Friday, October 30, 2026
Latestଜାତୀୟ

ରାୟ ଆସିବା ପରେ ମିଠା ବାଣ୍ଟିଲେ ଆଡଭାନୀ

ନୂଆଦିଲ୍ଲୀ()  ବାବ୍ରି ମସଜିଦ ଭଙ୍ଗା ମାମଲାରେ ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ରାୟ ଆଜି ପ୍ରକାଶ ପାଇଛି। ୨୮ ବର୍ଷ ପୁରୁଣା ଏହି ମାମଲାରେ କୋର୍ଟ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି। ଏହି ଅଭିଯୁକ୍ତଙ୍କ ମଧ୍ୟରେ ଦେଶର ପୂର୍ବତନ ଉପ-ପ୍ରଦାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ଭଳି ବହୁ ବଡ ନେତା ଥିଲେ, ​‌ ତେବେ କୋର୍ଟ ରାୟକୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି।  

ଆଡଭାନୀ କହିଛନ୍ତି, ବହୁତ ଦିନ ପରେ ଭଲ ଖବର ମିଳିଚି, ବାସ୍ ଏତିକି ହିଁ କହିବି- ଜୟ ଶ୍ରୀରାମ। ବୁଧବାର କୋର୍ଟଙ୍କ ରାୟ ଆସିବା ପରେ ଆଡଭାନୀ ତାଙ୍କ ଘର ବାହାରେ ଏକାଠି ହୋଇଥିବା ସମର୍ଥକଙ୍କ ପାଇଁ ମିଠା ବାଣ୍ଟିଥିଲେ । ଏହାସହ ସେ ବିଜେପି ନେତ, ଦଳର କର୍ମୀ ଓ ଓକିଲଙ୍କୁ ଧନ୍ୟବାଦ ଜଣାଇଥିଲେ।

Share

Leave a Reply

Your email address will not be published. Required fields are marked *

one + 10 =