Friday, October 30, 2026
Businessରାଜ୍ୟ

ହିନ୍ଦୁଜା ଗ୍ରୁପ୍ ସମର୍ଥିତ ୟୁନିକର୍ଣ୍ଣ ସଂସ୍ଥା ମାଇଣ୍ଡ୍‌ମେଜ୍ ପକ୍ଷରୁ ଭାଇବ୍ରା ହେଲ୍‌ଥକେୟାର ସହିତ ସହାଯାଗିତା ସ୍ଥାପନ

ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପ୍ ସମର୍ଥିତ ୟୁନିକର୍ଣ୍ଣ ସଂସ୍ଥା ମାଇଣ୍ଡ୍‌ମେଜ୍ ପକ୍ଷରୁ ଆମେରିକାର ଭାଇବ୍ରା ହେଲ୍‌ଥକେୟାର ସହ ସହଯୋଗିତା ସ୍ଥାପନ କରାଯାଇଛି । ଭାଇବ୍ରା ହେଲ୍‌ଥକେୟାର ହେଉଛି ଆମେରିକାରେ ପୋଷ୍ଟ୍‌-ଆକ୍ୟୁଟ୍ ରୋଗୀ ସେବା ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା । ଏହା ଅଧୀନରେ ଥିବା ହସ୍ପିଟାଲ୍ ଓ କ୍ଲିନିକ୍ ଏବଂ ରୋଗୀମାନଙ୍କ ଘରେ ମାଇଣ୍ଡ୍‌ମେଜ୍‌ର ଡିଜିଟାଲ୍ ସ୍ୱାସ୍ଥ୍ୟ ପ୍ରଯୁକ୍ତି ପ୍ଲାଟଫର୍ମ (ମାଇଣ୍ଡ୍‌ପଡ୍ ଓ ମାଇଣ୍ଡ୍‌ମୋସନ ଗୋ)କୁ ମୂତୟନ କରିବାକୁ ମୂତୟନ କରିବା ହେଉଛି ଏହି ସହଯୋଗିତାର ମୂଳ ଉଦ୍ଦେଶ୍ୟ । ଭାଇବ୍ରା ହେଲ୍‌ଥକେୟାର ଆମେରିକାର ୧୯ଟି ରାଜ୍ୟରେ ୯୦ଟି ସ୍ପେସାଲିଟି ହସ୍ପିଟାଲ୍ ଏବଂ ଟ୍ରାଞ୍ଜିସନାଲ୍ କେୟାର ୟୁନିଟ୍ର ପରିଚାଳନା କରୁଛି । ଆମେରିକାରେ ୧୦ କୋଟିରୁ ଅଧିକ ଲୋକ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ।
ଷ୍ଟ୍ରୋକ୍‌/ ଟ୍ରମାଟିକ୍ ମସ୍ତିଷ୍କାଘାତ, ସ୍ପାଇନାଲ୍ କର୍ଡ ଆଘାତ ଏବଂ ପାର୍କିସନ୍‌ସ ରୋଗର ଅନୁଧ୍ୟାନ କରିବା ଲାଗି ମାଇଣ୍ଡ୍‌ମେଜଜ୍ ପକ୍ଷରୁ ସଫ୍ଟଓୟାର ଭିତିକ ହସ୍ତକ୍ଷେପ ଓ ଅନୁଶୀଳନ ସୁବିଧା ପ୍ରଦାନ କରାଯାଉଛି । ଗେମ୍ ଭିତିକ ଡିଜିଟାଲ ଥେରାପି ରୋଗୀମାନଙ୍କ ଉପଷମ ପ୍ରକ୍ରିୟାକୁ ଆମୋଦଦାୟକ କରିପାରିଛି । ବର୍ତମାନ ସୁଦ୍ଧା ବିଶ୍ୱର ୧୩୦ଟି ଶ୍ରେଷ୍ଠ ମେଡିକାଲ୍ କେନ୍ଦ୍ରରେ ମାଇଣ୍ଡ୍‌ମେଜ୍‌ର ପ୍ରଯୁକ୍ତି ମୂତୟନ ହୋଇଛି । ମାଇଣ୍ଡ୍‌ମେଜ୍ ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ଏମ୍‌ସରେ ଏହି ପ୍ରଯୁକ୍ତି ମୂତୟନ କରାଯାଇଛି ।
