ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଆକ୍ସିସ ସର୍ଭିସ ଅପର୍ଚୁନିଟି ଫଣ୍ଡର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଓପନ ଏଣ୍ଡେଡ ଇକ୍ୱିଟି ସ୍କିମ ଆକ୍ସିସ ସର୍ଭିସ ଅପର୍ଚୁନିଟିଜ ଫଣ୍ଡକୁ ଉନ୍ମୋଚନ କରାଯାଇଛି। ଏହାର ନୂଆ ଫଣ୍ଡ ଅଫର ୨୦୨୫ ଜୁଲାଇ ୪ରେ ଖୋଲିବ ଓ ଜୁଲାଇ ୧୮ରେ ବନ୍ଦ ହେବ। ଆକ୍ସିସ ସର୍ଭିସେସ ଅପର୍ଚୁନିଟିଜ ଫଣ୍ଡ ଗ୍ରାହକମାନଙ୍କୁ ସ୍ୱତନ୍ତ୍ର କଂପାନିଗୁଡ଼ିକର ପୋର୍ଟଫୋଲିଓ ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି ଯାହା ଭାରତର ସେବା ପରିଚାଳିତ ଅର୍ଥନୈତିକ ରୂପାନ୍ତରଣରେ ଆଗରେ ରହିଛି। ଏହି ଫଣ୍ଡର ଲକ୍ଷ୍ୟ ହେଉଛି ବ୍ୟାପକ, ପୁଞ୍ଜି ପ୍ରଭାବଶାଳୀ ଏବଂ ପ୍ରତିଦ୍ୱନ୍ଦ୍ୱିତାରେ ଆଗରେ ଥିବା ବ୍ୟବସାୟରେ ନିବେଶ କରି ଦୀର୍ଘକାଳୀନ ସଂପତି ସୃଷ୍ଟି କରିବା।
ଆକ୍ସିସ ଏଏମସିର ଏମଡି ଓ ସିଇଓ ବି ଗୋପକୁମାର କହିଛନ୍ତି ଯେ, “ଭାରତର ଭବିଷ୍ୟତ ଅଭିବୃଦ୍ଧି ସେବା ଆଧାରିତ ବୃଦ୍ଧି ଦ୍ୱାରା ଆଗକୁ ବଢ଼ିବା ଆଶା କରାଯାଉଥିବା ବେଳେ ଏହି କ୍ଷେତ୍ରରେ ଢ଼ାଂଚାଗତ ପରିବର୍ତନ ଉଭୟ ଗଭୀର ଓ ଦୀର୍ଘସ୍ଥାୟୀ ରହିଛି। ଆକ୍ସିସ ସର୍ଭିସେସ ଅପର୍ଚୁନିଟିଜ ପଣ୍ଡ ସହ ଆମେ ନିବେଶକମାନଙ୍କୁ ପ୍ରତ୍ୟକ୍ଷ ଭାବେ ପରିଚାଳିତ ଏକ ମାଧ୍ୟମ ପ୍ରଦାନ କରୁଛୁ ଯାହା ଏହି ଦୀର୍ଘକାଳୀନ ରୂପାନ୍ତରଣ ଉପରେ ପର୍ଯ୍ୟବେସିତ। ବ୍ୟାଙ୍କିଙ୍ଗ ଭଳି ପାରମ୍ପରିକ କ୍ଷେତ୍ରଠାରୁ ଆରମ୍ଭ କରି ଇ-କମର୍ସ, ଫିନଟେକ ଓ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ର ପର୍ଯ୍ୟନ୍ତ ଏହି ଫଣ୍ଡ ଭାରତର ଶ୍ରେଷ୍ଠ ସେବା କାହାଣୀକୁ ନେଇ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ଗୁଣାତ୍ମକ ଚିହ୍ନଟ, ପୁଞ୍ଜି ପ୍ରଭାବୀ ବ୍ୟବସାୟ ଭଳି ଆମର ଦୀର୍ଘକାଳୀନ ନିବେଶ ଆଭିମୁଖ୍ୟ ସହ ସମନ୍ୱିତ ହୋଇଛି ଯାହା ବିଭିନ୍ନ ସମୟ ଚକ୍ରରେ ସଫଳ ହେବ ଏବଂ ଉତ୍କୃଷ୍ଟ ରିସ୍କ ଆଧାରିତ ରିଟର୍ଣ୍ଣ ପ୍ରଦାନ କରିବ।”
