Business

ବିଦ୍ୟୁତ ଚୋରି ଏକ ଦଣ୍ଡନୀୟ ଅପରାଧ,ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଟିପିଡବ୍ଲୁଓଡିଏଲ୍

ବୁର୍ଲା/ବଲାଙ୍ଗିର, ଅକ୍ଟୋବର ୦୪, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପୁଣି ଥରେ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ତଥା ଜନସାଧାରଣ ଅବଗତ ନିମନ୍ତେ ପ୍ରକାଶ କରୁଛି ଯେ, ଯେକୌଣସି ପ୍ରକାରର ବିଦ୍ୟୁତ ଚୋରି ବିଦ୍ୟୁତ ଆଇନ, ୨୦୦୩ ର ଧାରା ୧୩୫ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ । ତେଣୁ ବିଦ୍ୟୁତ୍ ଚୋରି ବିରୋଧରେ କମ୍ପାନୀ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଅଛି । ନିକଟରେ ଏହିପରି କିଛି ଘଟଣା ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିପିଡବ୍ଲୁଓଡିଏଲର ଟିଟଲାଗଡ଼ ବିଦ୍ୟୁତ୍ ବିଭାଗ ଅଧିନରେ ଘଟିଅଛି, ଯାହାକୁ ନେଇ କମ୍ପାନୀ ପକ୍ଷରୁ ନିକଟସ୍ଥ ପୋଲିସ୍ ଷ୍ଟେସନରେ ମଧ୍ୟ ମାମଲା ରୁଜୁ କରାଯାଇଅଛି ।

ପ୍ରାପ୍ତ ସୂଚନା ଅନୁଯାଇ, ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମୁରିବାହାଲ ଗ୍ରାମର ବିଦ୍ୟୁତ୍ ଉପଭୋକ୍ତା ଶ୍ରୀମତୀ ସୁଭାଶିନୀ ମହାରଣା (ଗ୍ରାହକ କ୍ରମିକ ୯୧୨୨୧୩୦୧୦୩୩୦) ବିଦ୍ୟୁତ୍ ବିଲ୍ ବକେୟା ରଖିଥିବାରୁ କମ୍ପାନୀ ତରଫରୁ ତାଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ୱେ (ନୋଟିସ୍) ବିଦ୍ୟୁତ୍ ବିଲ୍ ପୈଠ ନ କରିବାରୁ ଆଇନ ଅନୁଯାଇ ଗତ ତା. ୦୨.୦୧.୨୦୨୫ ଦିନ ତାଙ୍କ ଘରର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । ବିଶେଷ ସୁତ୍ରରୁ ଖରବ ପାଇ ଟିପିଡବ୍ଲୁଓଡିଏଲର ଏନଫୋର୍ସମେଣ୍ଟ ଦଳ ଗତ ତା. ୧୨.୦୯.୨୦୨୫ ଦିନ ଶ୍ରୀମତୀ ମହାରଣଙ୍କ ଘର ଯାଞ୍ଚ କରିବା ପରେ ଅନୈତିକ ଉପାୟରେ ସେ ବିଦ୍ୟୁତ୍ ଚୋରି କରୁଥିବା ଧରା ପଡ଼ିଥିଲେ । ଏନେଇ ବିଦ୍ୟୁତ୍ ଉପଭୋକ୍ତା ଶ୍ରୀମତୀ ମହାରଣାଙ୍କୁ କମ୍ପାନୀ ତରଫରୁ ବିଦ୍ୟୁତ୍ ଚୋରି ଅଭିଯୋଗରେ ଫାଇନ କରାଯିବା ସହିତ ଏହି ସବୁ ଅନୈତିକ କାର୍ଯ୍ୟରେ ଶ୍ରୀମତୀ ସୁଭାଶିନୀ ମହାରଣଙ୍କ ପୁଅ ରାମଚନ୍ଦ୍ର ମହାରାଣାଙ୍କ ସମ୍ପୃକ୍ତି ଥିବା ଜାଣି କମ୍ପାନୀ ତରଫରୁ ଗତ ତା. ୧୬.୦୯.୨୦୨୫ ଦିନ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମୁରିବାହାଲ ପୋଲିସ ଷ୍ଟେସନରେ ଏକ ମାମଲା (କେସ୍ ନମ୍ବର ୧୯୫/୨୦୨୫) ରୁଜୁ କରାଯାଇଅଛି ଏବଂ ପୋଲିସ ତରଫରୁ ଉକ୍ତମାମଲାର ତଦନ୍ତ ଚାଲିଛି ।

