Business

ଏସବିଆଇକୁ ଗ୍ଲୋବାଲ ଫାଇନାନ୍ସ ପକ୍ଷରୁ ୨୦୨୫ ପାଇଁ ‘ବିଶ୍ୱର ଶ୍ରେଷ୍ଠ ଉପଭୋକ୍ତା ବ୍ୟାଙ୍କ’ମାନ୍ୟତା

ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ୨୦୨୫ ପାଇଁ ବିଶ୍ୱର ଶ୍ରେଷ୍ଠ ଉପଭୋକ୍ତା ବ୍ୟାଙ୍କ ମାନ୍ୟତା ପ୍ରଦାନ କରାଯାଇଛି। ସାରା ବିଶ୍ୱର କର୍ପୋରେଟ ଫାଇନାନ୍ସ ଏକଜିକ୍ୟୁଟିଭ, ଆନାଲିଷ୍ଟ ଓ ବ୍ୟାଙ୍କରମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ କରାଯାଇଥିବା ବ୍ୟାପକ ଗବେଷଣାର ଅନୁଶୀଳନ ଆଧାରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଆଇଏମଏଫ/ବିଶ୍ୱବ୍ୟାଙ୍କ ବାର୍ଷିକ ବୈଠକ ଉପଲକ୍ଷେ ୨୦୨୫ ଅକ୍ଟୋବର ୧୮ରେ ୱାସିଂଟନରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ବିଶ୍ୱ ଶ୍ରେଷ୍ଠ ବ୍ୟାଙ୍କ କାର୍ଯ୍ୟକ୍ରମରେ ଏସବିଆଇ ଅଧ୍ୟକ୍ଷ ଶ୍ରୀ ସି ଏସ ସେଟ୍ଟିଙ୍କୁ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ।
ଏହି ଅବସରରେ ଏସବିଆଇର ଅଧ୍ୟକ୍ଷ ସିଏସ ସେଟ୍ଟି କହିଛନ୍ତି ଯେ, ‘ଅତୁଟ ବିଶ୍ୱାସ ପାଇଁ ଆମେ ଆମର ସମସ୍ତ ସମ୍ମାନନୀୟ ଗ୍ରାହକ, କର୍ମଚାରୀ ଏବଂ ଅନ୍ୟ ସମସ୍ତ ଅଂଶୀଦାରଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛୁ। ଆମ ଅଭିବୃଦ୍ଧି ରଣନୀତିର କେନ୍ଦ୍ର ସ୍ଥଳରେ ଗ୍ରାହକ ଅନୁଭୁତି ବଜାୟ ରହିଛି। ସରଳ ଉପାୟରେ ଗ୍ରାହକ ଯୋଡ଼ିବା, ଆଂଚଳିକ ଭାଷାରେ ବ୍ୟାଙ୍କିଂ ସେବା ସକ୍ଷମ କରିବା ଏବଂ ୨୪ ଘଂଟିଆ ଡିଜିଟାଲ ସହାୟତା ସୁନିଶ୍ଚିତ କରି ଆମେ ଉଦୀୟମାନ ଗ୍ରାମାଚଂଳ ଓ ଅର୍ଧ ସହରାଚଂଳରେ ବ୍ୟାପକ ଭୌଗଳିକ ଅଂଚଳରେ ନିରବଚ୍ଛିନ୍ନ ଓ ଅନ୍ତର୍ଭୁକ୍ତୀକରଣ ଅନୁଭୂତି ପ୍ରଦାନ କରିବାକୁ ଚାହୁଛୁ। ଆମେ ଓମନିଚ୍ୟାନେଲ ସମ୍ପୃକ୍ତି ମଡେଲ ଗଠନ କରୁଛୁ ଯାହାକୁ ଏଆଇର ଶକ୍ତି ଥିବା ହାଇପର-ପର୍ସନାଲାଇଜେସନର ସମର୍ଥନ ରହିଛି।
ଏହି ବିଶ୍ୱସ୍ତରୀୟ ମାନ୍ୟତା ନବସୃଜନ, ଅନ୍ତର୍ଭୁକ୍ତୀକରଣ ଓ ଉତ୍କର୍ଷ ସହ ୫୨ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା କରିବା ଏବଂ ସାରା ଦେଶର କୋଣ ଅନୁକୋଣରେ ବିଶ୍ୱସ୍ତରୀୟ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ କରିବା ପାଇଁ ଏସବିଆଇର ପ୍ରତିବଦ୍ଧତାକୁ ଦୋହରାଉଛି।
ଗ୍ଲୋବାଲ ଫାଇନାନ୍ସ ହେଉଛି ଏକ ମାନ୍ୟତାପ୍ରାପ୍ତ ଆର୍ôଥକ ପ୍ରକାଶନୀ ସଂସ୍ଥା ଯାହାର ୧୯୩ ରାଷ୍ଟ୍ରରେ ୫୦,୦୦୦ ପାଠକ ରହିଛନ୍ତି। ଦୀର୍ଘ ଚାରି ଦଶନ୍ଧି ଧରି ଏହା କର୍ପୋରେଟ ଲିଡର, କେନ୍ଦ୍ରୀୟ ବ୍ୟାଙ୍କର ଓ ସି-ସୁଟ ଏକଜିକ୍ୟୁଟିଭମାନଙ୍କ ପାଇଁ ବିଶ୍ୱାସର ଉତ୍ସ ହୋଇରହିଛି। ସମ୍ପାଦକୀୟ ଅନୁଶୀଳନ ଏବଂ ବିଶ୍ୱବ୍ୟାପୀ ଆର୍ôଥକ ପ୍ରଫେସନାଲମାନଙ୍କ ତଥ୍ୟକୁ ନେଇ ବିଶ୍ୱର ୧୧ଟି ଅଂଚଳର ୧୫୦ରୁ ଅଧିକ ଦେଶର ଅନୁଷ୍ଠାନଗୁଡ଼ିକୁ ବିଶ୍ୱର ଶ୍ରେଷ୍ଠ ବ୍ୟାଙ୍କ ପୁରସ୍କାର ଅନୁଶୀଳନ କରିଛି ।ଏହି ପତ୍ରିକାର ବ୍ୟାପକତା, ବିଶ୍ୱସନୀୟତା ଓ ପାଠକ ଏହି ପୁରସ୍କାରକୁ ବିଶ୍ୱ ବ୍ୟାଙ୍କିଙ୍ଗ ଉତ୍କର୍ଷରେ ଏକ ଉଲ୍ଲେଖନୀୟ ମାନଦଣ୍ଡରେ ପରିଣତ କରିଛି।

Share

Leave a Reply

Your email address will not be published. Required fields are marked *

five × 3 =