ଆକ୍ସିସ ସର୍ଭିସେସ ଅପର୍ଚୁନିଟିଜ ଫଣ୍ଡରେ ଅତିକମରେ ୮୦ ପ୍ରତିଶତ ରାଶିକୁ ୪୮ ପ୍ରକାର ଶିଳ୍ପର କମ୍ପାନିଗୁଡ଼ିକର ଇକ୍ୱିଟିରେ ନିବେଶ କରାଯିବ। ଏହାର ବେଂଚମାର୍କ ହେବ ନିଫ୍ଟି ସେବା କ୍ଷେତ୍ର ସୂଚୀ। ସେଥିରେ ଆଇଟି, ଟେଲିକମ, ଶକ୍ତି, ଇ-କମର୍ସ, ପରିବହନ, ସ୍ୱାସ୍ଥ୍ୟସେବା, ଫିନଟେକ ଓ ମନୋରଂଜନ ଆଦିକୁ ସାମିଲ କରାଯିବ। ଏଥିରେ ବଟମ ଅପ ଷ୍ଟକ ଚୟନ ଆଭିମୁଖ୍ୟ ଗ୍ରହଣ କରାଯିବ।
ଆକ୍ସିସ ଏଏମସିର ସିଆଇଓ ଶ୍ରୀ ଆଶିଷ ଗୁପ୍ତା କହିଛନ୍ତି ଯେ, “ସେବା କ୍ଷେତ୍ର ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧିର ମୂଳଦୁଆ ହୋଇଥିବା ବେଳେ ଆକ୍ସିସ ସର୍ଭିସେସ ଅପର୍ଚୁନିଟିଜ ଫଣ୍ଡରେ ଆମର ଆଭିମୁଖ୍ୟ ହେଉଛି ବ୍ୟାପକ ଓ ସ୍ଥାୟୀ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଲାଭ ଓ ପ୍ରଭାବୀ ପୁଂଜି ଆବଂଟନ ପ୍ରଦର୍ଶନ କରୁଥିବା କମ୍ପାନିଗୁଡ଼ିକୁ କଠୋର ଭାବେ ଚିହ୍ନଟ କରିବା। ଆମର ବିଶ୍ୱାସ ରହିଛି ଯେ ଏକ ଶୃଙ୍ଖଳିତ, ବଟମ-ଅପ ଷ୍ଟକ ଚୟନ ପ୍ରକ୍ରିୟା ସହ ଗୁଣାତ୍ମକ ଆୟ ଏବଂ ଦୃଢ଼ ରିଟର୍ଣ୍ଣ ଅନୁପାତ ଉପରେ ଧ୍ୟାନ ଦେବା ଆମକୁ ଏହି ବିବିଧ ଓ ଉଦୀୟମାନ କ୍ଷେତ୍ରରେ ରହିଥିବା ସୁଯୋଗ ହାସଲ କରିବାକୁ ସକ୍ଷମ କରିବ। ସେବା ଶିଳ୍ପର ବ୍ୟାପକ କ୍ଷେତ୍ରରେ ନିବେଶ କରି ଏହି ଫଣ୍ଡ ରିସ୍କ ଆଧାରିତ ଓ ନିରନ୍ତର ରିଟର୍ଣ୍ଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଯାହା ଏକ ସେବା ପରିଚାଳିତ ଅର୍ଥନୀତି ପ୍ରତି ଦୀର୍ଘକାଳୀନ ଢ଼ାଂଚାଗତ ପରିବର୍ତନ ଉପରେ ଆମର ରହିଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି।”

