Friday, October 30, 2026
Latestଜାତୀୟ

ଲୁଚକାଳି ପରେ ଧରିପଡିଲେ ଦୀପ୍‌ ସିଦ୍ଧୁ

ନୂଆଦିଲ୍ଲୀ: ପୋଲିସ ହାତରେ ଧରିପଡିଲେ ଦୀପ୍‌ ସିଦ୍ଧୁ । ଦିଲ୍ଲୀ ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୀପ ସିଦ୍ଧଙ୍କୁ ଗିରଫ କରିଛି। ତେବେ ସିଦ୍ଧୁଙ୍କୁ ଧରାଇବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୋଲିସ। ଜାନୁଆରୀ ୨୬ରେ ହୋଇଥିବା ଟ୍ରାକ୍ଚର ରାଲି ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଦୀପ ସିଦ୍ଧୁ ସାମିଲ ଥିଲେ । ୧୫ ଦିନ ଧରି ଫେରାର ହେବାପରେ ସିଦ୍ଧୁ ପୋଲିସ ହାତରେ ଧରାପଡ଼ିଛନ୍ତି।

ଦୀପ ସିଦ୍ଧୁ ପଞ୍ଜାବୀ ଫିଲ୍ମର ଜଣେ ଅଭିନେତା। ସେ ବଲିଉଡ୍ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ନିକଟତର ଥିଲେ। ଜାନୁଆରୀ ୨୬ ପରଠାରୁ ଦୀପ ସିଦ୍ଧୁ ଫେରାର ହେବାସହିତ ବିଭିନ୍ନ ସମୟରେ ଭିଡିଓ ଜାରି କରି ସେ ଏହି ମାମଲାରେ ସଂପୃକ୍ତ ନାହିଁ ବୋଲି ଜଣାଇଥିଲେ । ଟ୍ରାକ୍ଟର ରାଲି ହିଂସା ଏବଂ ଆନ୍ଦୋଳନରତ ଚାଷୀଙ୍କ ଦ୍ୱାରା ଲାଲକିଲ୍ଲାରେ ଜବରଦସ୍ତ ପ୍ରବେଶ ପାଇଁ ଦୀପ ସିଦ୍ଧୁ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି ଅଭିଯୋଗ ରହିଛି।

Share

Leave a Reply

Your email address will not be published. Required fields are marked *

1 × 5 =