Business

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ପକ୍ଷରୁ ପାର୍ବଣ ଋତୁରେ ସାର୍ବଜନୀନ ସୁରକ୍ଷା ବ୍ୟବସ୍ଥା ତ୍ୱରାନ୍ୱିତ

ଭୁବନେଶ୍ୱର: ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଥିବାବେଳେ ଟାଟା ପାୱାରର ଓଡ଼ିଶା ବିଦ୍ୟୁତ ବିତରକ କମ୍ପାନି ଯଥା ଟିପିସିଓଡିଏଲ, ଟିପିଏନଓଡିଏଲ, ଟିପିଏସଓଡିଏଲ ଏବଂ ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ଜନ ସାଧାରଣ ଯେଭଳି ସୁରକ୍ଷିତ ଭାବେ ଉତ୍ସବ ପାଳନ କରିପାରିବେ ଏବଂ ଅବିରତ ବିଦ୍ୟୁତ ସରବରାହ ପାଇପାରବେ, ସେଥିପାଇଁ ସୁରକ୍ଷା ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରାଯାଇଛି। ଉତ୍ସବ ସମୟରେ ଭରସାଯୋଗ୍ୟ ଓ ଉଚ୍ଚ ମାନର ବିଦ୍ୟୁତ ଯୋଗାଣ ପାଇଁ ଡିସକମଗୁଡ଼ିକ ପ୍ରତିଶ୍ରୁତି ଦେଇଥିବା ବେଳେ ଦୁର୍ଘଟଣା ରୋକିବା ଏବଂ ସୁରୁଖୁରୁ ଉତ୍ସବ ପାଳନ ସୁନିଶ୍ଚିତ କରିବା ପାଇଁ ଅତ୍ୟାବଶ୍ୟକ ବିଦ୍ୟୁତ ସୁରକ୍ଷା ଅଭ୍ୟାସଗୁଡ଼ିକୁ ପାଳନ କରିବାକୁ ଗ୍ରାହକମାନଙ୍କୁ ଆହ୍ୱାନ ଦିଆଯାଇଛି।

ବୈଷୟିକ ଉଦ୍ୟମର ଅଂଶ ସମଗ୍ର ନେଟୱର୍କରେ ନିମ୍ନ ଲିଖିତ ପଦକ୍ଷେପଗୁଡ଼ିକ ଗ୍ରହଣ କରାଯାଇଛି:
ଚା ଅଚନାକ ସ୍ପର୍ଶ ଭଳି ବିପଦକୁ ରୋକିବା ଲାଗି ବିଦ୍ୟୁତ ବଂଟନ ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ବାଡ଼ ଦିଆଯାଇଛି।
ଚା ଓଭାରହେଡ୍ ତାର, ଖୁଂଟ ଏବଂ ବିଦ୍ୟୁତ୍ ଉପକରଣରେ ଥିବା ବିପଦକୁ ଚିହ୍ନଟ କରି ଦୂର କରିବା ପାଇଁ ଲିକେଜ କରେଂଟ ଚିହ୍ନଟ ଅଭିଯାନ ଜାରି ରହିଛି।
ଚା ସମ୍ଭାବ୍ୟ ତ୍ରୁଟିଗୁଡିକୁ ଠିକ୍ କରିବା ପାଇଁ ବ୍ୟାପକ ନିରୀକ୍ଷଣ ଏବଂ ନିବାକରଣ ଆଧାରିତ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଉଛି।
ଚା ବିଶେଷକରି ଖରାପ ପାଣିପାଗ ସ୍ଥିତିରେ ବିଦ୍ୟୁତ୍ ବିଚ୍ଛିନ୍ନ ହେବା, ଅଗ୍ନିକାଣ୍ଡ ଏବଂ ବିଦ୍ୟୁତ୍ ବିଭ୍ରାଟ ହ୍ରାସ କରିବା ପାଇଁ ସକ୍ରିୟ ବିଦ୍ୟୁତ ଭିତିଭୂମି ଉପରେ ମାଡ଼ି ଯାଇଥିବା ବୃକ୍ଷଲତା ସବୁକୁ ସଫା କରାଯାଇଛି।
ଗ୍ରାହକ ସମ୍ପୃକ୍ତିକୁ ବଢ଼ାଯାଇଥିବା ବେଳେ ଡିସକମଗୁଡିକ ସୁରକ୍ଷିତ ବିଦ୍ୟୁତ୍ ବ୍ୟବହାର ପ୍ରଚାର ପାଇଁ ସଚେତନତା ଅଭିଯାନ ଜାରି ରଖିଛନ୍ତି। ଏହି ଅଭିଯାନରେ ସାଜ୍ଜସଜା ଆଲୋକ ଏବଂ ସାମୟିକ ବିଦ୍ୟୁତ ବ୍ୟବସ୍ଥାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ ବିପଦ ହ୍ରାସ କରିବା ପାଇଁ ସ୍ୱୀକୃତିପ୍ରାପ୍ତ ବିଦ୍ୟୁତ ସଂଯୋଗ ଓ ପେସାଦାର ବିଦ୍ୟୁତ ସେବା ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି।

