ଟାଟା ଏଆଇଏ ପକ୍ଷରୁ ଟର୍ମ ପ୍ଲାନ ‘ଶୁଭ ଫାମିଲି ପ୍ରୋଟେକ୍ଟ’ ଶୁଭାରମ୍ଭ
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ପକ୍ଷରୁ ଏକ ନୂଆ ଟର୍ମ ପ୍ଲାନ ‘ଟାଟା ଏଆଇଏ ଶୁଭ ଫାମିଲି ପ୍ରୋଟେକ୍ଟ’ର ଶୁଭାରମ୍ଭ କରାଯାଇଛି। ଏଥିରେ ଉଭୟ ତତ୍କାଳ ଏକକାଳୀନ ମୋଟା ଅଙ୍କର ବୀମା ରାଶି ପାଇବା ଓ ୩୦ ବର୍ଷ ପର୍ଯ୍ୟନ୍ତ ନମନୀୟ ମାସିକ ଆୟର ସୁବିଧା ରହିଛି। ପରିବାରକୁ ବ୍ୟାପକ ଆର୍ôଥକ ସୁରକ୍ଷା ପ୍ରଦାନ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ଅନିଶ୍ଚିତତା ସମୟରେ ଉପଯୁକ୍ତ ସମାଧାନ ଚାହୁଥିବା ଲୋକମାନଙ୍କ ପାଇଁ ଏହି ଯୋଜନା ବେଶ ଉପଯୁକ୍ତ।
ଏ ସମ୍ପର୍କରେ ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସର କାର୍ଯ୍ୟନିର୍ବାହୀ ଉପସଭାପତି ବ୍ୟାଙ୍କାସ୍ୟୁରାନ୍ସ କମଳ ଭରଦ୍ୱାଜ କହିଛନ୍ତି ଯେ, ‘ଟାଟା ଏଆଇଏରେ ଆମେ ଆର୍ôଥକ ସୁରକ୍ଷାଠାରୁ ଅଧିକ ପ୍ରଦାନ କରିବା ଉପରେ ବିଶ୍ୱାସ କରୁ। ଜୀବନର ପ୍ରତିଟି ସ୍ତରରେ ପରିବାରଗୁଡ଼ିକୁ ସହାୟତା ଦେବା ଉପରେ ଆମର ବିଶ୍ୱାସ ରହିଛି। ପରିବାରଗୁଡ଼ିକ ଚାହୁଥିବା ଆର୍ôଥକ ସୁରକ୍ଷା ଓ ସେମାନେ ପାଇବାକୁ ହକଦାର ଥିବା ନମନୀୟତା ପ୍ରଦାନ କରିବା ପାଇଁ ଶୁଭ ଫାମିଲି ପ୍ରୋଟେକ୍ଟ ହେଉଛି ଆମର ଏକ ମାଧ୍ୟମ। ଶୂନ ପ୍ରତିଶତ ଜିଏସଟି ଏହାକୁ ପାଇବା ଆହୁରି ସହଜ କରିଛି ଏବଂ ଏହି ଉତ୍ପାଦକୁ ପରିବାରର ଭବିଷ୍ୟତକୁ ବିନା କୈାଣସି ଅତିରିକ୍ତ ଖର୍ଚ୍ଚ ବୋଝରେ ସୁରକ୍ଷିତ କରିବାକୁ ଚାହୁଥିବା ଲୋକମାନଙ୍କ ପାଇଁ ଏକ ଶକ୍ତିଶାଳୀ ଟୁଲରେ ପରିଣତ କରିଛି।’’
ଶୁଭ ଫାମିଲି ପ୍ରୋଟେକ୍ଟ ପରିବାରଗୁଡ଼ିକୁ ଏକକାଳୀନ ମୋଟା ଅଙ୍କର ବୀମା ରାଶି ଦେବା ସହିତ ଏକ ଦୀର୍ଘସ୍ଥାୟୀ ମାସିକ ଆୟ ଉତ୍ସ ପ୍ରଦାନ କରିବ। ଏକକାଳୀନ ମୋଟା ରାଶି ପରିବାରର ସଙ୍ଗେ ସଙ୍ଗେ ଦରକାର ହେଉଥିବା ବଡ଼ ଖର୍ଚ୍ଚ ଯଥା ଘର କାମ କରିବା, ଋଣ ଶୁଝିବା ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଖର୍ଚ୍ଚ ବହନ କରିବ। ଏହାପରେ ଯେଉଁ ମାସିକ ଆୟ ମିଳିବ ତାହା ପରିବାରର ଅନ୍ୟାନ୍ୟ ଆବଶ୍ୟକତାକୁ ନିୟମିତ ଭାବେ ପୂରଣ କରିବ। ବୟସ୍କ ଲୋକମାନଙ୍କ ଔଷଧ ଖର୍ଚ୍ଚଠାରୁ ଆରମ୍ଭ କରି ପତ୍ନୀଙ୍କ ଘର ଚଳାଇବା ଘର ଏବଂ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚକୁ ମାସିକ ଆୟ ଜରିଆରେ ପୂରଣ କରାଯାଇପାରିବ।
ଏହି ପ୍ଲାନରେ ଏକାଧିକ ବ୍ୟକ୍ତିଙ୍କୁ ନୋମିନି ରଖିହେବ। ପ୍ରତି ନୋମିନିଙ୍କ ପାଇଁ ଭିନ୍ନ ଭିନ୍ନ ଲାଭକୁ ଆଗୁଆ ଧାର୍ଯ୍ୟ କରାଯାଇପାରିବ। ଫଳରେ ବୀମା ରାଶି ପାଇବା ପରେ ହେଉଥିବା କନ୍ଦଳକୁ ଦୂରେଇ ଦେଇହେବ। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭକୁ ଏଥିରେ ନିଶ୍ଚିତ କରାଯାଇପାରିବ।
ଗୁରୁତର ଅସୁସ୍ଥତା କ୍ଷେତ୍ରରେ ଚିକିତ୍ସା ପାଇଁ ତତ୍କାଳ ୫୦ ପ୍ରତିଶତ ବୀମା ରାଶି ପ୍ରଦାନ କରାଯିବ ଏବଂ ଭବିଷ୍ୟତର ସମସ୍ତ ପ୍ରିମିୟମକୁ ଉଚ୍ଛେଦ କରାଯିବ। ଶୂନ ପ୍ରତିଶତ ଜିଏସଟିର ଲାଭ ମଧ୍ୟ ମିଳିବ। ବ୍ୟକ୍ତିଗତ ଜୀବନ ବୀମା ଯୋଜନାରେ ପ୍ରିମିୟମ ଉପରେ କୈାଣସିି ଜିଏସଟି ଦେବାକୁ ପଡ଼ିବ ନାହିଁ।

