ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସ୍ପର୍ଶ ସପ୍ତାହ ୨୦୨୫ର ଶୁଭାରମ୍ଭ
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପକ୍ଷରୁ ସ୍ପର୍ଶ ସପ୍ତାହ ୨୦୨୫ ଆରମ୍ଭ ଘୋଷଣା କରାଯାଇଛି। ଏହା ହେଉଛି ବ୍ୟାଙ୍କର ସାରା ଦେଶରେ ଥିବା ୫୮୬୮ ଶାଖା ନେଟୱର୍କରେ ଥିବା ୧ ଲକ୍ଷରୁ ଅଧିକ କର୍ମଚାରୀ ଗ୍ରାହକଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଓ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ। ୨୦୨୫ ସେପ୍ଟେମ୍ବର ୧ରୁ ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାରା ଦେଶରେ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଗ୍ରାହକଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ିହେବେ ଏବଂ ସେବାର ଭାବକୁ ପାଳନ କରିବେ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି “ରେଜ୍ ଦି ବାର୍” ଯାହା ଗ୍ରାହକ ଅନୁଭୂତି, କର୍ମଚାରୀ ସମ୍ପୃକ୍ତି ଓ ନେତୃତ୍ୱ ଭାବକୁ ପରିବର୍ତତ କରିବ।
ତୃତୀୟ ବର୍ଷରେ ପ୍ରବେଶ କରିଥିବା ସ୍ପର୍ଶ ସପ୍ତାହର ଚାରିଟି ମୂଳ ମନ୍ତ୍ର ରହିଛି ଯାହା ଆକ୍ସିସ୍ ବ୍ୟାଙ୍କର ସଂସ୍କୃତି ଧାର୍ଯ୍ୟ କରୁଛି। ତାହା ହେଉଛି ବ୍ରାଣ୍ଡକୁ ନିଜର କର, ଗ୍ରାହକକୁ ନିଜର କର, ତ୍ୱରିତ କାର୍ଯ୍ୟ କର, ଏବଂ ଶୂନ ବିଳମ୍ବ। ଆକ୍ସିସ୍ ବ୍ୟାଙ୍କର ଏମ୍ଡି ଓ ସିଇଓ ଅମିତାଭ ଚୌଧୁରୀ, କାର୍ଯ୍ୟନିର୍ବାହି ନିର୍ଦେଶକ ମୁନିଷ ଶାରଦା, ସୁବ୍ରତ ମହାନ୍ତି ଓ ନୀରଜ ଗମ୍ଭୀରଙ୍କ ସମେତ ୪୦ରୁ ଅଧିକ ବରିଷ୍ଠ ଅଧିକାରୀ ୪୦ଟି ସହର ଭ୍ରମଣ କରି ଗ୍ରାହକଙ୍କ ସହିତ ସିଧାସଳଖ କଥାବାର୍ତା କରିବେ, ସମ୍ମୁଖ ଭାଗ ଟିମ୍ର ମେଂଟରିଂ କରିବେ ଏବଂ ବ୍ୟାଙ୍କର ମୂଲ୍ୟବୋଧକୁ ନେଇ ସ୍ୱତନ୍ତ୍ର ଅଧିବେଶନର ନେତୃତ୍ୱ ନେବେ।