ଟିସିଏସ୍ ପକ୍ଷରୁ ଡିପ୍ଟେକ୍ କ୍ଷେତ୍ରରେ ତିନି ଭାରତ କୈନ୍ଦ୍ରୀକ ସମାଧାନର ଶୁଭାରମ୍ଭ
ଭୁବନେଶ୍ୱର: ବିଶ୍ୱସ୍ତରୀୟ ଅଗ୍ରଣୀ ଆଇଟି କମ୍ପାନି ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ) ପକ୍ଷରୁ ତିନିଟି ଭାରତ କୈନ୍ଦ୍ରୀକ ସମାଧାନର ଶୁଭାରମ୍ଭ କରାଯାଇଛି ଯାହା ଡିଜାଇନ୍ ଦୃଷ୍ଟିରୁ ସାର୍ବଭୌମ, ସୁରକ୍ଷିତ ଓ ଭବିଷ୍ୟତ ପାଇଁ ସ୍ଥାୟୀ। ଟିସିଏସ୍ ପକ୍ଷରୁ ଟିସିଏସ୍ ସୋଭରେନ୍ ସିକ୍ୟୁର୍ କ୍ଲାଉଡ୍, ଟିସିଏସ୍ ଡିଜିବୋଲ୍ଡ ଓ ଟିସିଏସ୍ ସାଇବର୍ ଡିଫେନ୍ସ ସୁଟ୍ର ଶୁଭାରମ୍ଭ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ “ଆକସଲରେଟିଂ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଟିସିଏସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ କେ କ୍ରିତିଭାସନ ଏବଂ ସଭାପତି (ଗ୍ରୋଥ୍ ମାର୍କେଟ୍ସ) ଗିରୀଶ ରାମଚନ୍ଦ୍ରନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଟିସିଏସ୍ର ସଭାପତି (ଗ୍ରୋଥ୍ ମାର୍କେଟ୍ସ) ଗିରୀଶ ରାମଚନ୍ଦ୍ରନ କହିଛନ୍ତି ଯେ, “ଭାରତ ଏପରି ଏକ ମୁହୂର୍ତରେ ରହିଛି ଯେଉଁଠାରେ ଡାଟା ସାର୍ବଭୌମତ୍ୱ, ଏଆଇ ଏବଂ ଡିଜିଟାଲ ବିକାଶ ଏକତ୍ରିତ ହୋଇ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରୁଛି। ଭାରତର ଅନନ୍ୟ ଆବଶ୍ୟକତା ଅନୁଯାୟୀ ଏହି ନୂତନ ଅଫରଗୁଡିକ ଭାରତ ପାଇଁ ଏକ ସୁରକ୍ଷିତ, ଏଆଇ-ଚାଳିତ ଡିଜିଟାଲ ଭିତିଭୂମି ନିର୍ମାଣ ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛି ଯାହା କେବଳ ଜାତୀୟ ସମ୍ପତିକୁ ସୁରକ୍ଷିତ କରେ ନାହିଁ ବରଂ ଅଭିନବତା, ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଯେହେତୁ ଭାରତ ଡିଜିଟାଲ ଉଦ୍ଭାବନର ଏକ ନୂତନ ଯୁଗ ଆଡକୁ ଅଗ୍ରସର ହେଉଛି, ଟିସିଏସ୍ ସ୍ୱଦେଶୀ ସମାଧାନର ନେତୃତ୍ୱ ନେବା ଜାରି ରଖିବ ଯାହା ସରକାର, ଉଦ୍ୟୋଗ ଏବଂ ନାଗରିକମାନଙ୍କୁ ସମାନ ଭାବରେ ସଶକ୍ତ କରିବ ଏବଂ ସେମାନଙ୍କୁ ଏଆଇ-ପ୍ରଥମ ଯୁଗରେ ସର୍ବଦା ଅନୁକୂଳ ହେବାକୁ ସାହାଯ୍ୟ କରିବ।’’
