Friday, October 30, 2026
Business

‘ଆରୋଗ୍ୟ’ ପ୍ରକଳ୍ପ ଅଧୀନରେ ଟିପିସିଓଡିଏଲ୍ ପକ୍ଷରୁ ଗ୍ରାହକ ଓ ସମୁଦାୟ ପାଇଁ ଦୁଇଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି

ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି ଗୁଡ଼ିକ ଲୋକଙ୍କ ଘର ପାଖରେ ସ୍ୱାସ୍ଥ୍ୟ ସେବା ପହଂଚାଇବ
ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ନୂଆ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି କୁ ଭୁବନେଶ୍ୱର ସର୍କଲ-୨ ଓ ପାରାଦୀପ ସର୍କଲ୍‌ରେ ମୂତୟନ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଲୋକଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସହଯୋଗ କରିବା ଲାଗି ପ୍ରତିବଦ୍ଧ ରହିଛି । ଏହି ମହତ ଉଦ୍ଦେଶ୍ୟ ପ୍ରତି ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରି ‘ଆରୋଗ୍ୟ’ ପ୍ରକଳ୍ପ ଅଧୀନରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ ଦୁଇଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି କୁ ଉଦ୍‌ଘାଟନ କରିଛନ୍ତି । ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା ।
ଗ୍ରାହକମାନଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବା ଏବଂ ସମୁଦାୟର ଯତ୍ନ ନେବା ଉପରେ ଟିପିସିଓଡିଏଲ୍ ସର୍ବଦା ଗୁରୁତ୍ୱାରୋପ କରିଥାଏ । ନିର୍ଦ୍ଦିଷ୍ଟ ଅଂଚଳରେ ସେବା ପ୍ରଦାନ କରିବା ଲାଗି ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରିଗୁଡ଼ିକୁ ଭୁବନେଶ୍ୱର ସର୍କଲ୍‌-୨ ଓ ପାରାଦୀପ ସର୍କଲ୍‌ରେ ମୂତୟନ କରାଯାଇଛି ।
ଭୁବନେଶ୍ୱର ସର୍କଲ୍‌-୨ରେ ମୂତୟନ କରାଯାଇଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି ନୟାଗଡ଼, ଖୋର୍ଦ୍ଧା ଓ ବାଲୁଗାଁ ଡିଭିଜନ ଅଂଚଳରେ ସେବା ପ୍ରଦାନ କରିବ । ସେହିପରି ପାରାଦୀପ ସର୍କଲ୍‌ରେ ମୂତୟନ କରାଯାଇଥିବା ଭ୍ରାମ୍ୟମାଣ ଡିସ୍‌ପେନ୍‌ସେରି ପାରାଦୀପ, କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ଡିଭିଜନରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ ।
ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କ ଭଳି ଅଭିଜ୍ଞ ମେଡିକାଲ୍ ପେସାଦାର ଥିବା ଏହି ଭ୍ରାମ୍ୟମାଣ ଡିସ୍‌ପେନ୍‌ସେରିଗୁଡ଼ିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ସେଗୁଡ଼ିକ ସେବା ଆବଶ୍ୟକ କରୁଥିବା ଲୋକମାନଙ୍କୁ ମାଗଣାରେ ପରାମର୍ଶ ଓ ଔଷଧ ଦେଇପାରୁଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ସେବା ବ୍ୟତୀତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି ଗୁଡିକୁ ସ୍ୱାସ୍ଥ୍ୟ ସେବା ପରାମର୍ଶ, ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହଯୋଗରେ ସ୍ୱତନ୍ତ୍ର ମାମଲାଗୁଡ଼ିକରେ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା କାର୍ଯ୍ୟ କରୁଛନ୍ତି ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ, “ଏକ ସମୃଦ୍ଧ ସମୁଦାୟର ମୁଳଦୁଆ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚିବା ଜରୁରୀ ବୋଲି ଆମର ବିଶ୍ୱାସ ରହିଛି । ଆରୋଗ୍ୟ ପ୍ରକଳ୍ପ ଏବଂ ମୂତୟନ କରାଯାଇଥିବା ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରିଗୁଡ଼ିକ ଜରିଆରେ ଉତମ ସ୍ୱାସ୍ଥ୍ୟର ପ୍ରସାର ଏବଂ ହିତାଧିକାରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାରେ ଟିପିସିଓଡିଏଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାରି ରଖିଛି ।’’
ଏକ ସୁସ୍ଥକର ସମାଜ ଲକ୍ଷ୍ୟ ଆଡ଼କୁ ଟିପିସିଓଡିଏଲ୍ ଅଗ୍ରସର ହେଉଥିବା ବେଳେ ଏହି ନୂଆ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି ଗୁଡ଼ିକର ଶୁଭାରମ୍ଭ ଓଡିଶାବାସୀଙ୍କ ପାଇଁ ଏକ ସୁସ୍ଥକର ଓ ସୁଖମୟ ଜୀବନ ସଷ୍ଟି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମକୁ ପ୍ରତିଫଳିତ କରୁଛି ।

Share

Leave a Reply

Your email address will not be published. Required fields are marked *

16 + ten =