Business

ଇଂଟେଗ୍ରେସ ମେଡଟେକ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଅଗ୍ରଣୀ ମେଡିକାଲ ପ୍ରଯୁକ୍ତି କମ୍ପାନି ଇଂଟେଗ୍ରିସ ମେଡଟେକ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। କମ୍ପାନି ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ସଂଗ୍ରହ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଅଂଶ ଭାବେ ୯୨୫ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ପ୍ରତିଷ୍ଠାତା ଅଂଶଧନକାରୀମାନେ ୨୧,୬୭୪,୫୩୧ ଇକ୍ୱିଟି ସେୟାର ବିକ୍ରି କରିବେ। ଏଭରକ୍ୟୁର ହୋଲଡିଂସ ପିଟିଇ ଲିମିଟେଡ ପକ୍ଷରୁ ୧୫,୧୭୪,୨୫୧ ଇକ୍ୱିଟି ସେୟାର, ଗୁରମିତ ସିଂହଙ୍କ ପକ୍ଷରୁ ୩,୨୫୦,୧୪୦ ଇକ୍ୱିଟି ସେୟାର ଏବଂ ପୁନିତା ଶର୍ମାଙ୍କ ପକ୍ଷରୁ ୩,୨୫୦,୧୪୦ ଇକ୍ୱିଟି ସେୟାର ବିକ୍ରି କରାଯିବ।
ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି ୧୮୫ କୋଟି ଟଙ୍କାର ପ୍ରାକ-ଆଇପିଓ ପ୍ଲେସମେଂଟ କରାଯିବ। ତାହା ସଫଳ ହେଲେ ସେହି ଅନୁସାରେ ମୂଳ ଇସ୍ୟୁର ପରିମାଣ କମିଯିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୬୯୬.୩୯ କୋଟି ଟଙ୍କାକୁ କମ୍ପାନି କେତେକ ଋଣ ଓ ସୁଧକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବାର ପ୍ରସ୍ତାବ ଦିଆଯାଇଛି।
ଗୁରମିତ ସିଂହ ଚୁଗ ଓ ପୁନିତା ଶର୍ମାଙ୍କ ଦ୍ୱାରା ଇଂଟେଗ୍ରିସକୁ ପ୍ରତିଷ୍ଠା କରାଯାଇଛି। ହୃଦରୋଗ ସମ୍ପର୍କିତ ଉତ୍ପାଦ ବିକ୍ରିରୁ ଆରମ୍ଭ ହୋଇଥିବା ଯାତ୍ରା ପରବର୍ତୀ ସମୟରେ ଉତ୍ପାଦନ କାରଖାନା ପର୍ଯ୍ୟନ୍ତ ବଢ଼ିଥିଲା। ନିକଟରେ କମ୍ପାନି ପକ୍ଷରୁ ପ୍ରବୀର ଦାସଙ୍କୁ ସିଇଓ ଭାବେ ନିଯୁକ୍ତ କରାଯାଇଛି। ୨୦୧୯ରେ ଏଭରଷ୍ଟୋନ କ୍ୟାପିଟାଲଠାରୁ ପାଣ୍ଠି ପାଇବା ପରେ ଏହା ୟୁରୋପରେ ଅଧିଗ୍ରହଣ କରିପାରିଥିଲ।। ଏବଂ ପ୍ରୋପାଇଟୋରି ପ୍ରଯୁକ୍ତି ହାସଲ କରିଥିଲା। ହୃଦରୋଗ ଓ ଲାବୋରେଟୋରି ସମାଧାନରେ କମ୍ପାନି ୧୭ ଅଧିଗ୍ରହଣ କରିସାରିଲାଣି।
କମ୍ପାନି ପକ୍ଷରୁ ଷ୍ଟେଂଟ, ଔଷଧ ଲେପ ଥିବା ବେଲୁନ, ଜଟିଳ କରୋନାରି ଇଂଟରଭେନସନ ଉତ୍ପାଦ, ଭାସ୍କୁଲାର ସମାଧାନ ପ୍ରସ୍ତୁତ କରାଯାଉଛି। ଏହା ହେଉଛି କରୋନାରି ଷ୍ଟେଂଟର ଦ୍ୱିତୀୟ ବଡ଼ ଉତ୍ପାଦନକାରୀ। ଏହା ଭାରତ, ୟୁରୋପ, ଏସିଆ, ମଧ୍ୟପ୍ରାଚ୍ୟ, ଆଫ୍ରିକା ଓ ଲାଟିନ ଆମେରିକାରେ କାରବାର କରୁଛି। ଏହାର ପାଂଚଟି କାରଖାନା ଭାରତ, ଜର୍ମାନୀ ଓ ନେଦରଲ୍ୟାଣ୍ଡସରେ ରହିଛି ଯାହା ୬୫ରୁ ଅଧିକ ଅନ୍ତର୍ଜାତୀୟ ବଜାରର ଆବଶ୍ୟକତା ପୂରଣ କରୁଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ସିଟିଗ୍ରୁପ ଗ୍ଲୋବାଲ ମାର୍କେଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

4 × 3 =