ସୋନି ପକ୍ଷରୁ ନୂଆ ବ୍ରାଭିଆ ଏକ୍ସଆର୍ ଏ୮୦ଏଲ୍ ଓଏଲ୍‌ଇଡି ସିରିଜ୍ ଟିଭି ଉନ୍ମୋଚିତ

ଭୁବନେଶ୍ୱର: କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ଥିବା ନୂଆ ବ୍ରାଭିଆ ଏକ୍ସଆର୍ ଏ୮୦ଏଲ୍ ଓଏଲ୍‌ଇଡି ଟିଭିକୁ ସୋନି ଇଣ୍ଡିଆ ପକ୍ଷରୁ ଉନ୍ମୋଚନ କରାଯାଇଛି । ମଣିଷ ମସ୍ତିଷ୍କ ଭଳି ଭାବନା ଶକ୍ତି ଥିବା କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ଏହି ଓଏଲ୍‌ଇଡି ଟିଭିର ଛବି ଓ ସ୍ୱରକୁ ଏକ ନୂଆ ସ୍ତରକୁ ନେଇଛି ।
ମନୋରଂଜନ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ପରବର୍ତୀ ପିଢ଼ିର କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ଏକ ବୈପ୍ଳବିକ ଅନୁଭବ ପ୍ରଦାନ କରୁଛି ଯାହା କଟେଂଟ୍ ସହିତ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ଯୋଡ଼ିରଖୁଛି । ଏକ୍ସଆର୍ ଓଏଲ୍‌ଇଡି କଂଟ୍ରାଷ୍ଟ ପ୍ରୋ ସହିତ ବିଶୁଦ୍ଧ କଳା ଓ ଶୀର୍ଷ ବ୍ରାଇଟ୍‌ନେସ୍ ଜରିଆରେ ଅଧିକ ଗଭୀରତା ଓ ରୂପରେଖ ହାସଲ କରିହେବ ।
ଏହି ଓଏଲ୍‌ଇଡି ସିରିଜ୍‌ରେ ରହିଛି ସଦ୍ୟତମ ଏକସଆର୍ ୪କେ ଅପ୍‌ସ୍କେଲିଂ, ଏକ୍ସଆର୍ କ୍ଲିୟର ଇମେଜ୍ ଓ ଏକ୍ସଆର୍ ଓଏଲ୍‌ଇଡି ମୋସନ ପ୍ରଯୁକ୍ତି ଯାହା ଜରିଆରେ ସୁବିଧାରେ, ଉଜ୍ଜ୍ୱଳ ଏବଂ ବିନା ଝାପ୍‌ସାରେ ସ୍ପଷ୍ଟ ଚିତ୍ର ଦେଖିବାର ମଜା ନେଇହେବ । ଏଥିରେ ଥିବା ଟ୍ରିଲୁମିନଓ ପ୍ରୋ ପ୍ରଯୁକ୍ତି ପ୍ରତିଟି ବିବରଣୀ ପ୍ରଦାନ କରିବ ଏବଂ ଏକ୍ସ-ୱାଇଡ୍ ଆଙ୍ଗେଲ ଯେକୌଣସି ଦିଗରୁ ସୁନ୍ଦର ରଙ୍ଗ ପ୍ରଦାନ କରିବ ।
ସୁପର ଫ୍ଲୁଇଡ୍ ଗୁଗୁଲ୍ ଟିଭି ୟୁଜର ଇଟଂରଫେସ୍ ସହିତ ହାଣ୍ଡସ୍‌ଫ୍ରି ଭଏସ୍ ସର୍ଚ୍ଚ ଜରିଆରେ ୧୦,୦୦୦ରୁ ଅଧିକ ଆପ୍ ଓ ଗେମ୍ ଏବଂ ୭,୦୦,୦୦୦ ସିନେମା ଓ ଟିଭି ସିରିଜ୍ ମାଧ୍ୟମରେ ଅସୀମିତ ମନୋରଂଜନ ହାସଲ କରିହେବ । ଆପଲ୍ ଏୟାରପ୍ଲେ ୨ ଓ ହୋମ୍ କିଟ୍‌ରେ ମଧ୍ୟଏହା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ । ଅଟୋ ଜିନିୟର ପିକ୍‌ଚର ମୋଡ୍‌, ଅଟୋ ଏଚ୍‌ଡିଆର୍ ଟୋନ୍‌, ଏଚ୍‌ଡିଏମ୍‌ଆଇ ୨.୧, ୪କେ ୧୨୦ ଏଫ୍‌ପିଏସ୍‌, ଭିଆରଆର, ଏଏଲ୍‌ଏଲ୍‌ଏମ୍ ଶ୍ରେଷ୍ଠ ଗେମିଂ ଅନୁଭୂତି ପ୍ରଦାନ କରିବ । ଗେମ୍ ମେନୁ ସୁବିଧାରେ ଗେମ୍ ସମ୍ପର୍କିତ ବିଭିନ୍ନ ସେଟିଂ କରିହେବ ।
ସୋନିର ଏ୮୦ଏଲ୍‌ରେ ରହିଛି ବ୍ରାଭିଆ କୋର୍ ଯେଉଁଥିରେ ଆଇମ୍ୟାକ୍ସ ସିନେମାକୁ ଉପଭୋଗ କରିହେବ । ବ୍ରାଭିଆ କ୍ୟାମ୍ ଜରିଆରେ ନୂଆ ଟିଭି ଅନୁଭୂତି ହାସଲ କରିହେବ । ଡବ୍‌ଲି ଭିଜନ, ଡଲ୍‌ବି ଆଟମସ୍‌, ଆଇମ୍ୟାକ୍ସ ଏନ୍‌ହାନ୍‌ସଡ୍ ଓ ନେଟ୍‌ଫ୍ଲିକ୍ସ ଆଡାପ୍‌ଟିଭ୍ କାଲିବ୍ରେଟେଡ୍ ମୋଡ୍ ଜରିଆରେ ଘରକୁ ସିନେମା ହଲ୍‌ରେ ପରିଣତ କରିପାରିବେ । ଏଥିରେ ୩ଡି ସରାଉଣ୍ଡ୍ ସାଉଣ୍ଡ୍‌, ଅକୋଷ୍ଟିକ୍ ଅଟୋ କାଲିବ୍ରେସନ୍ ପ୍ରଯୁକ୍ତି ଆଦି ରହିଛି । ପରିବେଶକୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି ।
ଏକ୍ସଆର୍‌-୫୫ଏ୮୦ଏଲ୍‌, ଏକ୍ସଆର୍ ୭୭ଏ୮୦ଏଲ୍‌, ଏକ୍ସଆର୍‌-୮୩ଏ୮୦ଏଲ୍‌ର ଦାମ୍ ଘୋଷଣା ହେବାକୁ ବାକି ଥିବା ବେଳେ ଏକ୍ସଆର୍‌-୬୫ଏ୮୦ଏଲ୍‌ର ଦାମ୍ ୩,୪୯,୯୦୦ ଟଙ୍କା ରହିଛି । ୨୦୨୩ ମେ’ ୫ରୁ ଏହା ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

5 × 4 =