Friday, October 30, 2026
Latestରାଜନୀତିରାଜ୍ୟ

ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ବୁଝିବି: ନବୀନ

ପିପିଲି: ପିପିଲି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଚାର ଜୋର ଧରୁଛି । ପିପିଲିରେ ଆଜି ହାଇ ପ୍ରୋଫାଇଲ ପ୍ରଚାର ଦେଖିବାକୁ ମିଳୁଛି । ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ପ୍ରଚାର କଲେ ନବୀନ । ଭର୍ଚୁଆଲ ମାଧ୍ୟମରେ ଆଜି ପିପିଲି ପ୍ରଚାର ମୈଦାନରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ। ଆଉ ଏହାସହ ରୁଦ୍ରଙ୍କ ପାଇଁ ଭୋଟ ମାଗିଛନ୍ତି । ୬ଟି ଜିଲ୍ଲା ପରିଷଦ ଜୋନବାସୀଙ୍କୁ ସମ୍ବୋଧନ କରି ସୁପ୍ରିମୋ କହିଛନ୍ତି ଏହି ପବିତ୍ର ଐତିହ୍ୟ ସମ୍ପୂର୍ଣ୍ଣ ମାଟିକୁ ମୋର ପ୍ରଣାମ । ପିପିଲିର ସମସ୍ତ ଭାଇ-ଭଉଣୀଙ୍କୁ ନମସ୍କାର ଜଣାଇବା ସହ ପିପିଲି ଚାନ୍ଦୁଆକୁ ନେଇ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ମୋ ପ୍ରତି ଆପଣମାନଙ୍କ ଭଲ ପାଇବା ରହିଛି, ମୁଁ ପିପିଲି ଯିବାକୁ ଆଗ୍ରହୀ କିନ୍ତୁ କୋଭିଡର କଟକଣା ବାଧକ ସାଜିଛି । ଯେଉଁଥିପାଇଁ ମୁଁ ଆଜି ଭର୍ଚୁଆଲ ଯୋଗେ ଆପଣମାନଙ୍କୁ ଭେଟୁଛି । ପିପିଲି-ଡେଲାଙ୍ଗ ବାସୀ ସବୁବେଳେ ବିଜେଡି ସହ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ ବୋଲି କହିଛନ୍ତି ନବୀନ । ପିପିଲି-ଡେଲାଙ୍ଗରେ ଭଲ କାମ ହୋଇଛି, ଆଗକୁ ମଧ୍ୟ ଭଲ କାମ ହେବ । ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜ ବୁଝିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାନ୍ଦୁଆ ସହର ପିପିଲି ଦେଶ ଓ ବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣିଛି । କଳାର ଏହି ପିପିଲି ମାଟି ଧନ୍ୟ ଓ ଏହାର ଇତିହାସ ମଧ୍ୟ ମହାନ । ପିପିଲି-ଡେଲାଙ୍ଗବାସୀଙ୍କର ମୋ ପ୍ରତି ଭଲପାଇବା ରହିଛି । ଯଦି ପିପିଲି ଯାଇଥାନ୍ତି ତେବେ ବହୁ ସଂଖ୍ୟାରେ ଆପଣ ମାନେ ଏକାଠି ହୋଇ ମୋତେ ଆର୍ଶୀବାଦ କରିଥାନ୍ତେ । ପିପିଲି-ଡେଲାଙ୍ଗରେ ଅନେକ ବିକାଶ ହୋଇଛି, ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ । ଏଥିପାଇଁ ସ୍ବର୍ଗତ ମହାରଥିଙ୍କ ଅବଦାନ ଅତୁଳନୀୟ । ପୁନର୍ବାର ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ରୁଦ୍ର ମହାରଥିଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ ସ୍ଥିତି ହଟିବା ପରେ ମୁଁ ନିଶ୍ଚିତ ପିପିଲି ଯାଇ ଆପଣମାନଙ୍କୁ ଭେଟିବି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରେଷ୍ଠ ଭକ୍ତ ଦାସିଆଙ୍କ ପବିତ୍ରଭୂମି ଏ ପିପିଲି-ଡେଲାଙ୍ଗ । ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରାର ସ୍ମୃତିରେ ଧନ୍ୟ ଏ ପିପିଲି-ଡେଲାଙ୍ଗ । କଳାର ଭୂମି ଏ ପିପିଲି-ଡେଲାଙ୍ଗ, ଏହାର ଚାନ୍ଦୁଆ ଦେଶ ବିଦେଶରେ ଓଡିଶାର ସୁନାମ ଆଣିଛି । ଧନ୍ୟ ଏ ମାଟି ଧନ୍ୟ ତାର ଇତିହାସ ଏ ମାଟିକୁ ପ୍ରଣାମ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସାରା ଓଡ଼ିଶା ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପାଳନ କରୁଛି । ବେରବୋଇ ଆଶ୍ରମରେ ବାପୁ ଆଠ ଦିନ ରହିଥିଲେ । ଆଜି ପିପିଲି-ଡେଲାଙ୍ଗ ଯାଇଥିଲେ ମୁଁ ବହୁତ ଖୁସି ହୋଇଥାନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ସେ ପିପିଲି-ଡେଲାଙ୍ଗ ଯାଇଥାନ୍ତି ତେବେ ଆପଣମାନେ ମୋତେ ଆର୍ଶୀବାଦ କରିବାକୁ ବହୁ ସଂଖ୍ୟାରେ ଏକାଠି ହୋଇଥାନ୍ତେ । ଭାବିଲି କୋଭିଡ଼ ସମୟରେ ଏହା ଉଚିତ୍‍ ହେବ ନାହିଁ । ମୋ ପାଇଁ କିଏ ବିପଦରେ ପଡ଼ୁ ଏହା ମୁଁ ଚାହେଁ ନାହିଁ । ସେଥିପାଇଁ ଆଜି ଠସୟରକ୍ଟ ଉକ୍ଟଦ୍ଭଲରକ୍ସରଦ୍ଭମସଦ୍ଭଶରେ ଆପଣମାନଙ୍କୁ ଭେଟୁଛି । କରୋନା ଦୁର ହେବା ପରେ ମୁଁ ନିଜେ ପିପିଲି-ଡେଲାଙ୍ଗ ଯାଇ ଆପଣମାନଙ୍କୁ ଭେଟିବି । ଆପଣଙ୍କ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଯୋଗୁଁ ଏ ଉପ ନିର୍ବାଚନ ହେଉଛି । ପିପିଲିର ଜନସାଧାରଣ ସବୁବେଳେ ବିଜୁ ଜନତା ଦଳ ସହିତ ଅଛନ୍ତି । ବିଜୁ ବାବୁଙ୍କ ପ୍ରତି ଓ ବିଜୁ ପରିବାର ପ୍ରତି ଆପଣମାନଙ୍କର ବହୁତ ଭଲ ପାଇବା ଅଛି ଅପ୍ରେଲ ୧୭ରେ ଆମେ ବିଜୁ ବାବୁଙ୍କର ତେଇଶ ତମ ଶ୍ରାଦ୍ଧ ପାଳନ କରୁଛେ ବିଜୁବାବୁ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ଅମୂଲ୍ୟ ରତ୍ନ ସେ ସବୁବେଳେ ଆମ ପାଇଁ ପ୍ରେରଣ ହୋଇ ରହିଛନ୍ତି ।

ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି । ସେ ଚାଷୀ ମାନଙ୍କର ବିକାଶ ହେଉ ବା ଗରିବ ଲୋକର କଲ୍ୟାଣ । ମା ମାନଙ୍କ ବିକାଶ ହେଉ ବା ଭିତ୍ତିଭୂମିର ବିକାଶ । ସବୁଥିରେ ଓଡ଼ିଶା ସାରା ଦେଶରେ ଆଗରେ ଅଛି । ଆମ ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କୁ ନେଇ ଗଠିତ ମିଶନ ଶକ୍ତି ଆଜି ବିକାଶର ସାରଥି ହୋଇଛି । ମା’ ମାନଙ୍କର ସମୃଦ୍ଧି ହିଁ ପରିବାରର ସମୃଦ୍ଧି । ଆଜି ଆମର ମା’ ମାନେ ହେଉଛନ୍ତି ଗାଁ, ପଞ୍ଚାୟତ, ବ୍ଲକ୍‍ ଆଦିରେ ଥିବା ସରକାରୀ ସମ୍ପତ୍ତିର ମାଲିକ । ମୋର ଅନୁରୋଧ ମା’ ମାନେ ବହୁ ସଂଖ୍ୟାରେ ଆସି ଶଙ୍ଖ ଚିହ୍ନରେ ଭୋଟ ଦେଇ ଆମକୁ ଆର୍ଶିବାଦ କରନ୍ତୁ । କରୋନାକୁ ରୋକିବା ପାଇଁ ମଧ୍ୟ ଓଡ଼ିଶା ବହୁତ ଭଲ କାମ କରିଛି ।

Share

Leave a Reply

Your email address will not be published. Required fields are marked *

5 × four =