ଡିସକମଗୁଡ଼ିକ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପରାମର୍ଶବଳୀ ମଧ୍ୟ ଜାରି କରିଛନ୍ତି। ନାଗରିକମାନଙ୍କୁ ସମସ୍ତ ବିଦ୍ୟୁତ୍ ସଂଯୋଗଗୁଡିକୁ ଭଲ ଭାବରେ ପରୀକ୍ଷା କରିବା ଏବଂ କୌଣସି କ୍ଷତିଗ୍ରସ୍ତ ତାରକୁ ବିଳମ୍ବ ନ କରି ବଦଳାଇବା ପାଇଁ ମନେ ପକାଇ ଦିଆଯାଇଛି। ସମସ୍ତ ସଂଯୋଗଗୁଡିକର ଉପଯୁକ୍ତ ଆର୍ôଥଂ ନିଶ୍ଚିତ କରାଯିବା ଉଚିତ୍ ଏବଂ ସକେଟ୍ ଓଭରଲୋଡିଂ କିମ୍ବା ନିମ୍ନମାନର ଉପକରଣ ବ୍ୟବହାର ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସାଜ୍ଜସଜା ଜିନିଷଗୁଡିକକୁ ଉପରେ ଝୁଲୁଥିବା ତାର ନିକଟରେ ନ ରଖିବାକୁ କୁହାଯାଇଛି ଏବଂ ମୂର୍ତି ବିସର୍ଜନ ସମୟରେ ଲୋକମାନଙ୍କୁ ଖୁଂଟ, ଟ୍ରାନ୍ସଫର୍ମର ଏବଂ ବିଜୁଳି ପ୍ରବାହିତ ହେଉଥିବା ତାରଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ ଅଗ୍ନିକାଣ୍ଡ କିମ୍ବା ବିଦ୍ୟୁତ୍ ଆଘାତ ରୋକିବା ପାଇଁ ମୌଳିକ ବିଦ୍ୟୁତ ଢ଼ାଂଚା ନିକଟରେ ବାଣ ଫୁଟାଇବାକୁ କଡ଼ା ଭାବେ ନିଷେଧ କରାଯାଇଛି।

ଜରୁରୀକାଳୀନ ସେବା ପାଇଁ ଗ୍ରାହକମାନେ ୨୪ଙ୍ଘ୭ ଟୋଲ ଫ୍ରି ନମ୍ବର ୧୯୧୨ରେ କଲ୍ କରି ସେମାନଙ୍କ ସମ୍ବନ୍ଧିତ ଡିସକମ ସହ ଯୋଗାଯୋଗ କରିପାରିବେ। ଯେକୌଣସି ଘଟଣା କିମ୍ବା ବିଭ୍ରାଟ ସମୟରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାରା ନେଟୱର୍କରେ ଉତ୍ସର୍ଗୀକୃତ ପ୍ରତିକ୍ରିୟା ଟିମ ମୂତୟନ କରାଯାଇଛି।

ଟାଟା ପାୱାର ଅଧିନରେ ଥିବା ଓଡ଼ିଶା ଡିସକମଗୁଡ଼ିକର ଏହି ସମନ୍ୱିତ ପ୍ରୟାସଗୁଡିକ ଏକ ଉତ୍ସବ ପରିବେଶ ନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛି ଯାହା କେବଳ ଆନନ୍ଦଦାୟକ ଓ ଉଜ୍ଜ୍ୱଳ ନୁହେଁ ବରଂ ସମସ୍ତଙ୍କ ପାଇଁ ସୁରକ୍ଷିତ ମଧ୍ୟ।

Share

Leave a Reply

Your email address will not be published. Required fields are marked *

two × 2 =