ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଗାଡ଼ି ବୀମା ସହ ମୌସୁମୀ ଋତୁରେ ଚିନ୍ତାମୁକ୍ତ ଭାବେ ଗାଡ଼ି ଚଲାନ୍ତୁ
ଭୁବନେଶ୍ୱର: ମୌସୁମୀ ଋତୁ ଗରମରୁ ଆଶ୍ୱସ୍ତି ପ୍ରଦାନ କରିଥିବା ବେଳେ ଗାଡ଼ି ମାଲିକମାନଙ୍କ ପାଇଁ ଆହ୍ୱାନ ଆଣିଛି। ରାସ୍ତାରେ ପାଣି ଜମିବା, ଅପ୍ରତ୍ୟାଶିତ ବନ୍ୟା, ଖସଡ଼ା ସଡ଼କ ଏବଂ ରାସ୍ତା ଠିକ ଭାବେ ଦେଖା ନଯିବା ଭଳି ସମସ୍ୟା ପାଇଁ ଗାଡ଼ି ଚାଳନା ବିପଦପୂର୍ଣ୍ଣ ହୋଇଛି। ସେହି ସମସ୍ୟାକୁ ବୁଝିଥିବା ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ଗାଡ଼ି ମାଲିକମାନଙ୍କୁ ସଠିକ ମୋଟର ବୀମା ଗ୍ରହଣ କରିବାକୁ ଆହ୍ୱାନ ଦେଉଛି। ଏକ ବ୍ୟାପକ ମୋଟର ଯାନ ବୀମା ପଲିସି ଆପଣଙ୍କ ଗାଡ଼ିକୁ ସମ୍ଭାବ୍ୟ କ୍ଷୟକ୍ଷତିରୁ ସୁରକ୍ଷା ପ୍ରଦାନ କରିବା ସହ ଆପଣଙ୍କୁ ମାନସିକ ଶାନ୍ତି ସହ ବର୍ଷା ଭିଜା ସଡ଼କ ଅତିକ୍ରମ କରିବାରେ ସହାୟକ ହେବ।
ଏହି ବର୍ଷା ଋତୁରେ ସଡ଼କରେ ନିଜକୁ ସୁରକ୍ଷିତ ଓ ଚିନ୍ତାମୁକ୍ତ ରଖିବା ଲାଗି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ କେତେକ ସୁପାରିସ କରାଯାଇଛି। ସେଗୁଡ଼ିକ ହେଉଛି:
-ପାଣି ପାଇଁ ଇଞ୍ଜିନର ହେବାକୁ ଥିବା କ୍ଷତି ପାଇଁ ବ୍ୟାପକ ସୁରକ୍ଷା
ମୋଟର ଯାନ ବୀମା କିଣିବା ବେଳେ ଏଭଳି ବ୍ୟାପକ ସୁରକ୍ଷା ଗ୍ରହଣ କରନ୍ତୁ ଯାହା ବନ୍ୟା, ଜଳାର୍ଣ୍ଣବ ହେବା କିମ୍ବା ଗାଡ଼ି ପାର୍କ ହୋଇଥିବା ସମୟରେ ଇଂଜିନରେ ଦେଖାଦେବାକୁ ଥିବା ସମସ୍ୟାର ସମାଧାନ କରିପାରିବ। ବର୍ଷା ପାଇଁ ଗାଡ଼ିର ଇଲେକ୍ଟ୍ରିକାଲ ଓ ଗୁରୁତ୍ୱପୂର୍ଣ୍ଣ ଅଂଶ ପ୍ରଭାବିତ ହେବା ବେଳେ ବର୍ଷା ଋତୁରେ ଏହି ସମସ୍ୟା ଦେଖାଦେଇଥାଏ। ସଠିକ ପ୍ରସ୍ତୁତି ଭବିଷ୍ୟତରେ ପ୍ରମୁଖ ଆହ୍ୱାନଗୁଡ଼ିକୁ ରୋକିବାରେ ସହାୟକ ହେବ। ଇଞ୍ଜିନ କ୍ଷତିକୁ ରୋକିବା ଲାଗି ଜଳ ଭର୍ତି ସ୍ଥାନରେ ଗାଡ଼ି ଚଲାଇବାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି।
-ଗାଡ଼ିର ନିୟମିତ ରକ୍ଷଣାବେକ୍ଷଣ
