Business

ସୋନି ଇଣ୍ଡିଆର ନୂଆ ଅଭିଯାନ “ଅବ୍ କୁଛ୍ ସିନେମାଟିକ୍ କର୍‌ତେ ହୈଁ’

ଭୁବନେଶ୍ବର : ସୋନି ଇଣ୍ଡିଆ ପକ୍ଷରୁ ଏକ ନୂଆ ଅଭିଯାନ “ଅବ୍ କୁଚ୍ଛ ସିନେମାଟିକ୍ କର୍‌ତେ ହୈଁ’କୁ ଉନ୍ମୋଚନ କରାଯାଇଛି। ଏଥିରେ ଭାରତୀୟ ବିବାହର ନିରବ ନାୟକ ସ୍ଥାନୀୟ ଫଟୋ ଓ ଭିଡିଓ ଷ୍ଟୁଡିଓ ପ୍ରତି ସମ୍ମାନ ପ୍ରଦାନ କରାଯାଇଛି। ଛୋଟ ସହରଗୁଡ଼ିକରେ ଦଶନ୍ଧି ଦଶନ୍ଧି ଧରି ସେହି ସମାନ ଷ୍ଟୁଡିଓର ବିଭିନ୍ନ ପିଢ଼ି ଦ୍ୱାରା ଫଟୋଗ୍ରାଫି ପରମ୍ପରା ଆଗକୁ ବଢ଼ିଥାଏ। ସେହି ପରିବାର ପରିଚାଳିତ ଷ୍ଟୁଡିଓ ଗୁଡିକୁ ବେଶ୍ ବିଶ୍ୱାସ କରାଯାଏ। ଦୁନିଆ ବଦଳିଯାଇଥିବା ବେଳେ ବିବାହରେ ମଧ୍ୟ ପରିବର୍ତନ ଘଟିଛି। ତେଣୁ କ୍ୟାମେରାରେ ମଧ୍ୟ ପରିବର୍ତନର ଆବଶ୍ୟକତା ରହିଛି।
ଏହି ଅଭିଯାନରେ ସୋନି ପକ୍ଷରୁ ବିବାହ କ୍ରିଏଟରମାନଙ୍କୁ ନିଜ ଗିୟର ଅପ୍‌ଗ୍ରେଡ୍ କରିବା ସହ ନିଜ କଳାରେ ସଂସ୍କାର ଆଣିବା ପାଇଁ ଆମନ୍ତ୍ରଣ କରାଯାଉଛି। ସୋନି ସିନେମା ଲାଇନ୍‌ର ଏଫ୍‌ଏକ୍ସ ୩୦ ପ୍ରାରମ୍ଭିକ ମଡେଲ୍ ବିନା ଖର୍ଚ୍ଚ ପ୍ରତିବନ୍ଧକରେ ସିନେମା ଭଳି ଅନୁଭବ ପ୍ରଦାନ କରୁଛି। ଏହା ଛୋଟ, ଶକ୍ତିଶାଳୀ ଏବଂ ପ୍ରଫେସନାଲ୍‌ମାନେ ବ୍ୟବହାର କରୁଥିବା ସୁବିଧାସୁଯୋଗରେ ପରିପୂର୍ଣ୍ଣ। ଏଫ୍‌ଏକ୍ସ୩୦ ସିନେମାର ଯାଦୁକୁ ପ୍ରତି ସ୍ଥାନୀୟ ଷ୍ଟୁଡିଓ ହାତ ପାଆନ୍ତାରେ ପହଂଚାଇବ।
ସୋନି ଇଣ୍ଡିଆର ଇମେଜିଂ ବ୍ୟବସାୟର ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି ଯେ, “ସୋନି ଇଣ୍ଡିଆରେ ଆମର ବିଶ୍ୱାସ ରହିଛି ଯେ ବିବାହ ଏକ କାର୍ଯ୍ୟକ୍ରମଠାରୁ ଢ଼େର ଅଧିକ ଏବଂ ସେଗୁଡ଼ିକ ହେଉଛି ଜୀବନରେ ଏକମାତ୍ର କାହାଣୀ ଯ।।