ଜାପାନର କ୍ୟୁଟୋରେ ମୁଖ୍ୟମନ୍ତ୍ରୀ, ନିବେଶକାରୀଙ୍କ ସହ କରିବେ ଆଲୋଚନା

ଜାପାନର ଅନ୍ୟତମ ପ୍ରମୁଖ ସହର କ୍ୟୁଟୋ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ବିନିଯୋଗ ନେଇ ଆଲୋଚନା କରିବେ । ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ଜାପାନ ଓ ଓଡ଼ିଶା ମଧ୍ୟରେ ସମ୍ପର୍କ ମଜବୁତ କରିବା ଉପରେ ବି ରାଜ୍ୟ ସରକାରଙ୍କ ଫୋକସ ରହିଛି। ବିଶେଷକରି ବୌଦ୍ଧ ପର୍ଯ୍ୟଟନସ୍ଥଳୀ ଓ ଇକୋ ଟୁରିଜିମର ବିକାଶ ଉପରେ ଓଡିଶା ଓ ଜାପାନ ମଧ୍ୟରେ ସହଯୋଗ ବଢିବ ବୋଲି ଆଶା କରାଯାଉଛି। ଓଡ଼ିଶାର ଖେଳାଳିଙ୍କ ତାଲିମ ଓ ବିକାଶ ପାଇଁ ଆଲୋଚନା ବି ହୋଇପାରେ।

Share

Leave a Reply

Your email address will not be published. Required fields are marked *

three × three =