ଆପଣଙ୍କ ଗାଡ଼ି ପାଇଁ ମୌସୁମୀ ସମସ୍ୟା ଆଣିପାରେ, କିନ୍ତୁ ସାମାନ୍ୟ ଯତ୍ନ ଜରିଆରେ ଆପଣ ନିରବଚ୍ଛିନ୍ନ ଭ୍ରମଣ କରିପାରିବେ। ବ୍ରେକ, ଟାୟାର, ୱାଇପର ଓ ଏକ୍ଜଷ୍ଟ ବ୍ୟବସ୍ଥାର ନିମିତ ଯାଂଚ ଆପଣଙ୍କୁ ଖସଡ଼ା ସଡ଼କରେ ସୁରକ୍ଷିତ ରଖିବ। ୱାଇପରରେ କାଚକୁ ସଫା କରିବା ପାଇଁ ଗାଡି଼ରେ ଯଥେଷ୍ଟ ପାଣିଥିବା ସୁନିଶ୍ଚିତ କରନ୍ତୁ, ଅନ୍ୟଥା ଆଗକୁ ଦେଖିବା ପ୍ରଭାବିତ ହୋଇପାରେ। ଭଲ ଭାବେ ଯତ୍ନ ନିଆଯାଉଥିବା ଗାଡ଼ି ସୁରକ୍ଷିତ ହୋଇଥିବା ବେଳେ ଆପଣଙ୍କୁ ସମସ୍ୟା ପାଇଁ ବୀମା ଦାବି ଏଡ଼ାଇବାରେ ସହାୟକ ହୋଇପାରିବ।
-ହାନିକାରକ ସ୍ଥିତି ପାଇଁ ପ୍ରତିଷେଧମୂଳକ ପଦକ୍ଷେପ
ସଚେତନ ରହିବାର ବିକଳ୍ପ ଏକ ଉତମ ବୀମା ବି ହୋଇପାରିବନି। ଗାଡ଼ିକୁ କ୍ଷତିରୁ ବଂଚାଇବା ଲାଗି ବନ୍ୟା ହୋଇଥିବା ରାସ୍ତାରେ ଯାଆନ୍ତୁ ନାହିଁ। ଗାଡ଼ି ଚଲାଇବା ପୂର୍ବରୁ ଲାଇଟ, ବ୍ରେକ ଓ ଟାୟାର ଠିକ ଥିବା ଯାଂଚ କରନ୍ତୁ। ମନେ ରଖନ୍ତୁ, ଆପଣ ଓ ଅନ୍ୟମାନଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ, ବୀମା ଥାଉ କିମ୍ବା ନଥାଉ।
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଚିଫ ଅପରେଟିଂ ଅଫିସର ଶ୍ରୀ ଉଦୟନ ଯୋଶୀ କହିଛନ୍ତି ଯେ, ‘ଗାଡ଼ି ପାଇଁ ମୌସୁମୀ କଷ୍ଟକର ହୋଇପାରେ, କିନ୍ତୁ ସଠିକ ସୁରକ୍ଷା ଓ ଚିନ୍ତାପୂର୍ବକ ପ୍ରତିଷେଧମୂଳକ ପଦକ୍ଷେପ ଜରିଆରେ ସୁରକ୍ଷିତ ରଖିବା ଏବଂ ବିନା ଚିନ୍ତାରେ ମୌସୁମୀକୁ ଉପଭୋଗ କରିବା ସମ୍ଭବ। ଆମେ ସମସ୍ତ ଗାଡ଼ି ମାଲିକଙ୍କୁ ସେମାନଙ୍କ ବୀମାର ସମୀକ୍ଷା କରିବା ଏବଂ ଜଳ ଜନିତ କ୍ଷୟକ୍ଷତି ଭଳି ବିପଦର ଉଚିତ ପରିଚାଳନା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଉଛୁ।
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ପ୍ରତ୍ୟେକ ବ୍ୟକ୍ତି ଏବଂ ବ୍ୟବସାୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ବ୍ୟାପକ ବୀମା ସମାଧାନ ପ୍ରଦାନ କରୁଛି। ବ୍ୟାପକ ମୋଟର ବୀମା ଏବଂ ତୃତୀୟ ପକ୍ଷ ଲାଇବିଲିଟି କଭର, ଇଞ୍ଜିନ୍ ସୁରକ୍ଷା, ଜିରୋ ଡେପ୍ରିସିଏସନ୍ ଏବଂ ସଡ଼କ ପାର୍ଶ୍ୱ ସହାୟତା ଭଳି ଆଡ଼-ଅନଗୁଡିକ ସହ ଆମ ପ୍ଲାନଗୁଡିକ ଆପଣଙ୍କୁ ଆର୍ôଥକ ଭାବରେ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ କରାଯାଇଛି। ଏସବିଆଇ ଜେନେରାଲରେ ଆମେ ବ୍ୟବହାରିକ, ଗ୍ରାହକ-କେନ୍ଦ୍ରିତ ବୀମା ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ ଯାହା ଶାନ୍ତି ପ୍ରଦାନ କରିବ।

