Friday, October 30, 2026
Latestରାଜନୀତି

ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ

ଭୁବନେଶ୍ୱର() ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ। ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ଗତକାଲି ଅସ୍ତ୍ରୋପଚାର କରାଯାଇ ତାଙ୍କୁ ଆଇସିୟୁରେ ରଖା ଯାଇଛି। ସୂଚନା ଅନୁଯାୟୀ, ସୋମବାର ରାତିରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ପୂର୍ବରୁ ଶ୍ରୀ ଦାସ ଅନେକ ରୋଗରେ ପୀଡ଼ିତ ଥିଲେ। ଏମିତିକି ଗତ ନିର୍ବାଚନ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ପ୍ରଚାରରେ ଆସି ପାରି ନଥିଲେ। ମେଡିକାଲରେ ରହି ମଧ୍ୟ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ । ଶ୍ରୀ ଦାସ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ୫ ଥର ବିଧାୟକ, ତିର୍ତ୍ତୋଲରେ ଥରେ ଏଭଳି ମୋଟ ୬ ଥର ବିଧାୟକ ହୋଇଛନ୍ତି। ୯ ମାସ ପାଇଁ ରାଜ୍ୟସଭା ସାଂସଦ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଗଣଶକ୍ଷା ମନ୍ତ୍ରୀ ସହ ଅନେକ ପଦ ପଦବିରେ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

fifteen − thirteen =