ହାକୁ ସିନେମା ଭଳି ସମାନ ଭବ୍ୟତା ଓ ଯାଦୁ ସହିତ କହିବା ପାଇଁ ସଂରକ୍ଷିତ ରଖିବା ଦରକାର। ବିଗତ ବର୍ଷଗୁଡ଼ିକରେ ଭାରତୀୟ ବିବାହରେ ଘଟିଥିବା ରୂପାନ୍ତରଣକୁ ଆମେ ଦେଖିଛୁ। ଆଜିର ଦମ୍ପତିମାନେ କେବଳ ମୁହୂର୍ତକୁ ତୋଳି ଧରିବାକୁ ଚାହୁନାହାନ୍ତି, ସେମାନେ ତାହାକୁ ଏକ ଅସୀମ ସିନେମାରେ ପରିଣତ କରିବାକୁ ଚାହୁଛନ୍ତି ଯାହାକୁ ପିଢ଼ି ପିଢ଼ି ଧରି ଅନୁଭବ କରିପାରିବେ। “ଅବ କୁଚ୍ଛ ସିନେମାଟିକ୍ କର୍‌ତେ ହୈ’ ସହିତ ଆମେ ସେହି ଷ୍ଟୁଡିଓଗୁଡ଼ିକୁ ପାଳନ କରୁଛୁ ଯେଉଁମାନେ ପିଢ଼ି ପିଢ଼ି ଧରି ଏହି ମୁହୂର୍ତଗୁଡ଼ିକର ରକ୍ଷାକାର ହୋଇଛନ୍ତି। ନୂଆ ଯୁଗର କାହାଣୀ ବର୍ଣ୍ଣନାକୁ ଗ୍ରହଣ କରିବା ଲାଗି ଆମେ ସେମାନଙ୍କୁ ସ୍ୱାଗତ କରୁଛୁ। ଏହି ଅଭିଯାନ କେବଳ ପ୍ରଯୁକ୍ତିର କଥା କହୁନାହିଁ, ଏହା ପରମ୍ପରାକୁ ସମ୍ମାନ, ପରିବର୍ତନକୁ ଗ୍ରହଣ ଏବଂ ପ୍ରତି ପ୍ରେମ କାହାଣୀକୁ ତାହା ହକଦାର ଥିବା ସିନେମାଟିକ୍ ଅଧ୍ୟାୟ ପ୍ରଦାନ କରିବାକୁ ଚାହୁଛି।’’
ଏହି ସିନେମା ହେଉଛି ୬ ମିନିଟର ଏବଂ ତାହାକୁ ହିନ୍ଦୀ, ମାଲାୟାଲମ, ତେଲୁଗୁ ଓ କନ୍ନଡ ଭାଷାରେ ପ୍ରସ୍ତୁତ କରାଯାଇଛି ଯାହା ବିବାହ ଫଟୋଗ୍ରାଫର ଓ ଦମ୍ପତିଙ୍କ ଭିତରେ ଥିବା ଭାବପୂର୍ଣ୍ଣ ସମ୍ପର୍କକୁ ତୋଳି ଧରିଛି।
ନିକଟରେ ସୋନି ଏଫ୍‌ଏକ୍ସ ୩୦କୁ ଗ୍ରହଣ କରିଥିବା ଡିଏଫ୍ ପ୍ରଡକ୍ସନ୍‌ର ଦେବେନ କହିଛନ୍ତି ଯେ, “ଏହି କ୍ୟାମେରାରେ ଯେଭଳି ନମନୀୟତା ରହିଛି ଆଗରୁ ମୋର ଥିବା ଗିୟର୍‌ରେ ସେଭଳି ନମନୀୟତା ନଥିଲା। ଏଫ୍‌ଏକ୍ସ ୩୦ ଜରିଆରେ ବିବାହ ସୁଟିଂ କରିବା ବେଶ୍ ସହଜ ହୋଇଛି ଏବଂ ଫଳାଫଳ ମଧ୍ୟ ସିନେମା ଭଳି ଦେଖାଯାଉଛି।’’

Share

Leave a Reply

Your email address will not be published. Required fields are marked *

13 + 12 =