ୱି ଆପ୍‌ରେ ନିଯୁକ୍ତି ସନ୍ଧାନ କରିବା ଲାଗି ଗ୍ରାମୀଣ ଭାରତ ମହିଳାମାନଙ୍କ ଲାଗି ୱିର ସ୍ୱତନ୍ତ୍ର ଅଫର

ଭୁବନେଶ୍ୱର: ଗ୍ରାମୀଣ ଭାରତର ଅଭିଳାଷୀ ଓ ଆକାଂକ୍ଷୀ ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ହାସଲରେ ସାହାଯ୍ୟ କରିବା ଲାଗି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଭାରତର ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ଭାରତର ସର୍ବବୃହତ ନିଯୁକ୍ତି ସନ୍ଧାନ ପ୍ଲାଟଫର୍ମ ଆପ୍‌ନା ସହଯୋଗିତାରେ ଗ୍ରାମୀଣ ଭାରତର ମହିଳାମାନଙ୍କୁ ହଜାର ହଜାର ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି । ଶିକ୍ଷକଠାରୁ ଆରମ୍ଭ କରି ଟେଲି କଲର, ରିସିପ୍‌ସନିଷ୍ଟ୍ ଆଦି ଭଳି ସୁଯୋଗ ପାଇଁ ମହିଳାମାନେ ଆବେଦନ କରିପାରିବେ ଏବଂ ୱି ଆପ୍‌ର ୱି ଜବ୍‌ସ ଆଣ୍ଡ୍ ଏଜୁକେସନ୍ ପ୍ଲାଟଫର୍ମରେ ହଜାର ହଜାର ପାର୍ଟଟାଇମ୍ ଓ ୱାର୍କ ଫ୍ରମ୍ ହୋମ୍ ସୁଯୋଗ ରହିଛି ।
ବିବିଧ କ୍ଷେତ୍ରରେ ନିଯୁକ୍ତିରେ ମହିଳାମାନଙ୍କୁ ଏକ ପ୍ଲାଟ୍‌ଫର୍ମ ଓ ସୁଯୋଗ ପ୍ରଦାନ କରିବା ଲାଗି ସେମାନଙ୍କୁ ଶ୍ରମ ଶକ୍ତିରେ ପ୍ରବେଶ କରିବାରେ ୱି ସୁବିଧା ପ୍ରଦାନ କରୁଛି । ଅପ୍‌ନା ସହଯୋଗରେ ୱି ପକ୍ଷରୁ ଏକ ପ୍ଲେସମେଂଟ୍ ଗ୍ୟାରେଂଟି ତାଲିମ କାର୍ଯ୍ୟକ୍ରମ ପ୍ରଦାନ କରାଯାଉଛି ଯେଉଁଥିରେ ଟେଲି କଲର ହେବାକୁ ଅଭିଳାଷ ରଖିଥିବା ମହିଳାମାନଙ୍କୁ ଫ୍ଲାଟ୍ ୫୦୦୦ ଟଙ୍କା ରିହାତି ଦିଆଯାଉଛି ।
ଭଲ ଭାବେ ଇଂରାଜି କହିପାରିବା ଦ୍ୱାରା ନିଯୁକ୍ତି ପାଇବା ଏବଂ କ୍ୟାରିୟରରେ ଆଗକୁ ବଢ଼ିବାର ସମ୍ଭାବନା ବଢ଼ିଯାଏ । ଏହି ଆନ୍ତର୍ଜାତିକ ମହିଳା ଦିବସରେ ୱି ପକ୍ଷରୁ ଇଂରାଜି ଶିଖିବାକୁ ଚାହୁଁଥିବା ମହିଳାମାନଙ୍କ ଲାଗି ସ୍ୱତନ୍ତ୍ର ଅଫର ରହିଛି । ଏଥିପାଇଁ ଇଙ୍ଗୁରୁ ସହିତ ୱି ସହଯୋଗିତା ସ୍ଥାପନ କରିଥିବା ବେଳେ ଇଂରାଜି ଭାଷା ଶିକ୍ଷା ପାଠ୍ୟକ୍ରମ ଉପରେ ୫୦% ରିହାତି ଓ ବିଶେଷଜ୍ଞମାନଙ୍କ ଅସୀମିତ ଇଟଂରଆକ୍ଟିଭ୍ ଲାଇଭ୍ କ୍ଲାସେସ୍ ପ୍ରଦାନ କରାଯାଉଛି ।
ଶ୍ରମଶକ୍ତିରେ ପ୍ରବେଶ କରିବା ଓ ଏକ ପେସାଦାର ପରିଚୟ ବିକାଶ କରିବାରେ ମହିଳାମାନଙ୍କୁ ସହଯୋଗ କରିବା ଲାଗି ୱି ପକ୍ଷରୁ ମହିଳାମାନଙ୍କ ଲାଗି କ୍ୟାରିୟର କାଉନ୍‌ସେଲିଂ, କିଭଳି ଇଂରାଜି ମହିଳାଙ୍କୁ ସଶକ୍ତ କରୁଛି ଆଦି ବିଷୟ ଉପରେ ଆପ୍‌ନା ଓ ଇଙ୍ଗୁରୁ ସହଯୋଗିତା ରେ ବିଭିନ୍ନ ୱେବିନାର ଆୟୋଜନ କରାଯାଉଛି ।
ଏହି ଅଫରଗୁଡ଼ିକ ୨୦୨୩ ମାର୍ଚ୍ଚ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ୱି ଆପ୍‌ର ଜବ୍‌ସ ଆଣ୍ଡ୍ ଏଜୁକେସନ୍ ସେକ୍ସନ୍‌ରେ ଉପଲବ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

1 + 7 =