Friday, October 30, 2026
Latestରାଜ୍ୟ

ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ହାଇଦ୍ରାବାଦ: ଦାଦନ କଟିବାକୁ ଯାଇଥିଲେ । ଶବ ହୋଇ ଫେରିବେ ଓଡ଼ିଆ ଶ୍ରମିକ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇ ଗୁଣପୁରର ୬ଜଣ ଦାଦନ ଶ୍ରମିକ ମୃତ। ସମସ୍ତ ଦାଦନ ଶ୍ରମିକ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଗୁଣପୁର ମୋତିଲାଲ ନଗରର ଜଣେ ଓ ଭୀମପୁର ପଞ୍ଚାୟତର ୫ ଜଣ ବୋଲି ଜଣାପଡିଛି ।

ଦୁଇ ମାସ ତଳେ ଗୁଣୁପୁର ଅଞ୍ଚଳରୁ ୧୦ ଶ୍ରମିକ ଦାଦନ ଖଟିବାକୁ ଯାଇଥିବାନେଇ ମୃତକଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଗୁଣପୁର ମୋତିଲାଲ ନଗରର ନବିନ ଶବର ଦାଦନ ଖଟିବାକୁ ଯାଇ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ପାଖକୁ ଫୋନ ଯୋଗେ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିର ମାଲିକ କହିଥିବା ମୃତକଙ୍କ ଭଉଣୀ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

16 + eighteen =