Friday, October 30, 2026
Latestଜାତୀୟ

ନିର୍ଭୟା ଅପରାଧୀ ଲେଖିଛି ଡାୟେରୀ, ନାଁ ଦେଇଛି ‘ଦରିନ୍ଦା’

ନୂଆଦିଲ୍ଲୀ () ଦିଲ୍ଲୀ ନିର୍ଭୟା କାଣ୍ଡର ଅନ୍ୟତମ ଅପରାଧୀ ବିନୟ ଶର୍ମା ପେଣ୍ଟିଂ କରିବା ସହ ଲେଖାଲେଖି ମଧ୍ୟ କରୁଥିଲା।ନିର୍ଭୟା କାଣ୍ଡରେ ଗିରଫ ୬ ଜଣଙ୍କ ମଧ୍ୟରେ କେବଳ ବିନୟର କିଛି ଶିକ୍ଷାଗତ ଯୋଗ୍ୟତା ଥିଲା। ସେ ଇଂରାଜୀରେ ଭଲ ଲେଖି ଓ କହିବି ପାରେ। ସେ ଜେଲରେ କରୁଥିବା ପେଣ୍ଟିଂରୁ କିଛି ଦିଲ୍ଲୀ ହାଟରେ ବିକ୍ରି ବି ହୋଇଛି। ତେବେ ସେଗୁଡିକ କେତେ ମୂଲ୍ୟରେ ବିକ୍ରି ହୋଇଥିଲା ତାହା ଜଣାପଡିନଥିଲେ ମଧ୍ୟ ସେ ‘ଦରିନ୍ଦା’ ନାମରେ ଏକ ୧୯ ପୃଷ୍ଠାର ଡାୟେରୀ ଲେଖିଥିବା ଜଣାପଡିଛି।

 

ଏଣୁ ଜେଲରେ ସମୟ ସବୁକୁ ବ୍ୟର୍ଥ କରିନଥିଲା ବିନୟ। ଏହି ସମୟରେ ସେ ସୁନ୍ଦର ସୁନ୍ଦର ପେଣ୍ଟିଂ ସବୁ କରିଥିବା ବେଳେ ‘ଦରିନ୍ଦା’ ନାମରେ ଲେଖଥିବା ଡାୟେରୀଟି ତାର ଅଧା ରହିଛି। ଏ ସମ୍ପର୍କରେ ତାର ଓକିଲ କୋର୍ଟଙ୍କୁ ଜଣାଇଥିବା ବେଳେ ସେସବୁକୁ ତାକୁ ଫେରାଇ ଦେବାକୁ କୋର୍ଟ ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ନିର୍ଭୟା ଅପରାଧୀଙ୍କ ସମୟ ପାଖେଇ ଆସିଥିବା ବେଳେ ସେମାନଙ୍କ ଦଣ୍ଡ କୋହଳ କରିବା ଲାଗି ଓକିଲ ଏବେ ଦିନରାତି ଏକ କରିଦେଇଛନ୍ତି। ତେବେ ଏଥିରେ ଜେଲ ପ୍ରଶାସନର ସହଯୋଗ ମିଳୁନଥିବା ଓକିଲ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

13 − three =