“ଗମ୍ଭୀର ସ୍ନାୟୁଗତ ରୋଗରେ ପୀଡ଼ତି ଥିବା ରୋଗୀଙ୍କ ପାଇଁ ପ୍ରମାଣ ଭିତିକ ସମାଧାନ ବିକାଶ ଜରିଆରେ ସ୍ନାୟୁ ରୋଗରୁ ଉପଷମ ପ୍ରକ୍ରିୟାରେ ବୈପ୍ଳବିକ ପରିବର୍ତନ ଆଣିବାକୁୁ ମାଇଣ୍ଡ୍‌ମେଜ୍ ପ୍ରତିବଦ୍ଧ ରହିଛି ବୋଲି ମାଇଣ୍ଡ୍‌ମେଜ୍‌ର ପ୍ରତିଷ୍ଠାତା, ଅଧ୍ୟକ୍ଷ ଓ ସିଇଓ ଡକ୍ଟର ତେଜ୍ ତାଡି କହିଛନ୍ତି । କ୍ଲିନିସିଆନ୍‌ମାନଙ୍କୁ ଶକ୍ତିଶାଳୀ, ଡିଜିଟାଲ୍ ସକ୍ଷମ ଏବଂ ଉନ୍ନତ ଟୁଲ୍‌ସ ପ୍ରଦାନ କରିବା ଉପରେ ଆମେ ଗୁରୁତ୍ୱାରୋପ କରୁଥିବା ବେଳେ ସହଜରେ ବ୍ୟବହାର କରିହେଉଥିବା, ମନମୁଗ୍ଧକର ଏବଂ ପହଂଚିପାରୁଥିବା ସମାଧାନ ସହ ରୋଗୀ ଏବଂ ସେମାନଙ୍କ ପରିବାରକୁ ସଶକ୍ତ କରୁଛି । ଭାଇବ୍ରାରେ ଆମେ ଏକ ବିଶ୍ୱସ୍ତରୀୟ ସହଯୋଗୀ ପାଇଛୁ ଯାହା ମସ୍ତିଷ୍କ ସ୍ୱାସ୍ଥ୍ୟ ସମେତ ରୋଗୀଙ୍କ ଫଳାଫଳରେ ଅର୍ଥପୂର୍ଣ୍ଣ ଉନ୍ନତି ଆଣିବା ଲାଗି ଶ୍ରେଷ୍ଠ ଦକ୍ଷତା ପ୍ରଦାନ କରିବା ପ୍ରତି ପ୍ରତିବଦ୍ଧ ରହିଛି ।’’
“କେବଳ ପ୍ରଯୁକ୍ତି ଦକ୍ଷତାର ଶକ୍ତି ନୁହେଁ ବରଂ ମସ୍ତିଷ୍କାଘାତ ଏବଂ ଅନ୍ୟାନ୍ୟ ସ୍ନାୟୁଗତ ରୋଗରେ ପୀଡ଼ିତ ସାରା ଦୁନିଆରେ ଥିବା ଦେଶଗୁଡ଼ିକର ରୋଗୀମାନଙ୍କ ଲାଗି ସମାଧାନ ମୂତୟନ କରିବାରେ ମାଇଣ୍ଡ୍‌ମେଜ୍‌ର ରହିଥିବା ଅନୁଭୂତି ଆମକୁ ପ୍ରଭାବିତ କରିଥିଲା ବୋଲି ଭାଇବ୍ରା ହେଲଥକେୟାରର ପ୍ରତିଷ୍ଠାତା, ଅଧ୍ୟକ୍ଷ ଓ ସିଇଓ ବ୍ରାଡ୍ ହୋଲିଙ୍ଗର କହିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

2 × 4 =