Friday, October 30, 2026
Latestରାଜ୍ୟ

ଶ୍ରୀମନ୍ଦିରରେ ଆଜି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ଏଣିକି ପଶ୍ଚିମ ଦ୍ୱାର ପଟ ଦେଇ ପ୍ରବେଶ କରିବେ ପୁରୀବାସୀ। ଏଥିପାଇଁ ସେମାନଙ୍କ ପାଇଁ ମଧ୍ୟ ଟୀକାକରଣର ୨ଟି ଡୋଜ୍‌ ସାର୍ଟିପିକେଟ୍‌ ଓ ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣ ପତ୍ର ଦେଖାଇବାକୁ ପଡିବ। ପଶ୍ଚିମ ଦ୍ୱାରରେ କିଓସ୍କ ସ୍ଥାପନ କରାଯାଇ ପ୍ରମାଣପତ୍ର ଯାଞ୍ଚର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚାରିଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା କରିବାକୁ ବହୁତ ଦିନରୁ ଦାବି ହୋଇ ଆସୁଥିଲା।

Share

Leave a Reply

Your email address will not be published. Required fields are marked *

fourteen − 5 =