ଟିସିଏସ୍ ସୋଭରେନ୍ ସିକ୍ୟୁର କ୍ଲାଉଡ୍ ହେଉଛି ଏକ ସ୍ୱଦେଶୀ ଓ ପ୍ରଥମ ଧରଣର ସୁରକ୍ଷିତ କ୍ଲାଉଡ୍ ଯାହାକୁ ଟିସିଏସ୍ ସମୂର୍ଣ୍ଣ ଗଠନ କରିବା ସହ ପରିଚାଳନା କରିଛି। ସରକାରୀ ପ୍ରତିଷ୍ଠାନ, ରାଷ୍ଟ୍ରାୟତ ଉଦ୍ୟୋଗ ଓ ନିୟନ୍ତ୍ରିତ ଶିଳ୍ପକୁ ସମର୍ଥନ କରିବା ଲାଗି ଏହି କ୍ଲାଉଡ୍ରେ ଏଆଇ ଦକ୍ଷତା ସମନ୍ୱିତ ରହିଛି। ସମ୍ବେଦନଶୀଳ ଡାଟାକୁ ଭାରତ ସୀମା ଭିତରେ ରଖିବା ଭଳି ଟିସିଏସ୍ କ୍ଲାଉଡ୍କୁ ବିକାଶ କରାଯାଇଛି ଏବଂ ଟିସିଏସ୍ ଡାଟା ସେଂଟର ମୁମ୍ବାଇ ଓ ହାଇଦ୍ରାବାଦରେ ରହିଛି।
ଟିିସିଏସ୍ ଡିଜିବୋଲ୍ଟ ହେଉଛି ଏକ ଲୋ କୋଡ୍ ପ୍ଲାଟଫର୍ମ ଯେଉଁଥିରେ ଏଆଇର ଶକ୍ତି ରହିଛି ଯାହା ସଂସ୍ତାଗୁଡ଼ିକୁ ସେମାନଙ୍କ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିଜିଟାଲ୍ ନବସୃଜନ ଯାତ୍ରାକୁ ତ୍ୱରାନ୍ୱିତ ଓ ବ୍ୟାପକ କରୁଛି। ଡାଟା ଉତ୍ସ ଓ ଲିଗାସି ବ୍ୟବସ୍ଥାକୁ ଏକତୀତ କରି ଏହା ଜଟିଳତା କମ୍ କରଥିବା ବେଳେ ଆଇଟି ଦୃଶ୍ୟପଟ୍ଟ ସମନ୍ୱୟକୁ ତ୍ୱରାନ୍ୱିତ କରିବା ଏବଂ ନବସୃଜନ ଚକ୍ରକୁ ବଢ଼ାଉଛି।
ଟିସିଏସ ସାଇବର୍ ଡିଫେନ୍ସ ସୁଟ୍ ହେଛି ଏକ ସିକ୍ୟୁରିଟି ଆଜ୍ ଏ ସର୍ଭିସ୍ ପ୍ଲାଟଫର୍ମ ଯାହା ସଂସ୍ଥାର ସାଇବର ନିରାପତା ଫ୍ରେମ୍ୱର୍କକୁ ସୁଦୃଢ଼ କରିବା ଲାଗି ପ୍ରସ୍ତୁତ କରାଯାଇଛି ଏବଂ ସେଥିରେ ଏଆଇ ପରିଚାଳିତ ସୁରକ୍ଷା ରହିଛି। ଏହା ସାଇବର ବିପଦ, ଅନୁପାଳନ ଏବଂ ପ୍ରତିଷେଧମୂଳକ ପଦକ୍ଷେପ ଗହଣ ଉପରେ ୩୬୦ ଡିଗ୍ରି ନଜର ରଖିବ। ସାଇବର ନିରାପତାରେ ଟିସିଏସ୍ର ୨୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଥିବା ବେଳେ ଏହାର ୧୬,୦୦୦ରୁ ଅଧିକ ପ୍ରଫେସନାଲ୍ ବିଶ୍ୱବ୍ୟାପୀ କାର୍ଯ୍ୟ କରୁଛନ୍ତି ଏବଂ ବିଶ୍ୱବ୍ୟାପୀ ଏହାର ସାଇବର ନିରାପତା ଡେଲିଭି ସେଂଟର ରହିଛି।

