ଗ୍ରିଭ୍ସ ଇଲେକ୍ଟ୍ରିକ୍ ମୋବିଲିଟି ପକ୍ଷରୁ ଓଡ଼ିଶାରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଅଫରର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ କମ୍ପାନି ଗ୍ରିଭ୍ସ ଇଲେକ୍ଟ୍ରିକ୍ ମୋବିିଲିଟି ପକ୍ଷରୁ ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଉତ୍ସବ ଅଫର ଘୋଷଣା କରାଯାଇଛି ଯାହା ଫଳରେ ସ୍ୱଚ୍ଛ, ସ୍ମାର୍ଟ ଓ ସୁଲଭ ଗମନାଗମନ ସୁବିଧା ହାସଲ କରିବା ପୂର୍ବାପେକ୍ଷା ବେଶ୍ ଆକର୍ଷଣୀୟ ହୋଇପାରିଛି।
ଉତ୍ସବ ପାଳନର ଅଂଶ ଭାବେ କମ୍ପାନିର ଲୋକପ୍ରିୟ ଇଲେକ୍ଟ୍ରିକ୍ ସ୍କୁଟର ମ୍ୟାଗ୍ନସ୍ ଓ ନେକ୍ସସ୍ ଉପରେ ଅଫର ଘୋଷଣା କରାଯାଇଛି। ମ୍ୟାଗନସ୍ ନିଓ ୯୦୦୦ ଟଙ୍କାର ରିହାତି ସହ ସ୍ୱତନ୍ତ୍ର ଉତ୍ସବ ମୂଲ୍ୟରେ ଉପଲବ୍ଧ ହେବ। ସେହିପରି ନେକ୍ସ ଉପରେ ୧୭୦୦୦ ଟଙ୍କାର ରିହାତି ରହିଛି ଏବଂ ତା’ ସହିତ ୧୦ ହଜାର ଟଙ୍କାର କନେକ୍ଟେଡ୍ ପ୍ରଯୁକ୍ତି ବିନା ମୂଲ୍ୟରେ ମିଳିବ। ଫ୍ଲିପ୍କାର୍ଟ ଓ ଆମାଜନରେ ଅତିରିକ୍ତ ଅଫର ରହିଛି।
ସୁବିଧା ସୁଯୋଗରେ ପରିପୂର୍ଣ୍ଣ ସ୍କୁଟରକୁ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇ କମ୍ପାନି ଗୁଣାତ୍ମକ ଯାନ ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ କରୁଛି। ଉଭୟ ମ୍ୟାଗନସ ଓ ନେକ୍ସସ୍ରେ ସୁରକ୍ଷିତ ଓ ଭରସାଯୋଗ୍ୟ ଏଲ୍ପିଏଫ୍ ପ୍ରଯୁକ୍ତି ଭଳି ଅତ୍ୟାଧୁନିକ ସୁବିଧା ରହିଛି ଯାହା ଦୁଇ ଗୁଣା ଅତିରିକ୍ତ ବ୍ୟାଟେରି ଜୀବନ ପ୍ରଦାନ କରୁଛି ଏବଂ ଉପଯୁକ୍ତ ଭାବେ ସନ୍ତୁଳିତ ବ୍ରେକ୍, ଉନ୍ନତ ଗ୍ରାଉଣ୍ଡ କ୍ଲିୟରାନ୍ସ, ମ୍ୟାପ ମିରରିଂ ସହ କନେକ୍ଟେଡ୍ ପ୍ରଯୁକ୍ତି, ବଡ଼ ସିଟ୍ ଆରାମ ଓ ଉତ୍କୃଷ୍ଠ ଗଠନ ଶୈଳୀ ରହିଛି ଯାହା ଭାରତୀୟ ଚାଳକଙ୍କ ଉଦୀୟମାନ ଗମନାଗମନ ଆବଶ୍ୟକତା ପୂରଣ କରିବ।
କମ୍ପାନିର ଇଭିଗୁଡ଼ିକରେ ଜିଇଏମ୍ଏଲ୍ର ସୁରକ୍ଷିତ ଓ ଭରସାଯୋଗ୍ୟ ବ୍ୟାଟେରି ପ୍ରଯୁକ୍ତି ରହିଛି ଯାହାକୁ ମାଇନସ ୪୦ ଡିଗ୍ରିରୁ ୬୦ ଡିଗ୍ରି ଭଳି ଉଚ୍ଚ ତାପମାତ୍ରା ପର୍ଯ୍ୟନ୍ତ ବିଭିନ୍ନ ପରିବେଶରେ ପରୀକ୍ଷା କରାଯାଇଛି। ଏହାର ଦୃଢ଼ ଡୁଆଲ୍ ଫ୍ରେମ୍ ଚେଚିସ୍, ଶ୍ରେଷ୍ଠ ମାନର ପେଲୋଡ୍, ଉଚ୍ଚ ସୁରକ୍ଷା ମାନକ ଓ ଆଇମ୍ପିୟର କୋର୍ର ଶ୍ରେଷ୍ଠ ମାନର ବିକ୍ରି ପରବର୍ତୀ ସେବା ଗ୍ରାହକମାନଙ୍କୁ ବିନା ଉଦବେଗରେ ୨୪ ଘଂଟା ଗାଡ଼ି ଚାଳନା ଅନୁଭୂତି ପ୍ରଦାନ କରିବ। ନେକ୍ସସ୍ ଓ ମ୍ୟାଗ୍ନସ୍ ପ୍ରାକ୍ଟିକାଲ୍ ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ରହିଥିବା ବେଳେ ଉନ୍ନତ ପ୍ରଦର୍ଶନ କରିବା ଲାଗି ତାହାକୁ ପ୍ରସ୍ତୁତ କରାଯାଇଛି। କମ୍ପାନିର ୬ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରିଛି ଯାହା ଏହାର ଯାନର ଭରସାଯୋଗ୍ୟତା ଓ ଉତ୍କର୍ଷର ମାନଦଣ୍ଡକୁ ଦର୍ଶାଉଛି।
ସାରା ଦେଶରେ ଦୃଢ଼ ଖୁଚୁରା ଓ ସେବା ଉପସ୍ଥିତି ଓ ଏବଂ ଗ୍ରିଭ୍ସର ୧୬୫ ବର୍ଷର ଅଭିଜ୍ଞତା ସହିତ କମ୍ପାନି ସ୍ମାର୍ଟ ଗମନାଗମନକୁ ଲୋକମାନଙ୍କ ପାଖରେ ପହଂଚାଉଥିବା ବେଳେ ସ୍ୱଚ୍ଛ, ଭରସାଯୋଗ୍ୟ ଇଭିକୁ ପ୍ରତିଟି ଭାରତୀୟଙ୍କ ପାଖରେ ପହଂଚାଉଛି ଯାହାକୁ ଭାରତରେ ଡିଜାଇନ୍ ଓ ତିଆରି କରାଯାଇଛି।

