Friday, October 30, 2026
Latestରାଜ୍ୟ

୩୦ ବିଦେଶୀ ପକ୍ଷୀଙ୍କୁ ମାରି ୨ ଗିରଫ

ବନ ବିଭାଗର କଟକଣା ସତ୍ତ୍ୱେ ଚିଲିକାରେ ଜାରି ରହିଛି ଅବାଧ ପକ୍ଷୀ ଶିକାର। ଯାହାର ପ୍ରମାଣ ଆଜି ଦେଖିବାକୁ ମିଳିଛି। ଆଜି ସକାଳେ ଚିଲିକା କୂଳର ବାଲିପାଟପୁର ଓ ଅଭିମାନପୁର ଅଞ୍ଚଳରୁ ଶିକାର ହୋଇଥିବା ୩୦ଟି ବିଦେଶାଗତ ପକ୍ଷୀର ମୃତଦେହ ଉଦ୍ଧାର କରାଯାଇଛି।
ଶିକାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋପୀନାଥପୁରର ବାବୁଲି ପ୍ରଧାନ ଏବଂ ଅଭିମାନପୁରର ଗୋପୀନାଥ ପରିଡ଼ା।
ଚିଲିକା କୂଳର ଶିକାରୀମାନେ ପକ୍ଷୀ ଶିକାର କରୁଥିବା ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ସେହି ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ୩୦ଟି ବିଦେଶାଗତ ପକ୍ଷୀର ମୃତଦେହ ଉଦ୍ଧାର କରାଯିବା ସହ ଗୋଟିଏ ବାଇକ୍ ଜବତ କରାଯାଇଛି।

Share

Leave a Reply

Your email address will not be published. Required fields are marked *

2 × 2 =