Thursday, October 29, 2026
Latestରାଜ୍ୟ

ରାଜ୍ୟରେ ବୁଷ୍ଟର ଡୋଜ ପାଇଁ ଆଗ୍ରହ ନାହିଁ:ବିଜୟ ପାଣିଗ୍ରାହୀ

ରାଜ୍ୟର ୮୭ ପ୍ରତିଶତ ବା ୨ କୋଟି ୮୨ ଲକ୍ଷ ଲୋକ ବର୍ତ୍ତମାନ ସୁଦ୍ଧା ନେଇ ନାହାନ୍ତି କୋଭିଡ ନିରୋଧୀ ବୁଷ୍ଟର ଡୋଜ। କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ହିଁ ବୁଷ୍ଟର ଡୋଜ ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି।

କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜର ୯୦ ପ୍ରତିଶତରୁ କମ ଟିକାକରଣ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଥିବା ମାଗଣା ଟିକାକରଣକୁ ଆଉ କମ ଦିନ ବାକିଥିବାରୁ ସମସ୍ତଙ୍କୁ ତୁରନ୍ତ ବୁଷ୍ଟର ଡୋଜ ନେବା ଲାଗି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଅନୁରୋଧ କରିଛନ୍ତି। ରାଜ୍ୟରେ କୋଭିସିଲଡ ଟିକା କମ ରହିଥିବାରୁ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ ଚିଠି ଲେଖିଛି।

Share

Leave a Reply

Your email address will not be published. Required fields are marked *

five + 8 =