Business

କ୍ରୋମା ପକ୍ଷରୁ ଫ୍ଲାଟ୍ ୩୫% ରିହାତି ସହ ଦୁର୍ଗାପୂଜା ପାଳନ

ଭୁବନେଶ୍ୱର: ଦୁର୍ଗାପୂଜା ଉତ୍ସାହରେ ସାମିଲ ହୋଇ ଦେଶର ଅଗ୍ରଣୀ ଓମନିଚ୍ୟାନେଲ ଇଲେକ୍ଟ୍ରୋନିକ୍ସ ରିଟେଲର କ୍ରୋମା ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ ଅଭିଯାନ ଘୋଷଣା କରାଯାଇଛି, ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ଓ ହୋମ୍ ଆପ୍ଲାଏନ୍‌ସେସ୍ ଉପରେ ଆକର୍ଷଣୀୟ ଅଫର ଉନ୍ମୋଚନ କରାଯାଇଛି।
୨୦୨୫ ସେପ୍ଟେମ୍ବର ୧୨ରୁ ୨୨ ପର୍ଯ୍ୟନ୍ତ ଚାଲୁଥିବା ଏହି ଉତ୍ସବ ଅଫର ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ମେଘାଳୟ ଓ ଝାଡ଼ଖଣ୍ଡରେ ଥିବା କ୍ରୋମା ଷ୍ଟୋର୍‌ରେ ଉପଲବ୍ଧ ହୋଇଛି, ଯେଉଁଠାରେ ଗ୍ରାହକମାନେ ଏହି ପୂଜା ଋତୁରେ ନିଜ ଘର ଓ ଡିଭାଇସ୍‌କୁ ଅପ୍‌ଗ୍ରେଡ୍ କରିବାର ଉପଯୁକ୍ତ ସୁଯୋଗ ପାଇବେ। ଏହି ଅଫରରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାସ୍‌ବ୍ୟାକ୍ ଏବଂ ପ୍ରମୁଖ ବର୍ଗଗୁଡ଼ିକ ଉପରେ ଆକର୍ଷଣୀୟ ରିହାତି ରହିଛି ଯାହା ପ୍ରତି ପରିବାର ପାଇଁ ସପିଙ୍ଗକୁ ଅଧିକ ସୁଲଭ ଓ ସହଜ କରିଛି। ଜିଏସଟି ଆଶ୍ୱସ୍ତି ପାଇଁ ଟିଭି ଓ ଏସି ଉପରେ ଗ୍ରାହକମାନଙ୍କୁ ଅତିରିକ୍ତ ୧୦% ରିହାତି ପ୍ରଦାନ କରାଯାଉଛି।
କ୍ରୋମା ପକ୍ଷରୁ ଟେଲିଭିଜନ, ଏୟାର କଣ୍ଡିସନର ଓ ଛୋଟ ହୋମ ଓ କିଚେନ୍ ଆପ୍ଲାଏନ୍‌ସେସ୍ ଉପରେ ଫ୍ଲାଟ୍ ୩୫%, ସ୍ମାର୍ଟଫୋନ୍ ଉପରେ ଫ୍ଲାଟ୍ ୧୫%, ରେଫ୍ରିଜରେଟର ଉପରେ ଫ୍ଲାଟ୍ ୨୫%, ୱାସିଂ ମେସିନ୍ ଓ ହୋମ୍ ଅଡିଓ ଉପରେ ଫ୍ଲାଟ୍ ୩୦ ପ୍ରତିଶତ, ଲାପଟପ ଉପରେ ଫ୍ଲାଟ୍ ୨୦ ପ୍ରତିଶତ ଓ ଇୟରଫୋନ୍ ଓ ହେଡଫୋନ୍ ଉପରେ ଫ୍ଲାଟ୍ ୪୫ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି।
ଉଭୟ ମୂଲ୍ୟ ଓ ସହଜତାକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା ଏହି ସୀମିତ ସମୟ ଅଫର ସହିତ ସହଜ ଇଏମ୍‌ଆଇ ପ୍ଲାନ୍ ଓ ବ୍ୟାପକ ଏକ୍ସଚେଂଜ୍ ଅଫର ରହିଛି ଯାହା ଗ୍ରାହକମାନଙ୍କୁ ନିକଟତମ କ୍ରୋମା ଷ୍ଟୋର ପରିଦର୍ଶନ କରି ନିଜ ସ୍ୱତନ୍ତ୍ର ଇଲେକ୍ଟ୍ରୋନିକ୍ସ କିଣିବା ଓ ଅପ୍‌ଗ୍ରେଡ୍ କରିବାକ ଉତ୍ସାହିତ କରୁଛି।
ଏହି ଅବସରରେ କ୍ରୋମାର ପ୍ରବକ୍ତା କହିଛନ୍ତି ଯେ, “ଦୁର୍ଗାପୂଜା ହେଉଛି ଉତ୍ସବ ପାଳନ, ଏକଜୁଟ ହେବା ଏବଂ ନବୀକରଣ କରିବାର ସମୟ। କ୍ରୋମାରେ ଆମେ ପରିବାରଗୁଡ଼ିକ ସେମାନଙ୍କ ସଦ୍ୟତମ ପ୍ରଯୁକ୍ତି ଶ୍ରେଷ୍ଠ ମୂଲ୍ୟରେ ଘରକୁ ଆଣିବାରେ ସକ୍ଷମ କରି ଏହି ଋତୁକୁ ଅଧିକ ସ୍ୱତନ୍ତ୍ର କରିଛୁ। ପଶ୍ଚିମବଙ୍ଗ, ଓଡ଼ିଶା, ଉତରପୂର୍ବ ଏବଂ ଝାଡ଼ଖଣ୍ଡରେ ୩୬ ଷ୍ଟୋର୍ ସହିତ ଏବଂ ଆମର ସହଜ ଅନଲାଇନ୍ ଅନୁଭୂତିକୁ ନେଇ ଉତ୍ସବ ସପିଂକୁ ଉଲ୍‌ଲାସପୂର୍ଣ୍ଣ ଉତ୍ସବରେ ପରିଣତ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ।’’
ଏକ ବ୍ରାଣ୍ଡ୍ ନୂଆ ସ୍ମାର୍ଟ ଟିଭି ଜରିଆରେ ନିଜ ଘରର ମନୋରଂଜନ ବ୍ୟବସ୍ଥାକୁ ଉନ୍ନତ କରିବା, ସ୍ମାର୍ଟଫୋନ୍ ଉପହାର ଦେବା କିମ୍ବା ହାଇ ପରଫର୍ମାନ୍ସ ଆପ୍ଲାଏନ୍‌ସ ସହ ନିଜ ରୋଷେଇ ଘରରେ ଉନ୍ନତି ଆଣିବା ପର୍ଯ୍ୟନ୍ତ କ୍ରୋମା ଉତ୍ସବ ଡିଲ୍‌ରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି।

Share

Leave a Reply

Your email address will not be published. Required fields are marked *

9 − 1 =