Business

ଇରେଡାର କ୍ୟୁ୧ରେ ଆବଂଟନ ୩୧%, ଲୋନ୍ ବୁକ୍‌ରେ ୨୭% ବୃଦ୍ଧି

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ୨୦୨୫ ଜୁନ୍ ୩୦ ସୁଦ୍ଧା ଶେଷ ପ୍ରଥମ ତ୍ରୈମାସିକରେ ଉଲ୍ଲେଖନୀୟ ଆର୍ଥିକ ଫଳାଫଳ ହାସଲ କରିଛି। ଏହି ସମୟରେ କମ୍ପାନିର ଋଣ ମଞ୍ଜୁର ୨୯ ପ୍ରତିଶତ ବୃଦ୍ଧି ପାଇ ୧୧,୭୪୦ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ସେହି ସମୟରେ ୯୧୩୬ କୋଟି ଟଙ୍କା ଥିଲା। ଋଣ ଆବଂଟନ ୩୧ ପ୍ରତିଶତ ବୃଦ୍ଧି ପାଇ ୬୯୮୧ କୋଟି ଟଙ୍କା ହୋଇଛି ଯାହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୫୩୨୬ କୋଟି ଟଙ୍କା ଥିଲା। କମ୍ପନିର ବକେୟା ଲୋନ୍ ବୁକ୍ ୨୦୨୫ ଜୁନ୍ ୩୦ ସୁଦ୍ଧା ୭୯,୯୬୦ କୋଟି ଟଙ୍କାରେ ପହଂଚିଛି। ପୂର୍ବବର୍ଷର ୬୩,୨୦୭ କୋଟି ଟଙ୍କା ତୁଳନାରେ ତାହା ୨୭ ପ୍ରତିଶତ ଅଧିକ।
ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି ଯେ, “ଆମର ପ୍ରଥମ ତ୍ରୈମାସିକ ଅଭିବୃଦ୍ଧି ଭାରତର ଅକ୍ଷୟ ଶକ୍ତି ବ୍ୟବସ୍ଥାରେ ଇରେଡାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି। ଏହି ସଂଖ୍ୟା ଉଭୟ ବର୍ଦ୍ଧିତ ଚାହିଦା ଏବଂ ପ୍ରଭାବଶାଳୀ ଫାଇନାନ୍ସ ସମାଧାନ ପ୍ରତି ପ୍ରତିକ୍ର୍ରିୟା ପ୍ରସ୍ତୁତିକୁ ପ୍ରତିଫଳିତ କରୁଛି।’’
ନିରନ୍ତର ସମର୍ଥନ ପାଇଁ ମାନ୍ୟବର ନୂଆ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ, ନୂଆ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ, ଏମ୍‌ଏନ୍‌ଆର୍‌ଇ ସଚିବ, ନିର୍ଦେଶକମାନଙ୍କ ବୋର୍ଡ ଓ ସମସ୍ତ ଅଂଶୀଦାରକୁ ସେ ସମର୍ଥନ କରିଛନ୍ତି ଏବଂ ନିରବଚ୍ଛିନ୍ନ ଅବଦାନ ପାଇଁ ଇରେଡା ଟିମ୍‌କୁ ଧନ୍ୟବାଦ ଜଣାଉଛି।

Share

Leave a Reply

Your email address will not be published. Required fields are marked *

11 + one =