Business

ଓମ୍ନିଟେକ୍ ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ୮୫୦ କୋଟିର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ପ୍ରେସିସନ୍ ଇଞ୍ଜିିନିୟରିଂ ଉପାଦାନ ନିର୍ମାତା ଓମ୍ନିଟେକ୍ ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ୮୫୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
ଏହି ଆଇପିଓରେ ୫୨୦ କୋଟି ଟଙ୍କାର ପର୍ଯ୍ୟନ୍ତର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର୍ ଫର୍ ସେଲ୍‌ରେ କମ୍ପାନିର ପ୍ରତିଷ୍ଠାତା ଉଦୟ କୁମାର ଅରୁଣକୁମାର ପାରେଖ ୩୩୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ। କମ୍ପାନି ପକ୍ଷରୁ ୧୦୪ କୋଟି ଟଙ୍କାର ପ୍ରାକ୍‌-ଆଇପିଓ ପ୍ଲେସ୍‌ମେଂଟ୍ କରାଯିବ। ଯଦି ତାହା ସଫଳ ହେବ ତେବେ ସେହି ଅନୁସାରେ ମୂଳ ଇସ୍ୟୁର ଆକାର କମ୍ ହୋଇଯିବ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ଋଣ ପରିଶୋଧ କରିବାରେ, ଦୁଇଟି ନୂଆ ଉତ୍ପାଦନ କାରଖାନା ସ୍ଥାପନ କରିବା, ପୁଞ୍ଜି ବ୍ୟୟ ଆବଶ୍ୟକତା ପୂରଣ କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
ଓମ୍ନିଟେକ୍ ଇଞ୍ଜିନିୟରିଂ ଉଚ୍ଚ ମାନର ହାଇ-ପ୍ରେସିସନ୍ ଇଞ୍ଜିନିୟରିଂ ଉପକରଣ ଉତ୍ପାଦନ କରୁଥିବା ବେଳେ ଶକ୍ତି, ମୋସନ ନିୟନ୍ତ୍ରଣ ଓ ଅଟୋମେସନ, ଶିଳ୍ପ ଉପକରଣ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବିବିଧ ଶିଳ୍ପ ପ୍ରୟୋଗ ପାଇଁ ବିଶ୍ୱସ୍ତରୀୟ ଗ୍ରାହକମାନଙ୍କୁ ଯୋଗାଣ କରୁଛି।
କମ୍ପାନିର କ୍ଲାଏଂଟ୍‌ମାନଙ୍କ ମଧ୍ୟରେ ରହିଛନ୍ତି ହାଲିବୁର୍ଟନ ଏନର୍ଜି ସର୍ଭିସେସ୍‌, ସୁଜଲନ, ଓସକୋଶ ଏରୋଟେକ, ୱେଦରଫୋର୍ଡ, ଲୁଫକିନ ଇଣ୍ଡଷ୍ଟ୍ରିଜ, ଅଏଲଗିୟର, ଡୋନାଲ୍ଡସନ କମ୍ପାନି, ପିୟୁଏସଏଚ ଇଣ୍ଡଷ୍ଟ୍ରିଜ୍ ଓ ଭାରତ ଏରୋସ୍ପେସ୍ ମେଟାଲ୍‌ସ।
ଏହା ଆମେରିକା, ୟୁଏଇ, ଜର୍ମାନୀ, ବୁଲଗାରିଆ ଓ ସ୍ୱିଡେନ ସମେତ ୨୨ଟି ଦେଶର ୨୨୦ରୁ ଅଧିକ ଗ୍ରାହକଙ୍କୁ ହାଇ ପ୍ରେସିସନ ଉପକରଣ ପ୍ରଦାନ କରୁଛି।
କମ୍ପାନିର ସେୟାରକୁ ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
ଏହି ଅଫରର ବୁକ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଇକ୍ୱିରସ କ୍ୟାପିଟାଲ୍ ଓ ଆଇସିଆଇସିଆଇ ସିକ୍ୟୁରିଟିଜ୍ ଏବଂ ଆଇପିର ରେଜିଷ୍ଟ୍ରାର ହେଉଛି ଏମୟୁଏଫ୍‌ଜି ଇନଟାଇମ୍ ଇଣ୍ଡିଆ।

Share

Leave a Reply

Your email address will not be published. Required fields are marked *

5 − 2 =