Business

ଫିଲିପାଇନ୍ସର ଫାର୍ମା କମ୍ପାନି ୟୁନିଲ୍ୟାବ୍ ପକ୍ଷରୁ କ୍ଲାଉଡ୍ ଆଧାରିତ ଏଂଟରପ୍ରାଇଜ୍ ଆଧୁନିକୀକରଣ ପାଇଁ ଟିସିଏସ୍‌କୁ ଚୟନ

ଭୁବନେଶ୍ୱର: ଅଗ୍ରଣୀ ଆଇଟି, କନସଲଟିଂ ଓ ବିଜନେସ୍ ସମାଧାନ ପ୍ରଦାନକାରୀ କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍‌) ପକ୍ଷରୁ ଫିଲିପାଇନ୍ସର ଫାର୍ମା ଓ ସ୍ୱାସ୍ଥ୍ୟସେବା କମ୍ପାନି ୟୁନିଲ୍ୟାବ୍ ସହ ମୌଳିକ ବ୍ୟବସାୟ ବ୍ୟବସ୍ଥାକୁ କ୍ଲାଉଡ୍‌କୁ ପରିବର୍ତନ କରିବା ପାଇଁ ଏକ ସହଯୋଗିତା ଘୋଷଣା କରାଯାଇଛି।
ଏହି ସହଯୋଗିତାର ପାରମ୍ପରିକ ଏଂଟରପ୍ରାଇଜ୍ ରିସୋର୍ସ ପ୍ଲାନିଂ (ଇଆର୍‌ପି) ବ୍ୟବସ୍ଥାକୁ ଆଧୁନିକ କ୍ଲାଉଡ୍ ଆଧାରିତ ଡିଜିଟାଲ୍ କୋର୍‌କୁ ପରିବର୍ତନ କରିବ ପାଇଁ ୟୁନିଲ୍ୟାବ୍‌କୁ ଟିସିଏସ୍ ସହଯୋଗ କରିବ। ଏହି ପରିବର୍ତନ ୟୁନିଲ୍ୟାବ୍‌କୁ ଠିକ୍ ସମୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା, ପରିଚାଳନାକୁ ସହଜ କରିବା ଏବଂ ବ୍ୟବସାୟ ପରିଚାଳନାରେ ତଥ୍ୟ ଆଧାରିତ ନିଷ୍ପତି ନେବାରେ ସହାୟକ ହେବ। ଏହି ରୂପାନ୍ତରଣ ଏସଏପି ଏସ/୪ ହାନା ଦ୍ୱାରା ପ୍ରଦାନ କରାଯିବ ଯାହା ୟୁନିଲ୍ୟାବ୍‌କୁ ଏକ ବ୍ୟାପକ, ବୁଦ୍ଧିମାନ ଏଂଟରପ୍ରାଇଜ୍ ପ୍ଲାଟଫର୍ମ ପ୍ରଦାନ କରିବ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକାରିତାକୁ ଟିସିଏସ୍ ତଦାରଖ କରିବ ଯେଉଁଥିରେ ରଣନୀତି ଓ ଡିଜିଟାଲ, ପ୍ରକଳ୍ପ ପ୍ରଶାସନ, ବ୍ୟବସ୍ଥା କାର୍ଯ୍ୟକାରିତା, ଡାଟା ସ୍ଥାନାନ୍ତର, ପରୀକ୍ଷଣ ଓ ପରିବର୍ତନ ପରିଚାଳନା ସାମିଲ ରହିଛି।
ଏ ସମ୍ପର୍କରେ ୟୁନିଲ୍ୟାବ ଆଇଏନସିର ସଭାପତି ଓ ସିଇଓ ସେବାଷ୍ଟିଆନ୍ ଫ୍ରେଡେରିକ୍ ବାକ୍ୱିରାନ କହିଛନ୍ତି ଯେ, “ଉତ୍କର୍ଷ ଓ ନବସୃଜନ ସହିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉତ୍ପାଦ ଓ ସେବା ପ୍ରଦାନ କରିବାର ମିସନରେ ୟୁନିଲ୍ୟାବ୍ ଦୃଢ଼ ରହିଛି। ଆମେ ନିଜର