Friday, October 30, 2026
Latestରାଜ୍ୟ

୧୪୦୦ କିଲୋମିଟର ପୁଅକୁ ଆଣିବା ପାଇଁ ସ୍କୁଟିରେ ଗଲେ ମା

ହାଇଦ୍ରାବାଦ୍‌() ମାର ଭଲ ପାଇବା ଓ ତ୍ୟାଗ ସାମ୍ନାରେ ଟଳିଯାଏ ଅନେକ ବିପଦ ।ତାହାର ଏକ ଉଦାହରଣ ଆସିଛି ତେଲେଙ୍ଗାନାର ନିଜାମ୍‌ବାଦରୁ । ସେ ପେଶାରେ ଜଣେ ଶିକ୍ଷୟିତ୍ରୀ। ସେ ଲକ ଡାଉନ ସମୟରେ ନିଜ ପୁଅକୁ ଆଣିବା ପାଇଁ ୧୪୦୦ କିଲୋମିଟର ସ୍କୁଟିରେ ଯାଇଛନ୍ତି। ଏ ପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।ବେଗମ ନାମ୍ନୀ ଏହି ମହିଳା ଜଣକ ନିଜାମାବାଦର ବୋଧାନର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଲକ୍‌ଡାଉନ ଘୋଷଣା କରାଯିବା ପରେ ତାଙ୍କର ପୁଅ ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଫସି ଯାଇଥିଲେ।ପୁଅକୁ ଆଣିବା ପାଇଁ ରାଜିଆ ନିଜ ସ୍କୁଟିରେ ନେଲ୍ଲୋର ପହଞ୍ଚି ଯାଇଥିଲେ।

Share

Leave a Reply

Your email address will not be published. Required fields are marked *

10 + three =