Uncategorized

ଟାଟା ଷ୍ଟିଲକୁ ରାଜ୍ୟର ଷ୍ଟାର ନିଯୁକ୍ତିଦାତା ସମ୍ମାନରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭/୦୯/୨୦୨୫ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଟାଟା ଷ୍ଟିଲକୁ ରାଜ୍ୟର ଅନ୍ୟତମ ଷ୍ଟାର ଏମ୍ପ୍ଲୟର (ତାରକା ନିଯୁକ୍ତିଦାତା) ଭାବେ ସମ୍ମାନିତ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ୨୭ ନୂତନ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ସମାରୋହ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କମ୍ପାନୀକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଟାଟା ଷ୍ଟିଲ କଳିଙ୍ଗନଗରର ହ୍ୟୁମାନ ରିସୋର୍ସେସ (ମାନବ ସମ୍ବଳ) ବିଜନେସ୍ ପାର୍ଟନର-ଇସ୍ପାତ ମୁଖ୍ୟ ଯଶୋବନ୍ତ କୁମାର ପାଣ୍ଡେ ଏବଂ ଟାଟା ଷ୍ଟିଲ କଳିଙ୍ଗନଗର ୱାରକର୍ସ ୟୁନିଅନର ସଭାପତି ରବୀନ୍ଦ୍ର କୁମାର ଜାମୁଦା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଶଂସା ପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ। ସୂଚନା ଥାଉକି, ରାଜ୍ୟରେ ଏଯାବତ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରି ଟାଟା ଷ୍ଟିଲ ଓଡ଼ିଶାକୁ ଏହାର ସର୍ବବୃହତ ନିବେଶସ୍ଥଳ ଭାବେ ପରିଣତ କରିଛି। କମ୍ପାନୀ ପକ୍ଷରୁ ରାଜ୍ୟରେ ମୋଟ ୧୬,୮୩୩ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରାଯାଇଛି ଯାହାର ଶତକଡ଼ା ୫୫ ଭାଗରୁ ଉର୍ଦ୍ଧ୍ୱ ଓଡ଼ିଶା ବାସିନ୍ଦା ରହିଛନ୍ତି।

ଯାଜପୁର ଜିଲ୍ଲା କଳିଙ୍ଗନଗରରେ କମ୍ପାନୀର (ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ସମେତ) ଦୁଇଟି ଏବଂ ଢେଙ୍କାନାଳର ମେରାମଣ୍ଡଳୀରେ ଗୋଟିଏ ପ୍ରମୁଖ ସମନ୍ୱିତ ଇସ୍ପାତ କାରଖାନା ରହିଛି। ଏଥିସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ କମ୍ପାନୀ ଏହାର ଖଣି କାର୍ଯ୍ୟ ଏବଂ ଫେରୋ ଆଲଏଜ କାରଖାନା ପରିଚାଳନା କରୁଛି।
ଗତବର୍ଷ କଳିଙ୍ଗନଗରରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ୨୭,୦୦୦ କୋଟି ଟଙ୍କା ନିବେଶ କରି ଟାଟା ଷ୍ଟିଲ ଭାରତର ସବୁଠାରୁ ବଡ ବ୍ଲାଷ୍ଟ ଫର୍ନେସକୁ ସଫଳତାର ସହିତ କାର୍ଯ୍ୟକ୍ଷମ କରିଛି। ଏହାଦ୍ୱାରା କାରଖାନାର ମୋଟ ଉତ୍ପାଦନ କ୍ଷମତା ବାର୍ଷିକ ୩ ନିୟୁତ ଟନ୍ (ଏମଟିପିଏ)ରୁ ବୃଦ୍ଧି ପାଇ ୮ ଏମଟିପିଏ ହୋଇଛି।

କମ୍ପାନୀର ସିଏସ୍‌ଆର୍ ଶାଖା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ୨୦୨୪-୨୫ ଆର୍ôଥକ ବର୍ଷରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନଜୀବିକା, ଲିଙ୍ଗଗତ ଏବଂ ସାମାଜିକ ଉଦ୍ୟୋଗ, ଭିତ୍ତିଭୂମି ଏବଂ ଆଦିବାସୀଙ୍କ ଉନ୍ନୟନ କ୍ଷେତ୍ରରେ ବିନିଯୋଗ କରାଯାଇ ରାଜ୍ୟର ୮ ଜିଲ୍ଲାର ୨୭ଟି ବ୍ଲକର ୨.୯ ନିୟୁତ ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଅଣାଯାଇ ପାରିଛି।

Share

Leave a Reply

Your email address will not be published. Required fields are marked *

5 × 4 =