ଉତ୍ପାଦ ପୋର୍ଟଫୋଲିଓର ସମ୍ପ୍ରସାରଣ କରୁଥିବା ବେଳେ ଏସଏପି ରାଇଜ ଓ ଏଡବ୍ଲୁୃ୍ୟଏସ କ୍ଲାଉଡ୍ ଜରିଆରେ ଟିସିଏସ୍ ସହ ସହଯୋଗିତାରେ ନୂତନ ବଜାରରେ ପ୍ରବେଶ କରିଛୁ। ଆମ ପରିଚାଳନାର ଭବିଷ୍ୟତକୁ ଏହା ଦୃଢ଼ କରିବା ସହିତ ଆମ ସମସ୍ତ ଅଂଶୀଦାରଙ୍କ ପାଇଁ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବ।”
ଟିସିଏସ୍‌ର ଉପସଭାପତି ଓ ବ୍ୟବସାୟ ମୁଖ୍ୟ, ଇଆରୟୁ ଓ ଏଲ୍‌ଏଚ୍‌ଏଚ୍‌ସି-ଏପିଏସି, ମଧ୍ୟପ୍ରାଚ୍ୟ ଓ ଆଫ୍ରିକା ସୀମା ମେହେରା କହିଛନ୍ତି ଯେ, “ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ୟୁନିଲ୍ୟାବକୁ ସହଯୋଗ କରୁଥିବାରୁ ଆମେ ଗର୍ବିତ। ଏସଏପି ଏସ/୪ ହାନାକୁ ମୂଳରେ ରଖି ୟୁନିଲ୍ୟାବ ପକ୍ଷରୁ ଏକ ଡିଜିଟାଲ ପ୍ରଥମ ସଂସ୍ଥା ଭାବେ ନିଜକୁ ଉପସ୍ଥାପିତ କରାଯାଇଛି। ଏହି ରୂପାନ୍ତରଣ ସେମାନଙ୍କୁ ନବସୃଜନ ତ୍ୱରାନ୍ୱିତ କରିବା ଏବଂ ଗୁଣାତ୍ମକ ମାନର ଔଷଧ ଓ ସ୍ୱାସ୍ଥ୍ୟସେବା ସେମାନେ ସେବା ପ୍ରଦାନ କରୁଥିବା ଗୋଷ୍ଠୀ ଯୋଗାଇ ଦେବାରେ ସହାୟକ ହେବ।”
ଟିସିଏସ ଫିଲିପାଇନ୍ସର କଂଟ୍ରି ହେଡ ସିଶୁ ଭର୍ଗିଜ କହିଛନ୍ତି ଯେ, “ୟୁନିଲ୍ୟାବ ସହିତ ଆମର ଏହି ସହଯୋଗିତା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡିଜିଟାଲ ଦକ୍ଷତାର ଉନ୍ନତି ଆଣିବା ଦିଗରେ ଏକ ମାଇଲଖୁଂଟ। ଆମର ବ୍ୟାପକ ଅନୁଭବ ଏବଂ ଶିଳ୍ପ ବିଷୟରେ ଜ୍ଞାନକୁ ନେଇ ଆମେ ଏଭଳି ଫଳାଫଳ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ ଯାହା ୟୁନିଲ୍ୟାବର ଗୁରୁତ୍ୱପୂର୍ଣ୍ଣ ମହତ୍ୱକାଂକ୍ଷାକୁ ସହଯୋଗ କରିବ ଏବଂ ଫିଲିପାଇନ୍ସବାଦୀଙ୍କ ପାଖରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଂଚାଇବାରେ ସହାୟକ ହେବ।”

Share

Leave a Reply

Your email address will not be published. Required fields are marked *

three × five =