କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ସ୍ୱସ୍ତିକା ମିଶ୍ର ଏବଂ ଅଦ୍ୱେୟା ସଡ଼ଙ୍ଗୀ ଜିତିଲେ ଟିସିଏସ ଇନକ୍ୟୁଜିଟିଭ୍ ୨୦୨୫ର ଭୁବନେଶ୍ୱର ସଂସ୍କରଣ
ଭୁବନେଶ୍ୱର: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ପକ୍ଷରୁ ଅନୁଷ୍ଠିତ ଏହାର ବାର୍ଷିକ କୁଇଜ୍ ପ୍ରତିଯୋଗିତା, ଟିସିଏସ ଇନକ୍ୟୁଜିଟିଭ୍ ୨୦୨୫ର ଭୁବନେଶ୍ୱର ସଂସ୍କରଣରେ ବୁଦ୍ଧିମତା, ଦଳଗତ କାର୍ଯ୍ୟ ଦକ୍ଷତା ଓ ଦ୍ରୁତ ଚିନ୍ତାଧାରାର ଏକ ଉତ୍ତମ ନିଦର୍ଶନ ଦେଖିବାକୁ ମିଳିଛି। ଅଷ୍ଟମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଏହି ପ୍ରତିଯୋଗିତା, ୧୨-ସହର ଜାତୀୟ ସିରିଜର ଏକ ଅଂଶ ସ୍ୱରୁପ ସହର ରାଉଣ୍ଡରେ ଜ୍ଞାନ ପ୍ରଦର୍ଶନ କରିବାକୁ ଆଗ୍ରହୀ ପ୍ରାୟ ୪୪୦ ଯୁବ ଉତ୍ସାହୀ ପ୍ରତିଯୋଗୀଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି।
ଏହି କ୍ରମରେ ଭୁବନେଶ୍ୱର ସଂସ୍କରଣରେ ପ୍ରଭାବଶାଳୀ ଉପସ୍ଥିତି ଦେଖିବାକୁ ମିଳିଥିଲା, ୨୨୦ ଦଳ ଓଡ଼ିଶା ଓ ବାହାରର ୩୦ ରୁ ଅଧିକ ଦଳ ସେମାନଙ୍କ ସ୍କୁଲର ପ୍ରତିନିଧିତ୍ୱ କରୁଥିଲେ। ଏହି ପ୍ରତିଯୋଗିତାମୂଳକ ଇଭେଣ୍ଟରେ କଟକ, ହମିରପୁର, ସମ୍ବଲପୁର, ଭିଲାଇ, ପୁରୀ, ସଖିଗୋପାଳ ଏବଂପୁରୁଲିଆ (ପଶ୍ଚିମବଙ୍ଗ) ଭଳି ଅନେକ ସ୍ଥାନରୁ ଦଳ ଅଂଶଗ୍ରହଣ କରିଥିଲେ। କୁଇଜ୍ ଉତ୍କର୍ଷତାର ଏକ ରୋମାଞ୍ଚକର ଫାଇନାଲ ରାଉଣ୍ଡ ପରେ, କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲର ସ୍ୱସ୍ତିକା ମିଶ୍ର ଏବଂ ଅଦ୍ୱେୟା ସଡ଼ଙ୍ଗୀ ବିଜୟୀ ହୋଇ ଭୁବନେଶ୍ୱର ସଂସ୍କରଣରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। ସେମାନଙ୍କର ପ୍ରଦର୍ଶନ ସେମାନଙ୍କର ଧୈର୍ଯ୍ୟ, ସଠିକତା ଏବଂ ମାନସିକତାର ଉପସ୍ଥିତି ପାଇଁ ଉଲ୍ଲେଖନୀୟ ଥିଲା। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ, ଯେଉଁଥିରେ ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ବିଶାଳ କୁମାର ଦେବ, ଆଏଏସ୍ ଅଧିକାରୀ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓସିଏସି), ଭୁବନେଶ୍ୱରର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅଧ୍ୟକ୍ଷ ଏବଂ ଅତିରିକ୍ତ ସଚିବ ଓ ଟିସିଏସ୍ ଭୁବନେଶ୍ୱର, ସେଣ୍ଟର ହେଡ୍ ଶ୍ରୀଯୁକ୍ତ ବିଭୁ ପଣ୍ଡା ସାମିଲ ଥିଲେ।
