ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରରେ “ମିଳାପ” ରିଟେଲର ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର: ବି ସି ଜିନ୍ଦଲ ଗ୍ରୁପ୍ର ଅଂଶ ଓ ଭାରତର ଅନ୍ୟତମ ଅଗ୍ରଣୀ ଆନୁଷଙ୍ଗିକ ଇସ୍ପାତ ଉତ୍ପାଦ ନିର୍ମାତା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରରେ ସଫଳତାର ସହ “ମିଳାପ” ରିଟେଲର ସମ୍ମିଳନୀ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କମ୍ପାନିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଏହି ଅଂଚଳର ରିଟେଲ୍ରମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଓ ଭାବ ବିନିମୟ କରିଥିଲେ। ଚାନ୍ଦି ଷ୍ଟିଲ୍ସ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ୬୦ରୁ ଅଧିକ ରିଟେଲର୍ ସହଯୋଗୀ ଅଂଶଗ୍ରହଣ କରିଥିଲେ।
ବଜାର ସମ୍ପ୍ରସାରଣ ଓ ଆଂଚଳିକ ଉପସ୍ଥିତି ବଢ଼ାଇବା ଉପରେ ଦିଆଯାଉଥିବା ଗୁରୁତ୍ୱର ଅଂଶ ସ୍ୱରୂପ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଏଭଳି ସମ୍ମିଳନୀ ଆୟୋଜନ କରାଯାଉଛି। ଭୁବନେଶ୍ୱର ରିଟେଲର୍ ସମ୍ମିଳନୀରେ କମ୍ପାନି ପକ୍ଷରୁ ଶିଳ୍ପର ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରୁଥିବା ତଥା ପ୍ରଦର୍ଶନ ଓ ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିବା ଅତ୍ୟାଧୁନିକ କୋଟେଡ୍ ଇସ୍ପାତ ଉତ୍ପାଦ ପୋର୍ଟଫୋଲିଓକୁ ପ୍ରଦର୍ଶିତ କରାଯାଇଥିଲା।
ଏହି ଉତ୍ପାଦଗୁଡ଼ିକ ମଧ୍ୟରେ ରହିଛି ଜିନ୍ଦଲ ସବରଙ୍ଗ ଯାହା ହେଉଛି କମ୍ପାନିର ଏକ ଅଭିନବ ଉତ୍ପାଦ। ଏହା ହେଉଛି ରଙ୍ଗର ଲେପ ଦିଆଯାଇଥିବା ଇସ୍ପାତ ଯାହା ଦେଖିବାକୁ ବେଶ୍ ଚମତ୍କାର ହୋଇଥିବା ବେଳେ କଳଙ୍କୀ ବିହୀନ ଏବଂ ବାହ୍ୟ ସାଜସଜ୍ଜା ପାଇଁ ଉପଯୋଗୀ। ରିଟେଲର୍ ସହଯୋଗୀମାନଙ୍କୁ ଜିନ୍ଦଲ ନିଉକଲର+ ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏହା ହେଉଛି କମ୍ପାନିର କୋଟେଡ୍ ଇସ୍ପାତ ଉତ୍ପାଦ ଯେଉଁଥିରେ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ସୌନ୍ଦର୍ଯ୍ୟ ଏବଂ ଦୀର୍ଘସ୍ଥାୟିତ୍ୱ ପ୍ରଦର୍ଶନର ମିଶ୍ରଣ ରହିଛି। ସ୍ୱତନ୍ତ୍ର ଲେପ ପ୍ରକ୍ରିୟାକୁ ଏଥିରେ ବ୍ୟବହାର କରାଯାଇଛି ଯାହା ଉତ୍ପାଦକୁ କଳଙ୍କୀ ଓ ରଙ୍ଗ ଫିକା ପଡ଼ିଯିବାରୁ ସୁରକ୍ଷା ପ୍ରଦାନ କରୁଛି।
