ରାଜ୍ୟ

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଆଦିବାସୀ ସଂସ୍କୃତିର ପ୍ରୋତ୍ସାହନ ପାଇଁ କାର୍ଯ୍ୟକ୍ରମ ‘ସଂବାଦ’

  • ୩ ଦିନିଆ କଳିଙ୍ଗନଗର ସଂସ୍କରଣରେ ଯୋଗଦେଲେ ୧୦୦ ଜଣ ଆଦିବାସୀ ଯୁବକ-ଯୁବତୀ


ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ଵାରା ୧୨ ରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ “ସଂବାଦ– କଳିଙ୍ଗନଗର ସଂସ୍କରଣ” ଆୟୋଜିତ ହୋଇଯାଇଛି । ଏଥିରେ କଳିଙ୍ଗନଗର, ସୁକିନ୍ଦା ଏବଂ ବ୍ରାହ୍ମଣୀପାଳର ଆଦିବାସୀ ଲୋକମାନେ ଏକତ୍ରିତ ହୋଇ ନିଜର, ସଂସ୍କୃତି, ପରମ୍ପରା, ଚାଲିଚଳଣି ଏବଂ ମତର ଆଦାନପ୍ରଦାନ କରିଥିଲେ ।

୨୦୧୪ ମସିହାରେ ଜାମସେଦପୁରରୁ ଆରମ୍ଭ ହୋଇଥିବା ଏହି “ସଂବାଦ” କାର୍ଯ୍ୟକ୍ରମ ସମଗ୍ର ଦେଶର ବିଭିନ୍ନ ଆଦିବାସୀ ଲୋକମାନଙ୍କ ମଧ୍ୟରେ ମତ ଆଦାନପ୍ରଦାନ ଏବଂ ବୁଝାମଣା ପାଇଁ ଏକ ଜାତୀୟ ସ୍ତରୀୟ ମଞ୍ଚ ପ୍ରଦାନ କରେ। ଏହାର ଉଦ୍ଦେଶ୍ୟ ଅଣ ଆଦିବାସୀ ସମୁଦାୟର ଲୋକମାନଙ୍କୁ ଆଦିବାସୀ ସଂସ୍କୃତି ଏବଂ ଦୃଷ୍ଟିକୋଣକୁ ବୁଝିବାରେ ସାହାଯ୍ୟ କରିବ, ଯାହାଦ୍ୱାରା ଆଦିବାସୀ ସଂସ୍କୃତି ଓ ଦୃଷ୍ଟିଭଙ୍ଗି ପ୍ରତି ସମ୍ମାନ, ସହାନୁଭୂତି ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ।

ଅଧିକ ଦୁର୍ଗମ ଅଞ୍ଚଳର ଲୋକମାନଙ୍କ ନିକଟରେ ପହଞ୍ଚିବା ପାଇଁ ୨୦୧୬ ମସିହାରେ “ସଂବାଦ” କାର୍ଯ୍ୟକ୍ରମର ଆଞ୍ଚଳିକ ସଂସ୍କରଣ ଆରମ୍ଭ ହୋଇଥିଲା। ଏହି ଆଞ୍ଚଳିକ ସଂସ୍କରଣଗୁଡିକ ବିଭିନ୍ନ ଏନଜିଓ, ସ୍ଥାନୀୟଲୋକ, ଟ୍ରାଇବଲ୍ ଲିଡରସିପ୍ ପ୍ରୋଗ୍ରାମ୍ ର ପୂର୍ବତନ ଛାତ୍ର ଏବଂ ଶିକ୍ଷାନୁଷ୍ଠାନମାନଙ୍କ ସହଯୋଗରେ ଆୟୋଜନ କରାଯାଇଥାଏ ।

