ଡିବିଏସ ବ୍ୟାଙ୍କ ଇଣ୍ଡିଆ ପକ୍ଷରୁ ଏମଏସଏମଇ ପାଇଁ ପ୍ରିପେମେଂଟ ଓ ଫୋରକ୍ଲୋଜର ଚାର୍ଜ ଉଚ୍ଛେଦ
ଭୁବନେଶ୍ୱର: ଡିବିଏସ ବ୍ୟାଙ୍କ ଇଣ୍ଡିଆ ଉଦ୍ୟମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ସମସ୍ତ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଲାଗି ପ୍ରିପେମେଂଟ ଓ ଫୋରକ୍ଲୋଜର ଚାର୍ଜ ଉଚ୍ଛେଦ କରିଛି। ଏମଏସଏମଇ ଦିବସରେ ଘୋଷଣା କରାଯାଇଥିବା ଏହି ପଦକ୍ଷେପ ଭାରତର ଏମ୍ଏସଏମଇଗୁଡ଼ିକୁ ସହଯୋଗ କରିବା ଲାଗି ବ୍ୟାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଉଚ୍ଛେଦ ପ୍ରଭାବୀ ଭାବେ ଲାଗୁ ହୋଇଥିବା ବେଳେ ତାହା ବ୍ୟାଙ୍କର ଉଭୟ ନୂଆ ଓ ପୁରୁଣା ସକ୍ରିୟ ଗ୍ରାହକଙ୍କ ଲାଗି ଲାଗୁ ହୋଇଛି।
ଏ ସମ୍ପର୍କରେ ଡିବିଏସ ବ୍ୟାଙ୍କ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ଏସ୍ଏମ୍ଇ ବ୍ୟାଙ୍କିଂର ମୁଖ୍ୟ ଶ୍ରୀ ସୁଦର୍ଶନ ଚାରି କହିଛନ୍ତି ଯେ, ‘ନମନୀୟ ସୁଲଭ ଋଣ ହାସଲ କରିବା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଅଟେ। ପ୍ରିପେମେଂଟ ଓ ଫୋରକ୍ଲୋଜର ଚାର୍ଜ ଉଚ୍ଛେଦ କରି ଆମେ ଏକ ସାଧାରଣ ଅସୁବିଧାର ସମାଧାନ କରିଛୁ ଯାହା ମୁଖ୍ୟତଃ ଆର୍ôଥକ କ୍ଷମତାକୁ ସୀମିତ କରିଦେଉଥିଲା। ଏହି ପରିବର୍ତ୍ତନ ଦ୍ୱାରା ବ୍ୟାବସାୟିକ ସଂସ୍ଥାଗୁଡ଼ିକ ବିନା ଜୋରିମାନାରେ ଆଗୁଆ ଋଣ ପରିଶୋଧ କରିପାରିବେ ଏବଂ ପାଣ୍ଠିକୁ ତୁରନ୍ତ ପ୍ରାଥମିକତା କିମ୍ବା ଇନଭେଂଟୋରି, ପ୍ରଯୁକ୍ତି ଓ ସମ୍ପ୍ରସାରଣ ପାଇଁ ପୁନଃ ଆବଂଟନ କରିପାରିବେ। ଏମଏସଏମଇମାନଙ୍କୁ ଆବଶ୍ୟକତା ଭିତ୍ତିକ ସମାଧାନ ପ୍ରଦାନ କରି ସମର୍ଥନ କରିବାକୁ ଆମର ରହିଥିବା ବ୍ୟାପକ ଉଦ୍ୟମ ସହ ଏହାର ସମନ୍ୱୟ ରହିଛି ଯାହା ସେମାନଙ୍କ ସ୍ଥିରତାକୁ ବଢ଼ାଇବ ଏବଂ ଦୀର୍ଘକାଳୀନ ଅଭିବୃଦ୍ଧିର ସମ୍ଭାବନା ଖୋଲିବ।”
ସମସ୍ତ ମୂଲ୍ୟ ଶୃଙ୍ଖଳାରେ ଥିବା ଏମଏସଏମଇଗୁଡ଼ିକୁ ଡିବିଏସ ବ୍ୟାଙ୍କ ଇଣ୍ଡିଆ ସମର୍ଥନ କରିବାକୁ ଚାହୁଁଛି ଯାହା ପ୍ରତିଟି ପର୍ଯ୍ୟାୟରେ ସେମାନଙ୍କ ଅଭିବୃଦ୍ଧିକୁ ସମର୍ଥନ କରିବ। ଏହାର ଏସଏମଇ ବ୍ୟାଙ୍କିଙ୍ଗ ଉପସ୍ଥାପନା ଉଦ୍ୟୋଗୀମାନଙ୍କ ବିବିଧ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କୁ ସୁହାଇବା ଭଳି ସମାଧାନ ପ୍ରଦାନ କରୁଛି, ଯେଉଁଥିରେ ଅଭିନବ ସେବା ସହିତ ଗଭୀର ଆଂଚଳିକ ବୁଝାମଣାର ମିଶ୍ରଣ ରହିଛି।
ଅନଲାଇନ ଖାତା ଖୋଲିବା ସୁବିଧା ସହିତ ଉଦ୍ୟୋଗୀମାନେ ସେମାନଙ୍କ ଚଳନ୍ତି ଖାତାକୁ ଶୀଘ୍ର ଓ ନିରବଚ୍ଛିନ୍ନ ଭାବେ ଖୋଲିପାରିବେ ଏବଂ ଜଟିଳ କାଗଜପତ୍ର କାମକୁ ଏଡ଼ାଇପାରିବେ। ବ୍ୟାଙ୍କ ତରଫରୁ ଚିନ୍ତାମୁକ୍ତ ବ୍ୟବସାୟ ଋଣ ପ୍ରଦାନ କରାଯାଉଛି ଯାହା ଅଭିବୃଦ୍ଧି ପାଇଁ ଫାଇନାନ୍ସ ଓ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାକୁ ଶୀଘ୍ର ପହଂଚାଇବ। ଆକର୍ଷଣୀୟ ବୈଦେଶିକ ମୁଦ୍ରା ବିନିମୟ ସମାଧାନ ଓ ୟୁପିଆଇ ଆଧାରିତ ବ୍ୟାଙ୍କିଙ୍ଗ ସୁବିଧା ଜରିଆରେ ଡିବିଏସ ବ୍ୟାଙ୍କ ଇଣ୍ଡିଆ, ବ୍ୟବସାୟଗୁଡ଼ିକର ପରିଚାଳନା ଦକ୍ଷତା ବଢ଼ାଇବ, କାର୍ଯ୍ୟ ପ୍ରବାହକୁ ସ୍ୱୟଂସକ୍ରିୟ କରିବା ଏବଂ ବଜାର ସୁଯୋଗ ପ୍ରତି ଶୀଘ୍ର ପ୍ରତିକ୍ରିୟା ପ୍ରକାଶ କରିବାରେ ସହାୟକ ହେବ।

