Friday, October 30, 2026
Latestରାଜ୍ୟ

ଆଜି କେନ୍ଦ୍ରରୁ ଆସିବ ଟିକା, ୧୯ରୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଆସନ୍ତା ୧୯ ତାରିଖରୁ ରାଜ୍ୟରେ ପୁଣି କୋରୋନା ଟିକାକରଣ ଆରମ୍ଭ ହେବ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯିବ। ଆଜି କେନ୍ଦ୍ର ସରକାର ରାଜ୍ୟକୁ ୧ ଲକ୍ଷ କୋଭିସିଲ୍ଡ ଟିକା ପଠାଇବେ। ଟିକା ଆସିବା ପରେ ସବୁ ଜିଲ୍ଲାକୁ ଭାଗ କରି ଦିଆଯିବ। ଯେଉଁମାନେ ଦ୍ଵିତୀୟ ବା ବୁଷ୍ଟର ନେଇନାହାନ୍ତି, ସେମାନଙ୍କୁ ତାହା ନେବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି।

ସମ୍ଭାବ୍ୟ ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଉଥିବାବେଳେ ଏବେ ଯେଉଁମାନେ ଦ୍ଵିତୀୟ ଓ ବୁଷ୍ଟର୍ ନେଇ ନାହାନ୍ତି ସେମାନେ ତାହା ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇଥିବା ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

4 − 3 =