ୍ରତିଟି ଚାଷୀଙ୍କ ପାଇଁ ଋଣକୁ ଅଧିକ ସହଜ ଓ ସଶକ୍ତ କରି ଆମ ସମୃଦ୍ଧିକୁ ସହଯୋଗକୁ ଲକ୍ଷ୍ୟ ରଖିଛୁ। କୃଷି ସମୁଦାୟକୁ ସମର୍ଥନ କରିବା ଓ ସେମାନଙ୍କ ପ୍ରଗତି ଓ ଆତ୍ମନିର୍ଭରଶୀଳତା ପ୍ରତି ଯୋଗଦାନ ଦେବା ପାଇଁ ଆମେ ଗଭୀର ଭାବେ ପ୍ରତିବଦ୍ଧ ରହିଛୁ।’’
୨୦୨୫ ସେପ୍ଟେମ୍ବର ୩୦ ସୁଦ୍ଧା କୃଷି କ୍ଷେତ୍ରକୁ ବ୍ୟାଙ୍କ୍ ଅଫ୍ ବରୋଦାର ଋଣ ପରିମାଣ ୧,୬୯,୭୦୩ କୋଟି ଟଙ୍କା ରହିଛି ଯାହା ବାର୍ଷିକ ୧୭.୪ ପ୍ରତିଶତରେ ଆଗକୁ ବଢ଼ିଛି। ଗ୍ରାମାଚଂଳରେ ଦୃଢ଼ ଉପସ୍ଥିତି ଏବଂ କୃଷି ଓ ଡିଜିଟାଲ ବ୍ୟାଙ୍କ୍ିଂର ବ୍ୟାପକ ସମାଧାନ ସହିତ ଚାଷୀଙ୍କୁ ସମର୍ଥନ କରିବା ଏବଂ ଭାରତର କୃଷି ବ୍ୟବସ୍ଥାକୁ ଦୃଢ଼ କରିବାରେ ବ୍ୟାଙ୍କ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାରି ରଖିଛି।