ସେହିପରି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମୁରିବାହାଲ ଗ୍ରାମର ବିଦ୍ୟୁତ୍ ଉପଭୋକ୍ତା ଶ୍ରୀ ଅରୁଣ ବାଗ (ଗ୍ରାହକ କ୍ରମିକ ୯୧୨୧୨୪୦୧୦୫୩୬) ବିଦ୍ୟୁତ୍ ବିଲ୍ ବକେୟା ରଖିଥିବାରୁ କମ୍ପାନୀ ତରଫରୁ ତାଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ୱେ (ନୋଟିସ୍) ବିଦ୍ୟୁତ୍ ବିଲ୍ ପୈଠ ନ କରିବାରୁ ଆଇନ ଅନୁଯାଇ ଗତ ୨୬.୦୬.୨୦୨୪ ଦିନ ତାଙ୍କ ଘରର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । ବିଶେଷ ସୁତ୍ରରୁ ଖରବ ପାଇ ଟିପିଡବ୍ଲୁଓଡିଏଲର ଏନଫୋର୍ସମେଣ୍ଟ ଦଳ ଗତ ତା. ୧୩.୦୯.୨୦୨୫ ଦିନ ଶ୍ରୀ ବାଗଙ୍କ ଘର ଯାଞ୍ଚ କରିବା ପରେ ଅନୈତିକ ଉପାୟରେ ସେ ବିଦ୍ୟୁତ୍ ଚୋରି କରୁଥିବାର ଧରା ପଡ଼ିଥିଲେ । ଏନେଇ ବିଦ୍ୟୁତ୍ ଉପଭୋକ୍ତା ଶ୍ରୀ ବାଗଙ୍କୁ କମ୍ପାନୀ ତରଫରୁ ବିଦ୍ୟୁତ୍ ଚୋରି ଅଭିଯୋଗରେ ଫାଇନ କରାଯିବା ସହିତ ଏହି ସବୁ ଅନୈତିକ କାର୍ଯ୍ୟରେ ଶ୍ରୀ ବାଗଙ୍କ ପୁଅ ଶ୍ରୀ ଧବଳେଶ୍ୱର ବାଗଙ୍କ ସମ୍ପୃକ୍ତି ଥିବା ଜାଣି କମ୍ପାନୀ ତରଫରୁ ଗତ ତା. ୧୬.୦୯.୨୦୨୫ ଦିନ ବିଦ୍ୟୁତ ଆଇନ, ୨୦୦୩ର ଧାରା ୧୩୫ ଅନୁଯାୟୀ ସିନ୍ଧେକେଲା ପୋଲିସ ଷ୍ଟେସନରେ (କେସ୍ ନମ୍ବର ୨୩୭/୨୦୨୫) ଏକ ପୋଲିସ ମାମଲା ରୁଜୁ କରାଯାଇଛି ।

ଉଲ୍ଲେଖଥାଉ କି, ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସମସ୍ତ ଗ୍ରାହକ ତଥା ଜନସାଧାରଣଙ୍କୁ ପୁଣିଥରେ ଅନୁରୋଧ କରାଯାଉଅଛି ଯେ, ବିଦ୍ୟୁତ୍ ଚୋରି କେବଳ ଯେ ଏକ ଅନୈତିକ କାର୍ଯ୍ୟ ନୂହେଁ ବରଂ ଏହା ଆଇନ ଅନୁଯାଇ ଏକ ଦଣ୍ଡନୀୟ ଅପରାଧ । ଏହା ମଧ୍ୟ ଏକ ଅମାନବିକ କାର୍ଯ୍ୟ ଅଟେ । ଯଦି ଜନସାଧାରଣ କୌଣସି ସ୍ଥାନ, ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏହି ଅମାନବିକ କାର୍ଯ୍ୟ ପାଇଁ କମ୍ପାନୀକୁ ସୂଚନା ଦେବାକୁ ଚାହାଁନ୍ତି, ତେବେ ସେମାନେ ୮୦୯୩୦୬୧୧୭୯ ହେଲ୍ପଲାଇନ୍ ନମ୍ବରରେ ଯୋଗଯୋଗ କରିପାରିବେ । ସେମାନଙ୍କ ପରିଚୟ ଗୁପ୍ତ ରଖାଯିବ ।

Share

Leave a Reply

Your email address will not be published. Required fields are marked *

18 − six =