କଳିଙ୍ଗନଗର ସଂସ୍କରଣଟି ମୁଖ୍ୟତଃ ଆଦିବାସୀ ପ୍ରଶାସନ, ପାରମ୍ପାରିକ ଜ୍ଞାନ ପ୍ରଣାଳୀ, ଆଦିବାସୀ ସମୁଦାୟର ନେତୃତ୍ୱ ଏବଂ ଆତ୍ମଚିନ୍ତନ ଉପରେ ଗୁରୁତ୍ୱ ଦେଉଛି । ଏହା ଆଦିବାସୀ କଳା, ସଙ୍ଗୀତ ଏବଂ ବିଧି-ବିଧାନକୁ ମଧ୍ୟ ଉତ୍ସବର ରୂପ ଦେବ, ସାଂସ୍କୃତିକ ଅଭ୍ୟାସଗୁଡିକ ଆଦିବାସୀ ପରିଚୟକୁ କିପରି ସଂରକ୍ଷଣ କରିବ ଏବଂ ଦୀର୍ଘସ୍ଥାୟୀ ଜୀବନଚର୍ଯ୍ୟାକୁ ଉତ୍ସାହିତ କରିବ ସେହି ବିଷୟରେ ଆଲୋକପାତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସାମାଜିକ ଏବଂ ସାଂସ୍କୃତିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ୨୦ରୁ ୩୫ ବର୍ଷ ବୟସର ପାଖାପାଖି ୧୦୦ ଜଣ ଆଦିବାସୀ ଯୁବକ-ଯୁବତୀ ଭାଗ ନେଇଥିଲେ ।

“ସଂବାଦ” କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ଟାଟା ଷ୍ଟିଲ ଫାଉଣ୍ଡେସନ୍ ୩୦ ଜଣ ଅଂଶଗ୍ରହଣକାରୀଙ୍କ ପାଇଁ ଏକ “ଟ୍ରାଇବାଲ କୁଜିନ୍ ୱାର୍କଶପ୍” ବା ଆଦିବାସୀ ରୋଷେଇ କୌଶଳ କାର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଶେଫ୍ ମଧୁସ୍ମିତା ସୋରେନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ଧୀରେ ଧୀରେ ଲୋପ ପାଉଥିବା ପାରମ୍ପାରିକ ଖାଦ୍ୟ ପ୍ରଥାର ସଂରକ୍ଷଣ ଏବଂ ଏହାର ପ୍ରଚାର କରିବା। ଅଂଶଗ୍ରହଣକାରୀମାନେ ସ୍ଥାନୀୟ ଉପାଦାନ, ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ପଦ୍ଧତି ଏବଂ ଶୂନ୍ୟ-ବର୍ଜ୍ୟ ପ୍ରୟୋଗ ବିଷୟରେ ଶିକ୍ଷା ଗ୍ରହଣ କରିଥିଲେ । ଏଥିସହ, ସେମାନଙ୍କୁ ଏହି କର୍ମଶାଳାରେ ପାରମ୍ପାରିକ ଫୁଡ ଷ୍ଟଲ୍, କେଟରିଂ କିମ୍ବା ଛୋଟ ବ୍ୟବସାୟ ମାଧ୍ୟମରେ କିପରି ଜୀବିକା ଅର୍ଜନର ସୁଯୋଗ ମିଳିପାରିବ, ସେହି ବିଷୟରେ ସେମାନଙ୍କୁ ମାର୍ଗଦର୍ଶନ କରାଯାଇଥିଲା ।

“ସଂବାଦ” କାର୍ଯ୍ୟକ୍ରମକୁ ନେଇ ମଙ୍ଗଳବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟାଟା ଷ୍ଟିଲ କଳିଙ୍ଗନଗରର, ଚିଫ, କର୍ପୋରେଟ ସର୍ଭିସେସ, ଦେବଦୂତ ମହାନ୍ତି ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ, କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟରର ୟୁନିଟ୍ ହେଡ୍, ଦେବାଞ୍ଜନ ମୁଖାର୍ଜୀ ଏବଂ ହେଡ୍ ଟ୍ରାଇବାଲ୍ କଲଚର ଆଣ୍ଡ କଲିଅରୀ ଜିରେନ୍ ଜେଭିଅର ଟୋପନୋଙ୍କ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

Share

Leave a Reply

Your email address will not be published. Required fields are marked *

5 × four =