ଟିସିଏସ୍ ଭୁବନେଶ୍ୱରର କେନ୍ଦ୍ର ମୁଖ୍ୟ ଶ୍ରୀ ବିଭୁ ପଣ୍ଡା କହିଛନ୍ତି, “ଭୁବନେଶ୍ୱରରେ ଆମେ ଯେଉଁ ଅଂଶଗ୍ରହଣ ଏବଂ ଉତ୍ସାହ ଦେଖିଲୁ ତାହା ଏହି ଅଞ୍ଚଳରେ ଶିକ୍ଷା ଏବଂ ନବସୃଜନ ପ୍ରତି ବଢ଼ୁଥିବା ଉତ୍ସାହକୁ ପ୍ରତିଫଳିତ କରେ। ଏହି ଛାତ୍ରମାନେ ଭବିଷ୍ୟତର ନବସୃଜନକାରୀଙ୍କୁ ପ୍ରତିନିଧିତ୍ୱ କରି ଆମ ଦେଶର ଡିଜିଟାଲ୍ ଯାତ୍ରାକୁ ଆକାର ଦେବେ। ଟିସିଏସ୍ ଇନକ୍ୟୁଜିଟିଭ୍ ମାଧ୍ୟମରେ, ଆମେ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହ ଶିକ୍ଷାଠାରୁ ଆଗକୁ ଯାଇ ଅନୁସନ୍ଧାନ କରିବା ଓ ଦେଶ ପାଇଁ ପରିବର୍ତ୍ତନକାରୀ ସମାଧାନ ସୃଷ୍ଟି କରିବା ପାଇଁ ବିଶେଷକରି କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ) ଭଳି ଉଦୀୟମାନ କ୍ଷେତ୍ରରେ କିପରି ନବସୃଜନକୁ ଆଗେଇ ନେଇପାରିବ ତାହା ଅନୁସନ୍ଧାନ କରିବାକୁ ଲକ୍ଷ୍ୟ ରଖିଛୁ।”
ଟିସିଏସ୍ ଇନକ୍ୟୁଜିଟିଭ୍ ଏକ ଅଭିନବ ଶିକ୍ଷଣ ପଦକ୍ଷେପ ଯାହା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଯୁବ ମନକୁ ପ୍ରେରଣା ଦେଇ ଆସୁଛି। ୮ମ ରୁ ୧୨ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌତୁହଳ ଜାଗ୍ରତ କରିବା ଏବଂ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି, ଏହା ସୂଚନା ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ, କ୍ରୀଡା, ଇଞ୍ଜିନିୟରିଂ ଏବଂ କଳା ସମେତ ବିବିଧ କ୍ଷେତ୍ରକୁ କଭର କରେ। ୨୦୨୫ ସଂସ୍କରଣ ୧୨ଟି ସହରରେ ଅନୁଷ୍ଠିତ ହେଉଥିବା – ଅହମ୍ମଦାବାଦ, ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, ଇନ୍ଦୋର, କୋଚି, କୋଲକାତା, ମୁମ୍ବାଇ, ନାଗପୁର ଏବଂ ପୁଣେ – ପ୍ରତ୍ୟେକ ସହର ଯାତ୍ରାରେ ଏକ ଅନନ୍ୟ ଅଧ୍ୟାୟ ଯୋଡିବ। ପ୍ରତିଯୋଗିତା ସେମିଫାଇନାଲ ଏବଂ ଗ୍ରାଣ୍ଡ ଫିନାଲେରେ ଶେଷ ହେବ, ଯେଉଁଠାରେ ଗୋଟିଏ ସ୍କୁଲକୁ ୨୦୨୫ ଟିସିଏସ୍ ଇନକ୍ୟୁଜିଟିଭ୍ ନ୍ୟାସନାଲ୍ ଚାମ୍ପିଅନ୍ସ ମୁକୁଟ ପିନ୍ଧାଯିବ। ଭୁବନେଶ୍ୱର ସଂସ୍କରଣର ବିଜେତାମାନେ ଏବେ ଜାତୀୟ ଫାଇନାଲରେ ପ୍ରତିନିଧିତ୍ୱ କରିବାକୁ ଯିବେ, ଯେଉଁଠାରେ ସେମାନେ ଭାରତର ଅନ୍ୟାନ୍ୟ ସହରରୁ ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

