Friday, October 30, 2026
Latestରାଜ୍ୟ

ଲଜ୍ଜ୍ୟାରେ ଜୀବନ ହାରିଲେ ବାପା ମା’

ଗୋଟିଏ ବୋଲି ଝିଅ ପ୍ରେମିକ ସହିତ ପଳାଇବାରୁ ଦୁଃଖରେ ଭାଙ୍ଗି ପଡ଼ି ବାପାମା’ ଆତ୍ମହତ୍ୟା କରି ଦେଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁର ପୋଲାଚି ସହରରେ। କୋଏମ୍ବାଟୋର ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଏହି ସ୍ଥାନଟି ଅଛି।
ଘଟଣାଟି ରବିବାର ଘଟିଛି। ବାପାମା’ ତାଙ୍କ ୨୪ ବର୍ଷୀୟ ଝିଅର ପ୍ରେମିକଙ୍କୁ ପସନ୍ଦ କରୁ ନଥିଲେ। ତାଙ୍କ ସହିତ ସଂପର୍କ ଭାଙ୍ଗି ଦେବାକୁ ସେମାନେ ଝିଅକୁ ବହୁତ ବୁଝାଇ ଥିଲେ। ତେବେ ଝିଅ ମାନି ନଥିଲେ।
ଝିଅ ଶନିବାର ସନ୍ଧ୍ୟାରେ ପ୍ରେମିକ ସହିତ ପଳାଇଥିଲେ। ଗଲା ବେଳେ ବାପାମା’ଙ୍କୁ କହି ଦେଇଥିଲେ ଯେ ସେ ତାଙ୍କ ସହିତ ଜୀବନ ବିତାଇବେ।
ଝିଅର ଏଭଳି ନିଷ୍ପତ୍ତି ବାପାମା’ଙ୍କୁ ଖୁବ୍ ବାଧି ଥିଲା। ଝିଅର ମା’ କୁଆଡ଼େ ସେଦିନ ରାତିରେ ଜଣେ ମହିଳାଙ୍କୁ କହିଥିଲେ ଯେ ଆଉ ବଞ୍ଚିବାକୁ ଇଚ୍ଛା ହେଉନି। ତା’ପର ଦିନ ଅର୍ଥାତ୍ ରବିବାର ସକାଳେ ଉଭୟଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାଟରେ ହିଁ ସେମାନଙ୍କ ମୃତ୍ୟୁ ଘଟି ଥିଲା ବୋଲି ପୁଲିସ୍ କହିଛି।
ସଂପର୍କୀୟମାନେ ତାଙ୍କ ଝିଅକୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା।

Share

Leave a Reply

Your email address will not be published. Required fields are marked *

nineteen − 15 =