Friday, October 30, 2026
ମନୋରଞ୍ଜନ

ପୁଣି ଥରେ ଦିଲ୍ଲୀ ଏମ୍‌ସରେ ପପୁ

ଭୁବନେଶ୍ବର: ଓଲିଉଡ୍‌ ଜଗତର ବିଶିଷ୍ଟ କମେଡ଼ି ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ୱପ୍ରକାଶ ଶତପଥୀ ପୁଣି ଥରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି। ଏମ୍‌ସର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଆଇସିୟୁରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପାନ୍‌କ୍ରିୟାସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପପୁ ଗତ ଜୁଲାଇ ୧୦ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଗତ ୭ ଦିନ ହେଲା ସେ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। କିନ୍ତୁ ପରିବାର ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏବେ ପୁଣିଥରେ ସେ ଅସୁସ୍ଥ ହୋଇପଡ଼ିଥିବା ଖବର ମିଳିଛି। ହେଲେ ଏନେଇ ସବିଶେଷ ତଥ୍ୟ ମିଳିପାରି ନାହିଁ।

 

Share

Leave a Reply

Your email address will not be published. Required fields are marked *

nineteen − 17 =