Friday, October 30, 2026
Latestରାଜ୍ୟ

ବଜାରରେ ନାହିଁ ଆଳୁ ପିଆଜ

ବାତ୍ୟା ତିତ୍ଲି ଭୟଙ୍କର ରୂପ ନେଉଥିବା ଜଣାପଡ଼ିବା ପରେ ବଜାରରେ ଭିଡ ଦେଖିବାକୁ ମିଳୁଛି। ଲୋକେ ଖାଦ୍ୟ ସାମଗ୍ରୀ କିଣି ଘରେ ମହଜୁଦ ରଖିବାକୁ ପ୍ରୟାସ କରୁଛନ୍ତି।
ମିଳିଥିବା ରିପୋର୍ଟ ଅନୁସାରେ କିଛି ସ୍ଥାନରେ ଆଳୁ ଓ ପିଆଜ ପରି ସାମଗ୍ରୀ ଆଉ ବଜାରରେ ମିଳୁ ନଥିବା ଅଭିଯୋଗ ହେଉଛି।
ସେହିପରି ବିଭିନ୍ନ ସ୍ଥାନରେ କିଛି ଅସାଧୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର ମୂଲ୍ୟ ଅଧିକା ନେଉଥିବା ମଧ୍ୟ ଅଭିଯୋଗ ହେଉଛି।
ତେବେ ଜିନିଷପତ୍ରର ଦର ବୃଦ୍ଧିକୁ ନେଇ ଖାଉଟିଙ୍କୁ ଚିନ୍ତା କରିବାର କିଛି ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର‌୍ୟ୍ୟନାରାୟଣ ପାତ୍ର କହିଛନ୍ତି।
ସେ କହିଛନ୍ତି, “ଖାଦ୍ୟ ସାମଗ୍ରୀ ନେଇ ଖାଉଟିମାନେ ଭୟଭୀତ ହୁଅନ୍ତୁ ନାହିଁ। ପର‌୍ୟ୍ୟାନ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି। କୌଣସି ସ୍ଥାନରେ କଳାବଜାରୀ ଖବର ମିଳିଲେ ପଦକ୍ଷେପ ନିଆଯିବ। ଚଢ଼ା ଦରରେ କେହି ସାମଗ୍ରୀ ବିକିଲେ କଡ଼ା କାର‌୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।”

Share

Leave a Reply

Your email address will not be published. Required fields are marked *

nine − six =