Business

ବିଶ୍ୱରାଜ ଏନଭାର୍ଣ୍ଣମେଂଟ ଲିମିଟେଡ ପକ୍ଷରୁ ୨୨୫୦ କୋଟି ଟଙ୍କାର ଆଇପିଓ ପାଇଁ ଡିଆରଏଚପି ଦାଖଲ

ଭୁବନେଶ୍ୱର: ୱାଟର ୟୁଟିଲିଟି ଓ ବର୍ଜ୍ୟଜଳ ପରିଚାଳନାର ଅଗ୍ରଣୀ ସଂସ୍ଥା ବିଶ୍ୱରାଜ ଏନଭାର୍ଣ୍ଣମେଂଟ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। କମ୍ପାନି ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ୨୨୫୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ସେଥିରୁ ୧୨୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ପର ସେଲରେ ନିବେଶକ ପ୍ରିମିୟର ଫାଇନାନ୍ସିଆଲ ସର୍ଭିସେସ ୧୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବ।
କମ୍ପାନି ପକ୍ଷରୁ ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି ୨୫୦ କୋଟି ଟଙ୍କାର ପ୍ରି-ଆଇପିଓ ପ୍ଲେସମେଂଟ କରାଯିବ ଏବଂ ତାହା ସଫଳ ହେଲେ ଇସ୍ୟୁ ପରିମାଣ ସେହି ଅନୁସାରେ ହ୍ରାସ ପାଇବ।
ଏହି ଇସ୍ୟୁରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିରୁ ୫୪୫ କୋଟି ଟଙ୍କାକୁ କମ୍ପାନିି ଏହାର ସହାୟକ ସଂସ୍ଥାର କିଛି ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବା, ୧୭୮.୫ କୋଟି ଟଙ୍କାକୁ ୩୦୦ ଏମଏଲଡି କ୍ଷମତା ବିଶିଷ୍ଟ ୟୁଏଫ ଆରଓ ପ୍ରଯୁକ୍ତି ସମ୍ପନ୍ନ ଉନ୍ନତ ୱାଟର ଟ୍ରିଟମେଂଟ କାରଖାନାର ତୃତୀୟ ପର୍ଯ୍ୟାୟ, ୧୧୨.୮ କୋଟ ଟଙ୍କାକୁ ଏକ ୬୦ ଏମଏଲଡି ସ୍ୱରେଜ ଟ୍ରିଟମେଂଟ ପ୍ଲାଂଟ (ଏସଟିପି) ଏବଂ ୮୦ ଏମଏଲଡିର ତୃତୀୟକ ଟ୍ରିଟମେଂଟ ଆରଓ ପ୍ଲାଂଟ ଏବଂ ୧୨୪.୧ କୋଟି ଟଙ୍କାକୁ ଏକ ୩୦ ମେଗାୱାଟର ସୋଲାର ଫଟୋଭୋଲଟାଇକ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିବାରେ ବିନିଯୋଗ କରିବାକୁ ପ୍ରସ୍ତାବ ଦିଆଯାଇଛି। ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଜେଏମ ଫାଇନାନ୍ସିଆଲ, ଆକ୍ସିସ କ୍ୟାପିଟାଲ ଲିମିଟେଡ ଓ ଡିଏଏମ କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ।
ଏହି କମ୍ପାନୀ ୨୦୧୧ରେ ମହାରାଷ୍ଟ୍ରର ନାଗପୁରରେ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସହର ଚବିଶ ଘଂଟିଆ ଜଳ ସରବରାହ ପିପିପି ପ୍ରକଳ୍ପ ଆରମ୍ଭ କରିଥିଲା ଯାହାକୁ ପରେ ୨୦୨୦ ମସିହାରେ ବିକ୍ରୟ କରାଯାଇଥିଲା। ଏହା ନାଗପୁରରେ ଭାରତର ପ୍ରଥମ ଏବଂ ସବୁଠାରୁ ବଡ ବର୍ଜ୍ୟ ଜଳ ପୁନର୍ବ୍ୟବହାର ପିପିପି ପ୍ରକଳ୍ପ ମଧ୍ୟ ଚାଲୁ କରିଥିଲା। ଏହାର ଡିଆରଏଚପି ଅନୁଯାୟୀ, ୩୦ଟି ସହରରେ ଏହାର ପୋର୍ଟଫୋଲିଓରେ ୩୦ଟି ଜଳ ଶୁଦ୍ଧିକରଣ କେନ୍ଦ୍ର ରହିଛି ଯାହାର କ୍ଷମତା ହେଉଛି ୨,୦୯୦.୧୦ ଏମଏଲଡି। ଏହା ବ୍ୟତୀତ ଏହାର ୧୯ଟି ଓ ଆଣ୍ଡ ଏମ ପ୍ରକଳ୍ପ ଏବଂ ୯,୯୮୪ କିମି ପାଇପଲାଇନର ଏକ ବିତରଣ ନେଟୱର୍କ ରହିଛି।
୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନିର ଅର୍ଡର ବୁକ ପରିମାଣ ୧୬,୦୧୧.୩୪ କୋଟି ଟଙ୍କା ଏବଂ ପରିଚାଳନା ଅଧୀନ ସଂପତି ପରିମାଣ ୬,୬୭୭.୯୦ କୋଟି ଟଙ୍କା ଥିଲା। ଏହାର କ୍ଲାଏଂଟମାନେ ହେଉଛନ୍ତି ନାଗପୁର ମ୍ୟୁନିସିପାଲ କର୍ପୋରେସନ, ମହାରାଷ୍ଟ୍ର ଷ୍ଟେଟ ପାୱାର ଜେନେରେଶନ କମ୍ପାନି, ମହାରାଷ୍ଟ୍ର ଷ୍ଟେଟ ଇଲେକ୍ଟିସିଟି ଡିଷ୍ଟ୍ରିବ୍ୟୁସନ କମ୍ପାନି ଲିମିଟେଡ, ନାଗପୁର ମେଟ୍ରୋପଲିଟନ ବିକାଶ ପ୍ରାଧିକରଣ, ବାଙ୍ଗାଲୋର ଜଳ ସରବରାହ ଏବଂ ପ୍ରଣାଳୀ ବୋର୍ଡ, ତାପି ଇରିଗେସନ ଡେଭଲପମେଟ କର୍ପୋରେଶନ, କର୍ଣ୍ଣାଟକ ଗ୍ରାମୀଣ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ବିଭାଗ ଏବଂମହାରାଷ୍ଟ୍ର ଜୀବନ ପ୍ରାଧିକରଣ।

Share

Leave a Reply

Your email address will not be published. Required fields are marked *

4 − two =