ଏହି ଅବସରରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ର ପ୍ରବକ୍ତା କହିଛନ୍ତି ଯେ, “ଆନୁଷଙ୍ଗିକ ଇସ୍ପାତ ଉତ୍ପାଦ କ୍ଷେତ୍ରରେ ଭାରତର ଅନ୍ୟତମ ଅଗ୍ରଣୀ ସଂସ୍ଥା ଭାବେ ଆମେ ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିବା ସହ ଆମ ସର୍ବଭାରତୀୟ ଉପସ୍ଥିତିର ସମ୍ପ୍ରସାରଣ କରୁଛୁ। ଆମ ଅଗ୍ରଣୀ ଉପସ୍ଥିତି ବିଭିନ୍ନ ବଜାରରେ ଥିବା ବେଳେ ପୂର୍ବାଚଂଳ ଓ ଦକ୍ଷିଣ ଭାରତୀୟ ବଜାରରେ ବେଶ୍ ସୁଦୃଢ଼ ରହିଛି। ଆମ ମୂଲ୍ୟବାନ ରିଟେଲର ସହଯୋଗୀମାନଙ୍କ ସହ ସିଧାସଳଖ ଯୋଡ଼ିହେବା ଏବଂ ଆମ ସଦ୍ୟତମ ଉତ୍ପାଦକୁ ଉପସ୍ଥାପନ କରିବା ସହ ସେମାନଙ୍କ ସହ ସମ୍ପର୍କକୁ ମଜଭୂତ କରିବା ଲାଗି “ମିଳାପ” ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ। ଜିନ୍ଦଲ ସବରଙ୍ଗ ଓ ନିଉକଲର+ ଭଳି ଉତ୍ପାଦର ଶୁଭାରମ୍ଭ ସହିତ ଆମେ ଉତ୍ପାଦ ବିକଳ୍ପରେ ଉନ୍ନତି ଆଣୁଥିବା ବେଳେ ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରିବା ଲାଗି ଆମ ସହଯୋଗୀମାନଙ୍କୁ ସଶକ୍ତ କରୁଛୁ।”
ଏହି କାର୍ଯ୍ୟକ୍ରମରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ର ପ୍ରତିନିଧିମାନେ ଏହି ଅଂଚଳ ପାଇଁ କମ୍ପାନିର ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ରିଟେଲର୍ମାନଙ୍କ ମତାମତ ସଂଗ୍ରହ କରିଥିଲେ ଏବଂ ସେମାନେ ସାମ୍ନା କରୁଥିବା ଆହ୍ୱାନଗୁଡ଼ିକର ସମାଧାନ କରିଥିଲେ। ଏହି ସମ୍ମିଳନୀ କମ୍ପାନିକୁ ରିଟେଲର ବନ୍ଧୁମାନଙ୍କ ସହ ନେଟୱର୍କିଂ କରିବା, ଏହି ଅଂଚଳରେ ଅଭିବୃଦ୍ଧି ବଢ଼ାଇବା ଏବଂ ଏକ ବିଶ୍ୱସନୀୟ ସହଯୋଗୀମାନେ କମ୍ପାନିର ସ୍ଥିତି ସୁଦୃଢ଼ କରିବାରେ ସହାୟକ ହୋଇଥିଲା।
ସହାୟକ କମ୍ପାନି ଜିନ୍ଦଲ ଇଣ୍ଡିଆ ଷ୍ଟିଲଟେକ୍ ଲିମିଟେଡ୍ (ଜେଆଇଏସ୍ଟିଏଲ୍) ଜରିଆରେ ପ୍ରଥମ ପର୍ଯ୍ୟାୟରେ ୩୬୦୦ କୋଟି ଟଙ୍କା ନିବେଶ ସହ ଓଡ଼ିଶାର ଢେଙ୍କାନାଳରେ ଏକ ନୂଆ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି କମ୍ପାନି ନିକଟରେ ମଞ୍ଜୁରି ପତ୍ର ହାସଲ କରିଥିଲା। ତିନିଟି ପର୍ଯ୍ୟାୟରେ ଏହି ପ୍ରକଳ୍ପରେ କମ୍ପାନି ୧୫୦୦ କୋଟି ଟଙ୍କା ନିବେଶ କରିବ।
୧୯୫୨ ମସିହାରେ ସ୍ଥାପନ ହୋଇଥିବା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ହେଉଛି ବି ସି ଜିନ୍ଦଲ ଗ୍ରୁପ୍ର ଅଂଶ ଯାହାର କାରବାର ୧୮,୦୦୦ କୋଟି ଟଙ୍କା ରହିଥିବା ବେଳେ ଏହା ପ୍ୟାକେଜିଂ ଫିଲ୍ମ, ଶକ୍ତି ଓ ଇସ୍ପାତ କ୍ଷେତ୍ରରେ କାରବାର କରୁଛି। ନିକଟରେ ବି ସି ଜିନ୍ଦଲ ଗ୍ରୁପ୍ ଅକ୍ଷୟ ଶକ୍ତି ଉତ୍ପାଦନ, ସୋଲାର ସେଲ୍ ଓ ମଡ୍ୟୁଲ୍ ଉତ୍ପାଦନ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଛି।