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଏମ୍ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଆମ ଉଦ୍ୟମର ମୂଳରେ ସ୍ପର୍ଶକୁ ରଖି ଆମେ ଗ୍ରାହକ ସମ୍ପୃକ୍ତି ଉପରେ ଗଭୀର ଭାବେ ଧ୍ୟାନ ଦେଉଥିବା ବେଳେ ପ୍ରତିଦିନ ଗ୍ରାହକଙ୍କୁ ଉଲ୍ଲସିତ କରିବାକୁ ପ୍ରତିବଦ୍ଧ ରହିଛୁ। ଏହା କେବଳ ଏକ ସପ୍ତାହବ୍ୟାପୀ ଉତ୍ସବ ପାଳନ ନୁହେଁ, ଏହା ହେଉଛି ଆମେ ଗଠନ କରୁଥିବା ସଂସ୍କୃତି ଯେଉଁଠାରେ ପ୍ରତିଟି ଆଲୋଚନା ମୂଲ୍ୟ ସୃଷ୍ଟିର ସୁଯୋଗ ଏବଂ ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବାକୁ ମନେ ପକାଇ ଦେଉଛି। ଆମର ଲକ୍ଷ୍ୟ ହେଉଛି ପ୍ରତି ଗ୍ରାହକଙ୍କ ଆର୍ଥିକ ଯାତ୍ରାରେ ଆବେଗ, ନବସୃଜନ ଓ ସେବା ଉତ୍କର୍ଷ ଜରିଆରେ ଆକ୍ସିସ୍ ବ୍ୟାଙ୍କକୁ ସେମାନଙ୍କ ସବୁଠୁ ବିଶ୍ୱସ୍ତ ସହଯୋଗୀରେ ପରିଣତ କରିବା।”
ସ୍ପର୍ଶ ସପ୍ତାହ ୨୦୨୫ରେ ସିବିଲ୍ ପ୍ରୋଫାଇଲ୍ ଆଧାରରେ ୭.୬%ରୁ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଗୃହ ଋଣ ପ୍ରଦାନ କରାଯିବ। ସୁନା ଋଣ, ଚଳନ୍ତୀ ଖାତା, ଆକ୍ସିସ୍ ଡାଇରେକ୍ଟ ଡିମାଟ୍ ଖାତା, ଫୋରେକ୍ସ ଓ ଲକର୍, ପରିବାର ବ୍ୟାଙ୍କିଙ୍ଗ ଓ ସ୍ୱାସ୍ଥ୍ୟ ବୀମାରେ ସ୍ୱତନ୍ତ୍ର ଲାଭ। ଗ୍ରାହକଙ୍କ ସହ ସିଧାସଳଖ ଭାବ ବିନିମୟ ପାଇଁ ୫୮୦୦ରୁ ଅଧିକ ଶାଖାରେ ଲେଟ୍ଓ ଲିସନ୍ ଅଧିବେଶନ। କେତେକ ନିର୍ଦ୍ଦିଷ୍ଟ ସହରରେ ଗାଡ଼ି ଚାଳନା ଏବଂ ଋଣ ପ୍ରସ୍ତାବ। କ୍ଷୁଦ୍ର ବ୍ୟବସାୟଠାରୁ ବଡ଼ କର୍ପୋରେଟ୍ ପର୍ଯ୍ୟନ୍ତ ପାଇକାରୀ ବ୍ୟାଙ୍କିଙ୍ଗ ପ୍ରଦାନ କରିବ। ବ୍ୟାଙ୍କର ଗ୍ରାହକ ଆଉଟ୍ରିଚ୍ ସମାରୋହ ଜରିଆରେ ଗ୍ରାହକଙ୍କ ସହ ବ୍ୟାଙ୍କର ଟିମ୍ ଯୋଡ଼ି ହେବେ।
ଏହି ସପ୍ତାହରେ ଛାତ୍ରଛାତ୍ରୀ, ମହିଳା, ବରିଷ୍ଠ ନାଗରିକ, ଷ୍ଟାର୍ଟଅପ୍, ଏମଏସଏମଇ, କୃଷି ଉଦ୍ୟୋଗୀ, ଏନଆରଆଇ ଏବଂ ଏଲଜିିଟିକ୍ୟୁ+ ସମୁଦାୟ ପାଇଁ ଶାଖା ଆଧାରିତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସ୍ପର୍ଶ ସପ୍ତାହ ୨୦୨୫ରେ ୧.୫ ଲକ୍ଷରୁ ଅଧିକ ଗ୍ରାହକଙ୍କ ସହ ଯୋଡ଼ିହେବାକୁ କମ୍ପାନି ଲକ୍ଷ୍ୟ ରଖିଛି ଯାହା ୨୦୨୪ ସଂସ୍କରଣର ୫୫,୦୦୦ କର୍ମଚାରୀଙ୍କଠାରୁ ତିନି ଗୁଣା ଅଧିକ।

