କ୍ରୋମାରେ ବ୍ଲାକ୍ ଫ୍ରାଇଡେ ସେଲ୍: ବିଭିନ୍ନ ବର୍ଗରେ ୫୦% ପର୍ଯ୍ୟନ୍ତ ରିହାତି
ଭୁବନେଶ୍ୱର: ଭାରତର ଅଗ୍ରଣୀ ଓମ୍ନି ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ବିଭିନ୍ନ ବର୍ଗରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ସହିତ ବାର୍ଷିକ ବ୍ଲାକ୍ ଫ୍ରାଇଡେ୍ ସେଲ୍ ଘୋଷଣା କରାଯାଇଛି। କ୍ରୋମାର ବ୍ଲାକ୍ ଫ୍ରାଇଡେ ସେଲ୍ ୨୦୨୫ ନଭେମ୍ବର ୨୨ରୁ ଆରମ୍ଭ ହୋଇ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ।
ସ୍ମାର୍ଟଫୋନ୍ଠାରୁ ଆରମ୍ଭ କରି ଲାପ୍ଟପ୍, ଟିଭି, ୱାସିଂ ମେସିନ, ଅଡିଓ ଗିୟର ଓ ହୋମ୍ ଆପ୍ଲାଏନ୍ସେସ୍ ପର୍ଯ୍ୟନ୍ତ କ୍ରୋମା ପକ୍ଷରୁ ସ୍ମାର୍ଟ ସପିଂ ଓ ନୂଆବର୍ଷରେ ବଡ଼ ସଂଚୟ ପାଇଁ ସ୍ୱତନ୍ତ୍ର ଡିଲ୍ ପ୍ରସ୍ତୁତ କରାଯାଇଛି।
ସ୍ମାର୍ଟଫୋନ୍ ବର୍ଗରେ ଆଇଫୋନ୍ ୧୬ (୧୨୮ ଜିବି) ଦାମ୍ ୩୯,୯୯୦ ଟଙ୍କା, ଆଇଫୋନ୍ ୧୭ (୨୫୬ ଜିବି) ୪୫,୯୯୦ ଟଙ୍କା, ଆଇଫୋନ୍ ଏୟାର (୨୫୬ ଜିବି) ଦାମ୍ ୫୪,୯୦୦ ଟଙ୍କାରୁ ଆରମ୍ଭ ହେଉଛି। ଓପୋ ଏଫ୍୩୧ ୫ଜି (୮ଜିବି/ ୧୨୮ ଜିବି) ଦାମ୍ ୨୧,୬୦୦ ଟଙ୍କା ଓ ୱାନ୍ପ୍ଲସ୍ ୧୩ଆର୍ (୧୨ ଜିବି+ ୨୫୬ ଜିବି) ଦାମ୍ ୩୭,୯୯୯ ଟଙ୍କାରୁ ଆରମ୍ଭ ହେଉଛି।
ଟିଭି ବର୍ଗରେ ସାମସଙ୍ଗ, ଟିସିଏଲ ଓ ହାୟର ଟିଭିର ନିର୍ଦ୍ଦିଷ୍ଟ କିଛି ମଡେଲ୍ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଛି। ୫୫ ଇଂଚ କିମ୍ବା ତାଠାରୁ ଛୋଟ ଟିଭି ଉପରେ ୨୬,୯୯୦ ଟଙ୍କାର ଏଲ୍ଜି ସାଉଣ୍ଡବାର୍ ୧୧,୪୯୦ ଟଙ୍କାରେ ମିଳିବ। ୧,୨୪,୩୦୦ ଟଙ୍କାର ସାମସଙ୍ଗ ୭୫ ଇଂଚ ୪କେ ଏଲ୍ଇଡି ୟୁଏଚ୍ଡି ଟିଭି ୬୨,୯୭୩ ଟଙ୍କାରେ ମିଳିବ। ୪୭,୫୦୦ ଟଙ୍କାର କ୍ରୋମାର ୫୫ ଇଂଚ ଏଲଇଡି ୟୁଏଚଡି ଟିଭି ୩୧,୯୯୦ ଟଙ୍କାରେ ମିଳିବ।
ସାମସଙ୍ଗ ଟିଏଲ୍ ୱାସିଂ ମେସିନ ରେଂଜ୍ର ଦାମ୍ ୧୬,୪୧୬ ଟଙ୍କାରୁ ଏବଂ ସାମସଙ୍ଗ ୮କେଜି ଫ୍ରଂଟ ଲୋଡିଂ ୱାସିଂ ମେସିନ ଦାମ୍ ୩୦,୬୨୮ ଟଙ୍କାରୁ ଆରମ୍ଭ ହୋଇଛି। ଲାପଟପ୍ ବର୍ଗରେ ମ୍ୟାକ୍ବୁକ୍ ଏୟାର ଏମ୍୪ର ଦାମ୍ ୫୫,୯୧୧ ଟଙ୍କା, ସାମସଙ୍ଗ ନେକ୍ସ ଜେନ୍ ଏଆଇ ପିସି ଦାମ୍ ୫୧,୪୯୧ ଟଙ୍କା ଓ ଲିନୋଭୋ ଆଇ୫ ଏଚ୍ ପ୍ରୋସେସର ଦାମ୍ ୪୪,୯୫୦ ଟଙ୍କାରୁ ଆରମ୍ଭ ହୋଇଛି।
ଏ ସମ୍ପର୍କରେ ଇନଫିନିଟି ରିଟେଲ୍ ଲିମିଟେଡ୍ର ପ୍ରବକ୍ତା କହିଛନ୍ତି ଯେ, “ବ୍ଲାକ୍ ଫ୍ରାଇଡେ ହେଉଛି ଭାରତର ସବୁଠୁ ପ୍ରତିକ୍ଷୀତ ସପିଂ ସପ୍ତାହ ଏବଂ ଚଳିତ ବର୍ଷ ଆମେ ଅର୍ଥପୂର୍ଣ୍ଣ ମୂଲ୍ୟ ହ୍ରାସ ଓ ସହଜ ପେମେଂଟ ବିକଳ୍ପ ଉପରେ ଧ୍ୟାନ ଦେଇଛୁ ଯାହା ଫଳରେ ଗ୍ରାହକମାନେ ବିଶ୍ୱାସର ସହ ଅପ୍ଗ୍ରେଡ୍ କରିପାରିବେ। ଅନଲାଇନ ଓ ଷ୍ଟୋରରେ ବ୍ୟାପକ ପସନ୍ଦ ଉପଲବ୍ଧତା ଓ ବିଭିନ୍ନ ଏକ୍ସଚେଂଜ ଅଫର, ବ୍ୟାଙ୍କ ଅଫର ଓ ଇଏମଆଇ ସୁବିଧା ସହ ଗ୍ରାହକମାନଙ୍କୁ ସଠିକ୍ ମୂଲ୍ୟରେ ସଠିକ୍ ଉତ୍ପାଦ ହାସଲ କରିବାରେ ସାହାଯ୍ୟ କରିବାକୁ ଅମେ ପ୍ରସ୍ତୁତ ରହିଛୁ।”
ଗ୍ରାହକମାନେ ସାରା ଭାରତରେ ଥିବା କ୍ରୋମା ଷ୍ଟୋର, ଅନଲାଇନରେ ଙ୍ଗଙ୍ଗଙ୍ଗ.ମକ୍ସକ୍ଟଜ୍ଞବ.ମକ୍ଟଜ୍ଞ କିମ୍ବା ଟାଟା ନିଉ ଆପ ଜରିଆରେ ବ୍ଲାକ ଫ୍ରାଇଡେ ସେଲ୍ ହାସଲ କରିପାରିବେ।

